ଆଇପିଏଲ-୨୦୨୦: ଏବି ଡିଭିଲର୍ସ ଓ ଦେବଦତ୍ତଙ୍କ ଅର୍ଦ୍ଧଶତକ, ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ୍ ଦେଲା ବାଙ୍ଗାଲୋର

Published By : Prameya-News7 Bureau | September 21, 2020 IST

ନୂଆଦିଲ୍ଲୀ, ୨୧ ।୦୯:   ଆଇପିଏଲ ୨୦୨୦ର ତୃତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୬୩ ରନ୍ କରିଛି । ଏହାସହ ବିପକ୍ଷ ସନରାଇଜର୍ସ ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ୍ ଦେଇଛି ।

ଆଜିର ମ୍ୟାଚରେ ଟସ୍ ଜିତିଥିଲା ସନରାଇଜର୍ସ ହାଇଦ୍ରାବାଦ୍ । ଟସ୍ ଜିତିବା ସତ୍ତ୍ୱେ ହାଇଦ୍ରାବାଦ ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ଆରସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ।

{"id":332799,"sizeSlug":"large"}

ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ନିର୍ଧାରିତ ୨୦ ଓଭରରେ ୫  ଓ୍ୱିକେଟ୍ ହରାଇ ୧୬୩ ରନ୍ କରିଥିଲା । ଓପନିଂ ଯୋଡିରେ ଆରୋନ ଫିଞ୍ଚ୍ ଓ ଦେବଦତ୍ତ ପଡିକାଲ ଭଲ ଆରମ୍ଭ କରିଥିଲେ । ଦେବଦତ୍ତ ଦଳ ପକ୍ଷରୁ ସର୍ବାଧିକ ୫୬ ରନ୍ କରିଥିବା ବେଳେ ଏବି ଡିଭିଲର୍ସ ୫୧, ଆରୋନ ଫିଞ୍ଚ ୨୯, ବିରାଟ କୋହଲି ୧୪ ରନ୍ କରିଥିଲେ ।

ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା, ବିଜୟ ଶଙ୍କର ଓ ଥାଙ୍ଗରାସୁ ନଟରାଜନ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।

{"id":332801,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.