Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

IPL 2020: କମାଲ୍‌ ଦେଖାଇଲେ ପାଣ୍ଡ୍ୟା, ରାଜସ୍ଥାନକୁ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ

25/10/2020 at 9:33 PM

ନୂଆଦିଲ୍ଲୀ ୨୫/୧୦: କମାଲ ଦେଖାଇଲେ ହାର୍ଦ୍ଦିକ ପାଣ୍ଡ୍ୟା। ପାଣ୍ଡ୍ୟାଙ୍କ ୬୦ରନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ୧୯୫ ରନ୍‌ର ବଡ଼ ସ୍କୋର କରିବାକୁ ଖୋରାକ ଯୋଗାଇଛି। ୫ ଓ୍ବିକେଟ ବିନିମୟରେ ଏମଆଇ ୨୦ ଓଭରରେ ୧୯୫ ରନ୍‌ କରିଛି। ୧୯୬ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି ରାଜସ୍ଥାନ ରୟାଲ୍ସ।

ଆଇପିଏଲ୍‌ ୨୦୨୦ର ୪୫ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମୁକାବିଲା ହେଉଛି। ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ମୁମ୍ବାଇ ୧୯୫ ରନ୍‌ କରିଛି। କେବଳ ୭ ରନ୍‌ରେ କ୍ବିଣ୍ଟନ ଡିକକ୍‌ଙ୍କୁ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ମୁମ୍ବାଇ।

ପରେ ଇଶାନ କିଶନ ୩୭ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ସେତେବେଳକୁ ଦଳୀୟ ସ୍କୋର ଥିଲା ୯୦। ପରେପରେ ସୂର୍ଯ୍ୟକୁମାର ଯାଦବ, ପୋଲାର୍ଡ, ସୌରଭ ତିଓ୍ବାରୀ ପାଭିଲିୟନ୍‌ ଫେରିଥିଲେ। କିନ୍ତୁ ପାଣ୍ଡ୍ୟାଙ୍କ ରୋମଞ୍ଚକର ବ୍ୟାଟିଂ ଦଳକୁ ଏକ ବିଶାଳ ରନ୍‌ ଛିଡ଼ା କରିବାରେ ମାଇଲେଜ୍‌ ଦେଇଥିଲା।

ସେପଟେ ରାଜସ୍ଥାନର ବୋଲର ଜୋଫ୍ରା ଆର୍ଚର ଓ ଶ୍ରେୟଶ ଗୋପାଳ ଦୁଇଟି ଲେଖାଁଏ ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ କାର୍ତ୍ତିକ ତ୍ୟାଗି ଗୋଟିଏ ଓ୍ବିକେଟ୍‌ ନେଇଥିଲେ।

   Related Posts