Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆଇପିଏଲ ୨୦୨୦ : ଆଜି ମୁମ୍ବାଇକୁ ଭେଟିବ ରାଜସ୍ଥାନ ରୟାଲ୍ସ

6/10/2020 at 3:44 PM

ଦୁବାଇ, ୦୬ ।୧୦: ଆଇପିଏଲର ୨୦ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ମୁମ୍ବାଇ ଏବେ ଆକର୍ଷଣୀୟ ଫର୍ମରେ ରହିଛି । ଦଳର ସମସ୍ତ ବ୍ୟାଟସମ୍ୟାନ୍ ଓ ବୋଲର ଫର୍ମରେ ଅଛନ୍ତି । ତେବେ ରାଜସ୍ଥାନ ମୁମ୍ବାଇର ମୁକାବିଲା ପାଇଁ ଦଳରେ ଅନେକ ପରିବର୍ତ୍ତନ କରିପାରେ ବୋଲି ସୂଚନା ମିଳିଛି ।ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । 

ରେକର୍ଡ ଅନୁସାରେ ମୁମ୍ବାଇ ଓ ରାଜସ୍ଥାନ ପରସ୍ପରକୁ ୨୦ ଥର ଭେଟିଛନ୍ତି । ଏହାମଧ୍ୟରୁ ଉଭୟ ଦଳ ୧୦ଟିରେ ବିଜୟଲାଭ କରିଛନ୍ତି ।

ରାଜସ୍ଥାନ ଶାରଜାହରେ ଆକର୍ଷଣୀୟ ବ୍ୟାଟିଂ କରିଥିବା ବେଳେ ଦୁବାଇ ଓ ଆବୁଧାବିରେ ଦଳର ପ୍ରଦର୍ଶନ ଖରାପ ରହିଛି । ଜସ୍ ବଟଲର, ଜୟଦେବ ଉନାଦକତ ଭଲ ଫର୍ମରେ ନାହାଁନ୍ତି । ଯୁବ ଖେଳାଳି ଲରିୟାନ ପରାଗଙ୍କ ବ୍ୟାଟ୍ ମଧ୍ୟ ଚାଲୁନି । ଏହାକୁ ଦେଖି ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଚିରାଗଙ୍କ ବଦଳରେ ଯଶସ୍ୱୀ ଜୟଶ୍ୱାଲଙ୍କୁ ଖେଳାଇ ପାରନ୍ତି । ସେହିପରି ବୋଲର ଭାବେ ବରୁନ ଆରୋନ କିମ୍ବା କାର୍ତ୍ତିକ ତ୍ୟାଗିଙ୍କୁ ସୁଯୋଗ ମିଳିପାରେ ।

ତେବେ ମୁମ୍ବାଇ ଚମତ୍କାର ଫର୍ମରେ ରହିଛି । ସବୁଠାରୁ ବଡ କଥା ହେଉଛି ଯେ, ମୁମ୍ବାଇ କୌଣସି ଜଣେ ଖେଳାଳିଙ୍କ ଉପରେ ନିର୍ଭର କରୁନାହିଁ । ରୋହିତ ଶର୍ମା, କ୍ଲିମ୍ଟନ ଡି କକ୍, ଇସାନ କିଷାନ, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତେ ଫର୍ମରେ ଅଛନ୍ତି । ଦ୍ରୁତ ବୋଲର ଜେମ୍ସ ପାଟିନସନ, ଜସପ୍ରିତ ବୁମରାହ ଓ ଟ୍ରେଣ୍ଟ୍ ବୋଲ୍ଡ ଭଲ ପ୍ରଦର୍ଶନ କରୁଛନ୍ତି । ଆଜିର ମ୍ୟାଚ୍ ଜିତିବା ରାଜସ୍ଥାନ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ ।

   Related Posts