Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଆଇପିଏଲ ୨୦୨୦ : ଆଜି ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ

11/10/2020 at 9:33 AM

ଦୁବାଇ, ୧୧|୧୦: ଆଜି ଆଇପିଏଲ୍‌ର ୨୬ତମ ମ୍ୟାଚରେ ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ସିଜିନରେ ପ୍ରଥମ ଥର ଦୁଇ ଅଷ୍ଟ୍ରେଲୀୟ ଖେଳାଳି ଷ୍ଟିଭେନ୍‌ ସ୍ମିଥ୍‌ ଓ ଡେଭିଡ୍‌ ୱାର୍ଣ୍ଣର ସାମ୍ନାସାମ୍ନି ହେବ । ଶେଷ ମ୍ୟାଚରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ହରାଇବା ପରେ ସନ୍‌ରାଇଜର୍ସ ଦୃଢ଼ ମନୋବଳରେ ରହିଛି । ରୟାଲ୍ସ କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ରେ ପରାଜିତ ହୋଇ ଚାପରେ ରହିଛି । ତେଣୁ ଆଜି ମ୍ୟାଚ୍‌ ଜରିଆରେ ଦଳ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିବ ରାଜସ୍ଥାନ ।

ସ୍ମିଥ୍‌ଙ୍କ ରୟାଲ୍ସ ଦଳ ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ଏହାପରେ ଦଳ ୪ଟି ଯାକ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଥିଲା। ଓପନିଂ ଯୋଡ଼ି ଚୂଡ଼ାନ୍ତ ହୋଇପାରିନି। ଆଜି ଯଶସ୍ୱୀ ଜୈସ୍ୱାଲଙ୍କ ସ୍ଥାନରେ ରବିନ ଉଥପ୍ପାଙ୍କୁ ଓପନିଂ ସୁଯୋଗ ମିଳିପାରେ । ସିଜନ ଆରମ୍ଭରୁ ଚର୍ଚ୍ଚାରେ ରହିଥିବା ସଞ୍ଜୁ ସାମସନ୍‌ ଶେଷ ୪ଟି ମ୍ୟାଚ୍‌ରେ ଦୁଇଅଙ୍କ ଛୁଇଁ ପାରିନଥିଲେ। ଷ୍ଟାର୍‌ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଆକ୍ସନକୁ ଓହ୍ଲାଇବେ। ତାଙ୍କ ଉପସ୍ଥିତି ଦଳର ଭାଗ୍ୟ ବଦଳାଇବ ବୋଲି ଆଶା କରାଯାଉଛି। ବୋଲିଂ ବିଭାଗରେ ଜୋଫ୍ରା ଆର୍ଚର ଏକମାତ୍ର ବୋଲର ଭାବେ ପ୍ରଭାବୀ ପ୍ରଦର୍ଶନ କରିଥିବାବେଳେ ଅନ୍ୟ ସମସ୍ତ ବୋଲର ସଂଘର୍ଷ କରୁଛନ୍ତି।

ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ୬ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇଛି। ଶେଷ ମ୍ୟାଚ୍‌ରେ ଦଳ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ୬୯ରନ୍‌ରେ ପରାସ୍ତ କରିଥିଲା । ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ଜବରଦସ୍ତ ଫର୍ମରେ ରହିଛନ୍ତି । ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ଙ୍କ ଫର୍ମ ଚିନ୍ତାଜନକ ରହିଛି । ବୋଲିଂ ବିଭାଗ ସ୍ପିନର ରସିଦ୍‌ ଖାନ୍‌ଙ୍କ ଉପରେ ନିର୍ଭରଶୀଳ ରହିଛି । ପେସ୍‌ ବିଭାଗରେ ସନ୍ଦୀପ ଶର୍ମାଙ୍କ ସ୍ଥାନରେ ପେସ୍‌ ବୋଲର ବାସିଲ୍‌ ଥାମ୍ପିଙ୍କୁ ସୁଯୋଗ ମିଳିପାରେ । ଆଜି ସନ୍‌ରାଇଜର୍ସ ବ୍ୟାଟିଂ ବିଭାଗ ଓ ରସିଦ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

   Related Posts