ଟ୍ଵିଟ୍ କରି ଇସାରାରେ କହିଲେ ଶାସ୍ତ୍ରୀ- IPL 2020ର ସଫଳ ଆୟୋଜନରେ ଗାଙ୍ଗୁଲିଙ୍କ କୌଣସି ଭୂମିକା ନାହିଁ, ଦାଦାଙ୍କୁ ଦେଲେନି ଶ୍ରେୟ

Published By : Prameya-News7 Bureau | November 11, 2020 IST

ନୂଆଦିଲ୍ଲୀ ୧୧।୧୧: କରୋନା ଭାଇରସ୍‌ କାରଣରୁ ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଆୟୋଜନ ହେବା ମୁସ୍କିଲ ହୋଇ ପଡିଥିଲା। ଆୟୋଜନ ଅସମ୍ଭବ ଲାଗୁଥିଲା। ହେଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପ୍ରଚେଷ୍ଟା ଓ ମାର୍ଗଦର୍ଶନରେ ଏହି ଟୂର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜନ ହୋଇଛି। କେବଳ ଏତିକି ନୁହେଁ ଆଇପିଏଲ ୨୦୨୦କୁ ପୁର୍ବାପେକ୍ଷା ଅଧିକ ଲୋକ ଦେଖିବା ସହିତ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି। ଆଇପିଏଲ ୨୦୨୦ର ଆୟୋଜନ ପାଇଁ ସମଗ୍ର ଦୁନିଆରୁ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ଟିମ୍‌କୁ ଅଭିନନ୍ଦନର ସୂଅ ଛୁଟିବାରେ ଲାଗିଛି। ମାତ୍ର ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଗାଙ୍ଗୁଲିଙ୍କୁ ଏହାର ଶ୍ରେୟ ଦେବାକୁ ଚାହାନ୍ତି ନାହିଁ। ରବି ଶାସ୍ତ୍ରୀ ଆଇପିଏଲର ସଫଳ ଆୟୋଜନ ଲାଗି ବିସିସିଆଇର ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ହେଲେ ସେଥିରେ ସୌରଭ ଗାଙ୍ଗୁଲିଙ୍କ ନାମ ନାହିଁ।

ଗାଙ୍ଗୁଲିଙ୍କୁ ଅପମାନିତ କଲେ ଶାସ୍ତ୍ରୀ

ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଆଇପିଏଲର ସଫଳ ଆୟୋଜନ ନେଇ ଟ୍ଵିଟ୍ କରିଥିଲେ। ଏଥିରେ ବିସିସିଆଇ ସଚିବ ଜୟ ଶାହା, ଆଇପିଏଲ ସଭାପତି ବ୍ରୁଜେଶ ପଟେଲ, ବିସିସିଆଇର ଅନ୍ତରୀଣ ସିଇଓ ହେମନ୍ତ ଅମିନ ଏବଂ ସାଥୀ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ଏଥିରେ ଦାଦା ସୌରଭ ଗାଙ୍ଗୁଲିଙ୍କ ନାଁ ନଥିଲା। ଶାସ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି, ଏହି ସମ୍ଭବ କାର୍ଯ୍ୟ ପାଇଁ ଜୟ ଶାହା, ବ୍ରୁଜେଶ ପଟେଲ, ହେମଙ୍ଗ ଅମିନ ଓ ବିସିସିଆଇର ଡାକ୍ତରୀ ଦଳ ଧନ୍ୟବାଦ ପାତ୍ର।

{"id":360038,"sizeSlug":"large"}

ଶାସ୍ତ୍ରୀ-ଗାଙ୍ଗୁଲିଙ୍କ ମଧ୍ୟରେ ମତାନ୍ତର ଜାରି ?

ଉଲ୍ଲେଖନୀୟ ଶାସ୍ତ୍ରୀ ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବିବାଦ କୌଣସି ନୂତନ କଥା ନୁହେଁ। ୨୦୧୬ରେ ଅନିଲ କୁମ୍ବଲେଙ୍କୁ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ କରିବା ପରେ ଏହି ଦୁଇ ଖେଳାଳିଙ୍କ ସଂପର୍କରେ ବିବାଦ ସୃଷ୍ଟି ହୋଇଥିଲା। ଭାରତୀୟ କ୍ରିକେଟ୍‌ ଦଳର କୋଚ୍ ଚୟନ ପାଇଁ ଗଠିତ ପରାମର୍ଶଦାତା କମିଟିରେ ଗାଙ୍ଗୁଲିଙ୍କ ବ୍ୟତୀତ ଲକ୍ଷ୍ମଣ ଓ ସଚିନ ଥିଲେ। ଏହି କମିଟି ଅନିଲ କୁମ୍ବଲେଙ୍କୁ କୋଚ୍‌ ଭାବେ ଚୟନ କରିଥିଲେ। ଏହା ପରେ ରବି ଶାସ୍ତ୍ରୀ ନିଜେ କୋଚ୍‌ ନହୋଇ ପାରିବାର ସମସ୍ତ ଦୋଷ ଗାଙ୍ଗୁଲିଙ୍କ ଉପରେ ଲଦିଥିଲେ। ଏହି କାରଣରୁ ଶାସ୍ତ୍ରୀ ଏବେ ମଧ୍ୟ ଗାଙ୍ଗୁଲିଙ୍କ ଉପରେ ଅସନ୍ତୋଷ ଅଛନ୍ତି। କିନ୍ତୁ ଉଭୟ ସାର୍ବଜନୀନ ମଞ୍ଚରେ ଏହାକୁ ସ୍ଵୀକାର କରି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.