Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

IPL 2020: ମାତ୍ର ୭୩ ରନ୍‌ର ଅପେକ୍ଷା, ଇତିହାସ ରଚିବେ ଜାଡେଜା

17/09/2020 at 10:17 PM

ନୂଆଦିଲ୍ଲୀ ୧୭/୦୯: ଅଲ୍‌ରାଉଣ୍ଡର କଥା ଆସିଲେ ରବିନ୍ଦ୍ର ଜାଡେଜାଙ୍କ ନାଁ ଆସିବା ସ୍ବଭାବିକ । ଦମଦାର ବୋଲିଂ ସାଙ୍ଗକୁ ବ୍ୟାଟିଂ ଓ ଭଲ ଫିଲ୍ଡିଂ ପାଇଁ ନିଜର ଏକ ନିଆରା ସ୍ଥାନ ବଜାୟ ରଖିଛନ୍ତି ରବିନ୍ଦ୍ର ଜାଡେଜା । ସେଥିପାଇଁ ଜାଡେଜାଙ୍କୁ ୨୦୦୯ରେ ୯.୭୨ କୋଟି ଟଙ୍କାରେ କିଣିଥିଲା ଚେନ୍ନାଇ ସୁପର କିଙ୍ଗସ୍‌(ସିଏସ୍‌କେ)। ୨୦୧୯-୨୦ରେ ଟି-୨୦ ଫର୍ମାଟରେ ପୁଣି କମାଲ ଦେଖାଇବା ପରେ ଏବେ ଆଇପିଏଲ୍‌ରେ ଜାଡେଜାଙ୍କ ଜଲଓ୍ବା ଦେଖିବାକୁ ପାଇବେ ଦର୍ଶକ ।

୧୯ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଏଲ-୨୦୨୦ରେ ଜାଡେଜା ଏକ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି । ଏବେସୁଦ୍ଧା ୧୭୦ଟି ଆଇପିଏଲ ମ୍ୟାଚ୍‌ ଖେଳିସାରିଥିବା ଜାଡେଜା ୨୦୦୦ ରନ୍‌ ପୂରା କରିବା ପାଇଁ କେବଳ ୭୩ ରନ୍‌ ପଛରେ ରହିଛନ୍ତି । ଏହି ସିଜିନ୍‌ରେ ଯେମିତି ୭୩ ରନ୍‌ କରିବେ ଜାଡେଜା ଏକ ନୂଆ ରେକର୍ଡ ତାଙ୍କ ନାଁରେ ସୁର୍ଣ୍ଣିମ ଅକ୍ଷରରେ ଲେଖା ହୋଇଯିବ । ପ୍ରଥମ ଅଲରାଉଣ୍ଡର ଭାବେ ଆଇପିଏଲରେ ୨୦୦୦ ରନ୍‌ ପୂରା କରିବା ସହ ୧୦୦ ଓ୍ବିକେଟ ଅକ୍ତିଆର କରିଥିବା ଲିଷ୍ଟରେ ଶୀର୍ଷରେ ରହିଯିବେ ଜାଡେଜା ।

ରବିନ୍ଦ୍ର ଜାଡେଜାଙ୍କ ଆଇପିଏଲ୍‌ କ୍ୟାରିୟର ସିଏସ୍‌କେ ସହିତ ଭଲ ରହିଛି। ପ୍ରତି ସିଜନ୍‌ରେ ଜାଡେଜା ଅତିକମ୍‌ରେ ୧୦ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଜାଡେଜାଙ୍କ ବେଷ୍ଟ ସ୍କୋର୍‌ ୪୮ ଓ ଷ୍ଟ୍ରାଇକ୍‌ ରେଟ୍‌ ୧୨୨.୫୮ ରହିଛି । ଏହାସହ ସେ ଭଲ ଫିଲ୍ଡିଂ ମଧ୍ୟ କରନ୍ତି । ଜାଡେଜାଙ୍କ ସାଥି ଖେଳାଳି ଶେନ୍‌ ଓ୍ବାଟସନ୍‌ ଆଇପିଏଲରେ ୩୫୭୫ ରନ୍‌ କରିଥିବା ବେଳେ ୯୨ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଯଦି ଓ୍ବାଟସନ୍‌ ଆଉ ୮ଟି ଓ୍ବିକେଟ ନେବାରେ ସକ୍ଷମ ହୁଅନ୍ତି ତେବେ ଲିଷ୍ଟର ଶୀର୍ଷକୁ ଯାଇପାରିବେ ।  

   Related Posts