ଆଇପିଏଲ-୨୦୨୦: ଆଜି ମୁହାଁମୁହିଁ ହେବେ ଆରସିବି ଓ କିଙ୍ଗସ୍ ଏକାଦଶ ପଞ୍ଜାବ

Published By : Prameya-News7 Bureau | September 24, 2020 IST

ଦୁବାଇ, ୨୪|୦୯ :  କିଙ୍ଗସ୍ ଏକାଦଶ ପଞ୍ଜାବ ଗୁରୁବାର ବିରାଟ କୋହଲିଙ୍କ ଆରସିବିକୁ ଭେଟିବ । ପଞ୍ଜାବ ନିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିଲା । ଦଲ ସର୍ଟ ରନ୍ ବିବାଦକୁ ଭୁଲି ମ୍ୟାଚ୍ ଜିତିବା ପାଇଁ ଆଜି ପଡିଆକୁ ଓହ୍ଲାଇବ । ଏହି ମ୍ୟାଚ୍ ଦୁବାଇର ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।

ଆଇପିଏଲର ରେକର୍ଡ କଥା ଆଲୋଚନା କଲେ ଆରସିବି ଓ ପଞ୍ଜାବ ମଧ୍ୟରେ ୨୪ଟି ମ୍ୟାଚ୍ ଖେଳାଯାଇଛି । ଉଭୟ ଦଳ ୧୨ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରାରମ୍ଭିକ ମ୍ୟାଚରେ ଅମ୍ପାୟାରଙ୍କ ଭୁଲ୍ ପାଇଁ ୧୯.୩ ଓଭରରେ ପଞ୍ଜାବ ଗୋଟିଏ ରନ୍ ହରାଇଥିଲା । ଏହାର ପରିଣାମ ଦଳକୁ ଭୋଗିବାକୁ ପଡିଥିଲା । ଏହା ବିରୋଧରେ ଦଳ ମ୍ୟାଚ୍ ରେପରୀଙ୍କ ନିକଟରେ ଅଭିଯୋଗ କରିଥିଲା । ତେବେ ଆରସିବି ପ୍ରଥମ ମ୍ୟାଚ୍ ୧୦ ରନରେ ଜିତିଥିଲା । ଦଳର ଫୋକସ୍ ଦେବଦତ୍ତ ପାଡିକଲଙ୍କ ଉପରେ ରହିବ । ଏବି ଡିଭିଲର୍ସଙ୍କୁ ମଧ୍ୟ ଭଲ ଖେଳିବାକୁ ପଡିବ ।

ଆରସିବିର ବୋଲିଂ ଭାର ୟୁଜବେନ୍ଦ୍ର ଚହଲଙ୍କ ଉପରେ ରହିବ । ଏହାସହ କ୍ରିସ୍ ମୋରିସ ମଧ୍ୟ ନିଜ ବୋଲିଂରେ ବିପକ୍ଷ ବ୍ୟାଟସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହେବେ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.