Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆଇପିଏଲ ୨୦୨୦ : ଟସ୍ ଜିତିଲା ରାଜସ୍ଥାନ ରୟାଲ୍ସ, ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ

9/10/2020 at 7:02 PM

ଦୁବାଇ,୦୯|୧୦: ଚଳିତ ଆଇପିଏଲ୍‌ର ୨୩ତମ ମୁକାବିଲାରେ  ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ରାଜ୍ସସ୍ଥାନ ରୟାଲ୍ସ । ଦଳର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

ଗତ ୨ଟି ମ୍ୟାଚରେ ଅପରାଜେୟ ରହିଥିବା କ୍ୟାପିଟାଲ୍ସ ମନୋବଳ ଦୃଢ ରହିଛି । ଅନ୍ୟପଟେ ରୟାଲ୍ସ ଲଗାତର ୩ଟି ମ୍ୟାଚ୍‌ ହାରି ଚାପରେ ରହିଛି । ଦିଲ୍ଲୀ ବିପକ୍ଷ ମୁକାବିଲାରେ ପରାଜୟଧାରା ଭାଙ୍ଗିବା ରାଜସ୍ଥାନର ମୁଖ୍ୟ ଲକ୍ଷ୍ୟ ହେବ । ଆଜି ୟୁଏଇର ସାରଜାହରେ ମ୍ୟାଚ୍‌ ଖେଳାଯିବ । ଏଠାରେ ଖେଳାଯାଇଥିବା ପୂର୍ବ ୪ଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ସ୍କୋର ହୋଇଛି । ତେଣୁ ଆଜି ମଧ୍ୟ ହାଇସ୍କୋରିଂ ମ୍ୟାଚ୍‌ ହେବାନେଇ ଆଶା କରାଯାଉଛି ।

କ୍ୟାପିଟାଲ୍ସ ଦଳ ସିଜନରେ ୫ଟି ମ୍ୟାଚ୍‌ରୁ ୪ଟିରେ ବିଜୟ ଏବଂ ଗୋଟିଏରେ ପରାଜିତ ହୋଇଛି । ପୂର୍ବ ୨ଟି ମ୍ୟାଚ୍‌ରେ ଦଳ ଯଥାକ୍ରମେ କୋଲକାତା ନାଇଟ୍‌ ରାଇଡର୍ସ (୧୮ରନ୍‌ରେ) ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୫୯ରନ୍‌ରେ)କୁ ପରାସ୍ତ କରିଥିଲା । ଏହା ଦଳୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ ଦ୍ୱିଗୁଣ କରିଛି । ଦଳର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ମଧ୍ୟରେ ସମନ୍ୱୟ ରହିଛି । ବ୍ୟାଟ୍ସମ୍ୟାନ୍‌ ବିଫଳ ହେଲେ ବୋଲର ପ୍ରଭାବୀ ପ୍ରଦର୍ଶନ କରୁଛନ୍ତି । ଫର୍ମରେ ଥିବା ଯୁବ ଓପନର ପୃଥ୍ୱୀ ଶ’ଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ପେସ୍‌ ବିଭାଗରେ କାଗିସୋ ରାବାଡ଼ା ଓ ଆନରିଚ୍‌ ନର୍ଜ ଦଳ ଆବଶ୍ୟକ ବେଳେ ୱିକେଟ୍‌ ବାହାର କରୁଛନ୍ତି । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ୍‌ରେ ମଙ୍କଡ଼ିଂ ଆଉଟ୍‌ କରିବା ପରିବର୍ତ୍ତେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚେତାବନୀ ଦେଇଥିଲେ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଗତ ସଂସ୍କରଣରେ ସେ ବଟଲରଙ୍କୁ ମଙ୍କଡ଼ିଂ ଆଉଟ୍‌ କରି ସମାଲୋଚିତ ହୋଇଥିଲେ । ଆଜି ଅଶ୍ୱିନ ଓ ବଟଲରଙ୍କ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିବ।

କ୍ୟାପିଟାଲ୍ସ ବିପକ୍ଷରେ ରୟାଲ୍ସର ରେକର୍ଡ଼ ୧୧-୯ ରହିଛି । ଗତ ସଂସ୍କରଣରେ କ୍ୟାପିଟାଲ୍ସ ଉଭୟ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ତେଣୁ ଦଳ ବିଜୟଧାରା ଜାରି ରଖିବାକୁ ପ୍ରୟାସ କରିବ ।

   Related Posts