ଆଇପିଏଲ ୨୦୨୦ : ପଞ୍ଜାବକୁ ୧୭୨ ରନ୍‌ର ଟାର୍ଗେଟ୍ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Published By : Prameya-News7 Bureau | October 15, 2020 IST

ଦୁବାଇ, ୧୫।୧୦: ଅଧିନାୟକ ବିରାଟ କୋହଲିଙ୍କ ଆକର୍ଷଣୀୟ ୪୮ ରନ୍ ବଳରେ ଆଇପିଏଲ ୩୧ତମ ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ୧୭୨ ରନର ଟାର୍ଗେଟ୍ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୭୧ ରନ୍ କରିଛି ।

ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର । ତେବେ ଦଳର ଓପନର ଯୋଡି ବିଫଳ ହୋଇଥିଲେ । ୩୮ ରନରେ ଦେବଦତ ପାଡିକଲ ଆଉଟ ହୋଇଥିଲେ । ସେ ୧୮ ରନ୍ କରିଥିଲେ । ଏହାପରେ ଆରୋନ ଫିଞ୍ଚ ୨୦ ରନ୍ କରି ପ୍ୟାଭିଲିୟନ ଫେରିଥିଲା । ଦଳର ରନ୍ ଗତି ଧିମେଇ ଯାଇଥିଲା । ସେହିପରି ଶିବମ ଦୁବେ(୨୩), ଓ୍ୱାଶିଂଟନ ସୁନ୍ଦର(୧୩)  ରନ୍ କରି ଆଉଟ୍ ହେବା ପରେ ଦଳ ସଙ୍କଟରେ ପଡିଥିଲା ।

{"id":345129,"sizeSlug":"large"}

ବିରାଟ କୋହଲି ଏକମାତ୍ର ଖେଳାଳି ଭାବେ ପଞ୍ଜାବ ବୋଲରଙ୍କୁ ସାମ୍ନା କରୁଥିଲେ ମଧ୍ୟ ୪୮ ରନ କରି ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ । ପୂର୍ବ ମ୍ୟାଚରେ ବିସ୍ଫୋରକ ଇନିଂସ ଖେଳିଥିବା ଏବି ଡିଭିଲର୍ସ ମାତ୍ର ୨ ରନ୍ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରିସ୍ ମୋରିସ ୨୫ , ଇସୁରୁ ଉଦାନା ୧୦ ରନ୍  କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୭୧ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ସେହିପରି ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ଓ ଏମ ଅଶ୍ୱିନୀ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ  ଆଶାରଦୀପ ସିଂ ଓ କ୍ରିସ ଜୋର୍ଡାନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ହାସଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.