ଆଇପିଏଲ ଉଦଘାଟନୀ ମ୍ୟାଚ୍: ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ, ଗଣମାଧ୍ୟମକୁ ଷ୍ଟାଡିୟମ ମନା

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯/୦୯ : ଆଜି ଆଇପିଏଲର ଉଦଘାଟନୀ ମ୍ୟାଚ୍ । ଫଟାଫଟ କ୍ରିକେଟ ପାଇଁ ସଜେଇ ହୋଉଛି ଦୁବାଇ । ଆଲୋକମାଳାରେ ଝଲସୁଛି ଷ୍ଟାଡିୟମ। ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଦୁବାଇ ଓ ଆବୁଧାବୀର ଷ୍ଟାଡିୟମ୍ । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ । ୟୁଏଇରେ ହେବାକୁ ଥିବା ଚଳିତ ବର୍ଷ ଆଇପିଏଲରେ ମୋଟ ୫୬ ମ୍ୟାଚ୍ ଖେଳାଯିବ । ଏଥିରୁ ଦୁବାଇରେ ୨୪ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଆବୁଧାବିରେ ୨୦ଟି ମ୍ୟାଚ୍ ଖେଳାଯିବ ।

{"id":331577,"sizeSlug":"large"}

ସେହିପରି ୧୨ଟି ଲିଗ ମ୍ୟାଚ୍ ଶାରଜାହ ଷ୍ଟାଡିୟମରେ ଖେଳା ଯିବ । ଅନ୍ୟପକ୍ଷରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିକଟରେ ଶାରଜାହ ଷ୍ଟାଡିୟମ ଗସ୍ତରେ ଯାଇଥିଲେ । ସେଠାରେ ସେ ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ । ତେବେ ଚଳିତ ଆଇପିଏଲ ମ୍ୟାଚ ଏହି ୩ ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ଅନୁକୂଳ ହେବ ବୋଲି କୁହାଯାଉଛି । କୋଭିଡ-୧୯ ପାଇଁ ଚଳିତ ବର୍ଷ ୟୁଏଇରେ ଆଇପିଏଲ ଅନୁଷ୍ଠିତ ହେଉଛି । କୋଭିଡର ସମସ୍ତ ନିୟମ ପାଳନ କରି ଖେଳିବା ପାଇଁ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର । ସେଥିପାଇଁ ବିସିସିଆଇ ସମସ୍ତ କୋଭିଡ ନିୟମ ପାଳନ କରି ଆଇପିଏଲ ଆୟୋଜନ କରୁଛି ।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.