Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆଇପିଏଲ-୨୦୨୦: ଆଜି ଆରସିବିକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ, ବିରାଟଙ୍କ ଉପରେ ରହିବ ନଜର

21/09/2020 at 4:36 PM

ନୂଆଦିଲ୍ଲୀ, ୨୧ ।୦୯:  ସୋମବାର ଆଇପିଏଲ-୨୦୨୦ର ତୃତୀୟ ମ୍ୟାଚ୍ ଖେଳାଯିବ । ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ । ଅନେକ ଷ୍ଟାର୍ ଖେଳାଳିଙ୍କୁ ନେଇ ଗଠିତ ଉଭୟ ଟିମ୍ ମଧ୍ୟରେ ଏହି ହାଇ ଭୋଲ଼ଟେଜ୍ ମୁକାବିଲା ଅନୁଷ୍ଠିତ ହେବ ।

ବିରାଟ କୋହଲି ଆରସିବିର ନେତୃତ୍ୱ ନେଉଥିବା ବେଳେହାଇଦ୍ରାବାଦରେ ମଙ୍ଗ ଧରିବେ ଡେଭିଡ୍ ଓ୍ୱାର୍ଣ୍ଣର । ଆସନ୍ତୁ ନଜର ପକାଇବା ସମ୍ଭାବ୍ୟ ଖେଳାଳିଙ୍କ ଉପରେ ।

ଆରସିବି

ଆରସିବି ତରଫରୁ ପୁଣିଥରେ ପାର୍ଥିବ ପଟେଲ ଓ ଆରୋନ ଫିଞ୍ଚ୍ ଓପନିଂ କରିବେ । ମଧ୍ୟକ୍ରମରେ ବିରାଟ କୋହଲି ଓ ଏବି ଡିଭିଲର୍ସ ମଇଦାନକୁ ଓହ୍ଲାଇବେ । ଏହା ବ୍ୟତୀତ ଦେବଦତ୍ତ ପଡିକଲ୍ଲମ, ଶିବମ ଦୁବେ ଓ କ୍ରିସ୍ ମୋରିସ ମଧ୍ୟ ସ୍ଥାନ ପାଇପାରନ୍ତି । ଓ୍ୱାଶିଂଟନ ସୁନ୍ଦର, ନବଦୀପ ସୈନୀ, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ ଓ ମହମ୍ମଦ ସିରାଜ ବୋଲିଂ ଦାୟିତ୍ୱ ନେଇପାରନ୍ତି ।

ସନରାଇଜର୍ସ ହାଇଦ୍ରାବାଦ

ଏସଆରଏସ ତରଫରୁ ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ଓ ଜନି ବେୟରୋଷ୍ଟୋ ଓପନିଂ କରିପାରନ୍ତି । ସେହିପରି ମଧ୍ୟକ୍ରମରେ ମନୀଷ ପାଣ୍ଡେ, ପ୍ରିୟମ ଗର୍ବ, ରିଦ୍ଧିମାନ ସାହ, ମୋହମ୍ମଦ ନବୀ ଓ ବିଜୟ ଶଙ୍କର ମଙ୍ଗ ସମ୍ଭାଳିପାରନ୍ତି । ଏହା ବ୍ୟତୀତ ରଶିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା ଓ ଖଲୀଲ ଅହମ୍ମଦ ବୋଲିଂ ଭାର ତୁଲାଇ ପାରନ୍ତି ।

   Related Posts