Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଆଇପିଏଲ ୨୦୨୦ : ଟସ୍ ଜିତିଲା କୋଲକାତା, ପ୍ରଥମେ କରିବ ବ୍ୟାଟିଂ

21/10/2020 at 7:04 PM

ଦୁବାଇ, ୨୧|୧୦: ମଙ୍ଗଳବାର ଖେଳାଯିବାକୁ ଥିବା ଆଇପିଏଲର ୩୯ ତମ ମ୍ୟାଚରେ ମୁହାଁମୁହିଁ ହେବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ ରାଇଡର୍ସ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି କୋଲକାତା । ଦଳର ଅଧିନାୟକ ଇଆନ ମୋର୍ଗାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବୋଲିଂ କରିବ ବେଙ୍ଗାଲୁରୁ ।  

ଆଇପିଏଲର ରେକର୍ଡକୁ ଦେଖିଲେ ଆରସିବି ଓ କେକେଆର ଏବେସୁଦ୍ଧା ୨୫ ଥର ସାମ୍ନାସାମ୍ନି ହୋଇଛନ୍ତି । ଏହମଧ୍ୟରୁ ଆରସିବି ୧୧ ଓ କେକେଆର ୧୪ଟି ମ୍ୟାଚ୍ ଜିତିଛନ୍ତି । ଏହି ସିଜିନରେ ଉଭୟ ଦଳ ମଧ୍ୟରେ ହୋଇଥିବା ପ୍ରଥମ ମୁକାବିଲାରେ କୋଲକାତକୁ ଆରସିବି ମାତ୍ ଦେଇଥିଲା ।

ଗତ ମ୍ୟାଚରେ କୋଲକାତା ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଫର୍ଗ୍ୟୁସନଙ୍କୁ ସୁଯୋଗ ଦେଇଥିଲା । ତାଙ୍କ ବୋଲିଂରେ ଗତ ମ୍ୟାଚରେ ହାଇଦ୍ରାବଦର ବ୍ୟାଟିଂ ଲାଇନ୍ ଭୁସୁଡି ପଡିଥିଲା । ସେ ୪ ଓଭରରେ ୧୫ ରନ୍ ଦେଇ ୩ଟି ଓ୍ୱିକେଟ ନେଇଥିଲେ । ଏହାସହ ସୁପର ଓଭରରେ ମଧ୍ୟ ୨ ରନ୍ ଦେଇ ଦୁଇଟି ଓ୍ୱିକେଟ୍ ନେଇଥିଲେ ।

ଗତ ସିଜିନରେ କେକେଆର ତରଫରୁ ୫ଟି ମ୍ୟାଚ୍ ଖେଳି ମାତ୍ର ୨ଟି ଓ୍ୱିକେଟ୍ ନେଇଥିବା ଫର୍ଗ୍ୟୁସନ ଚଳିତ ସିଜିନରେ ନିଜର ପ୍ରଥମ ବଲରେ କେନ୍ ଓ୍ୱିଲିୟମସନଙ୍କୁ ଆଉଟ କରିଥିଲେ । ଏହାପରେ ଅନ୍ୟ ବ୍ୟାଟସମ୍ୟାନଙ୍କୁ ମଧ୍ୟ ଅଡୁଆରେ ପକାଇଥିଲେ । ଏବେ କେକେଆର ୧୦ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି ।

ସେହିପରି ବେଙ୍ଗାଲୁରୁର ବ୍ୟାଟିଂ ଲାଇନ୍ ଏବେ ଶକ୍ତିଶାଳୀ ହୋଇଯାଇଛି । ଅଧିନାୟକ ବିରାଟ କୋହଲିଙ୍କ ସମେତ ଏବି ଡିଭଲର୍ସ, ଆରୋନ ଫିଞ୍ଚ ଭଲ ଫର୍ମରେ ଅଛନ୍ତି । ତେବେ ପଏଣ୍ଟ ଟେବୁଲରେ କେକେଆର କେକେଆରଠାରୁ ଆରସିବି ୨ଟି ପଏଣ୍ଟ ଆଗରେ ରହିଛି । ଆଜିର ମ୍ୟାଚରେ ଭଲ ଖେଳିଳେ ଆରସିବି ପାଇଁ ପ୍ଲେ ଅଫର ରାସ୍ତା ସହଜ ହେବ ।

   Related Posts