ଆଇପିଏଲ-୨୦୨୦ : ଟସ୍ ଜିତିଲା ବାଙ୍ଗାଲୋର, ପ୍ରଥମେ କରିବ ବ୍ୟାଟିଂ

Published By : Prameya-News7 Bureau | October 12, 2020 IST

ଦୁବାଇ, ୧୨।୧୦:  ଆଜି ଆଇପିଏଲର ୨୮ ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ୱାଇଟ ରାଇଡର୍ସ । ତେବେ ଖେଳାଯିବାକୁ ଥିବା ମ୍ୟାଚରେ ଟସ୍ ଜିତିଛନ୍ତି ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି । ଟସ୍ ଜିତି ସେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ଫିଲ୍ଡିଂ କରିବ କୋଲକାତା ।

wp:html /wp:html

ଚେନ୍ନାଇ ସୁପର କିଙ୍ଗ୍‌ସକୁ ହରାଇବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ମନୋବଳ ଦୃଢ଼ ହୋଇଛି । ଅନ୍ୟ ଦିଗରେ କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ଜିତିଥିବା ନାଇଟ୍‌ ରାଇଡର୍ସ ବିଜୟଧାରା ଅବ୍ୟାହତ ରଖିବାକୁ ଚେଷ୍ଟା କରିବ । ଆଜି ଶାରଜାହ ଷ୍ଟାଡିୟମରେରେ ମ୍ୟାଚ୍‌ ଖେଳାଯିବ । ପୂର୍ବଭଳି ଏହି ଗ୍ରାଉଣ୍ଡରେ ଆଉଏକ ହାଇସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।

ନାଇଟ୍‌ ରାଇଡର୍ସ ମୋଟ ୬ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଛି । ପୂର୍ବ ୨ଟି ମ୍ୟାଚ୍‌ରେ ଦଳ ଯଥାକ୍ରମେ ସୁପର କିଙ୍ଗ୍‌ସ (୧୦ରନ୍‌ରେ) ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ (୨ରନ୍‌ରେ)କୁ ପରାସ୍ତ କରିଥିଲା । ରୟାଲ୍‌ ଚ୍ୟାଲେଞ୍ଜର୍ସ ମୁକାବିଲାରେ ଦଳର ଦୁଇ ଷ୍ଟାର୍‌ ଖେଳାଳି ଆନ୍ଦ୍ରେ ରସେଲ ଓ ସୁନିଲ୍‌ ନାରାଏନ୍‌ଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ରସେଲ୍‌ ଆଣ୍ଠୁରେ ଆଘାତ ପାଇଥିବାବେଳେ ନାରାଏନ୍‌ଙ୍କ ବୋଲିଂ ଆକ୍ସନ ସନ୍ଦେହଜନକ ଥିବା ଜଣାପଡ଼ିଛି। ଏହା ଦଳର ଚିନ୍ତା ବଢ଼ାଇ ଦେଇଛି । ଅଧିନାୟକ ଦିନେଶ କାର୍ତ୍ତିକ ପୂର୍ବ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିଥିବାବେଳେ ଶୁବମନ ଗିଲ୍‌ ଓ ରାହୁଲ ତ୍ରିପାଠୀଙ୍କ ପ୍ରଦର୍ଶନ ଭଲ ରହିଛି । ବୋଲିଂ ବିଭାଗ ସବୁଠୁ ଦୃଢ଼ । ପୂର୍ବ ୨ଟି ଯାକ ମ୍ୟାଚ୍‌ରେ ବୋଲରମାନେ ଯଥାକ୍ରମେ ୧୬୭ ଓ ୧୬୪ରନ୍‌ର ଲକ୍ଷ୍ୟକୁ ଡିଫେଣ୍ଡ କରିବାରେ ସଫଳ ହୋଇଥିଲେ ।

ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ୟାଟ୍ସମ୍ୟାନ୍‌ ଓ ନାଇଟ୍‌ ରାଇଡର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବା ଆଶା କରାଯାଉଛି । ବିରାଟ କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ୬ଟିରୁ ୪ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଦଳ ପୂର୍ବ ମ୍ୟାଚ୍‌ରେ ସୁପର କିଙ୍ଗ୍‌ସକୁ ୩୭ରନ୍‌ରେ ହରାଇଥିଲା । ଏହି ମ୍ୟାଚ୍‌ରେ କୋହଲିଙ୍କ ଅପରାଜିତ ୯୦ ଓ ବୋଲିଂ ବିଭାଗର ଶୃଙ୍ଖଳିତ ପ୍ରଦର୍ଶନ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ସିଜନ ଆରମ୍ଭରୁ ଯୁବ ଓପନର ଦେବଦତ୍ତ ପାଡିକଲ୍‌ ଭଲ ପ୍ରଦର୍ଶନ ଜାରି ରଖିଥିବାବେଳେ ଡି’ଭିଲର୍ସ ପୂର୍ବ କିଛି ମ୍ୟାଚ୍‌ରେ ନିରାଶ କରିଥିଲେ । କ୍ରିସ୍‌ ମୋରିସ୍‌ଙ୍କ ପ୍ରତ୍ୟାବର୍ତ୍ତନ ବୋଲିଂ ବିଭାଗକୁ ଅଧିକ ଦୃଢ଼ କରିଛି । ଯାଦୁକରୀ ସ୍ପିନରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡ଼ୁଆରେ ପକାଇଥିବା ୟୁଝବେନ୍ଦ୍ର ଚହଲ ଓ ୱାସିଂଟନ୍‌ ସୁନ୍ଦରଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.