Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

IPL ପ୍ଲେଅଫ୍: ସୂର୍ଯ୍ୟକୁମାର ଓ ଇଶାନ କିଷନଙ୍କ ଦମଦାର ଅର୍ଦ୍ଧଶତକ, ଗର୍ଜିଲେ ପାଣ୍ଡ୍ୟା, ଦିଲ୍ଲୀକୁ ୨୦୧ ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ଵାଇ

5/11/2020 at 9:16 PM

ଦୁବାଇ ୦୫।୧୧: ଆଇପିଏଲର ପ୍ରଥମ କ୍ଵାଲିଫାୟର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଷନ ଓ ସୁର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୦୧ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଶାନ କିଷନଙ୍କ ଅପରାଜିତ ୫୫ ରନ, ସୂର୍ଯ୍ୟକୁମାର ଯାଦବଙ୍କ ୫୧ ରନ , କ୍ଵିଣ୍ଟନ ଡିକକ୍‌ଙ୍କ ୪୦ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୩୭ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୦ ରନ କରିଛି। ଏହି ମ୍ୟାଚ୍‌ର ବିଜେତା ଆଇପିଏଲ ୨୦୨୦ରେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ପରାଜିତ ଦଳ ଏଲିମିନେଟରର ବିଜୟୀ ଦଳ ସହିତ ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍‌ ଖେଳିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରଥମ ଓଭରରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ହେଲେ ଦ୍ଵିତୀୟ ଓଭରରେ ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ରବିଚନ୍ଦ୍ରନ ଅଶ୍ଵିନଙ୍କ ବଲରେ ଆଉଟ୍ ହୋଇଥିଲେ। ଏହାପରେ ଡିକକ୍‌ ଓ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ  ବଢାଇଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୬୨ ରନ ଯୋଡିଥିଲେ। ୭୮ ରନ ସ୍କୋରରେ ଡିକକ୍‌ ୨୫ ବଲରୁ ୫ ଚୌକା ଓ ୧ ଛକା ସହ ୪୦ ରନ କରିଥିଲେ।

ଏହା ପରେ ମୁମ୍ବାଇକୁ ଲାଗ ଲାଗ ଦୁଇଟି ଝଟକା ଲାଗିଥିଲା। ସୂର୍ଯ୍ୟକୁମାର ଯାଦବ ଠିକ୍ ସମୟରେ ଆଉଟ୍  ହେବା ମୁମ୍ବାଇକୁ ତୃତୀୟ ଝଟକା ଦେଇଥିଲା। ଏହା ପୂର୍ବରୁ ଯାଦବ ୩୮ ବଲରୁ ୬ ଚୌକା ଓ ୨ ଛକା ସହ ଆଇପିଏଲରେ ଦଶମ ଅର୍ଦ୍ଧଶତକ ହାସଲ କରିଥିଲେ। କିରଣ ପୋଲାର୍ଡ ଖାତା ନଖୋଲି ଅଶ୍ଵିନଙ୍କ ବଲରେ ପାଭିଲିୟନ ଫେରିଥିଲେ। ଏହା ପରେ ଇଶାନ କିଷନ ଓ କୃଣାଲ ପାଣ୍ଡ୍ୟା ଦଳର ସ୍କୋରକୁ ୧୪୦ ରନରେ ପହଞ୍ଚାଇଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍‌ରେ ୩୯ ରନ ଯୋଡିଥିଲେ। କୃଣାଲ ୧୩ ରନ କରି ବିଦାୟ ନେଇଥିଲେ।

ଶେଷ ଆଡକୁ ଇଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଇଶାନ କିଷନ ଦମଦାର ବ୍ୟାଟିଂ କରି ଆଇପିଏଲରେ ସପ୍ତମ ଅର୍ଦ୍ଧଶତକ ହାସଲ କରିଥିଲେ।  ଉଭୟ ବ୍ୟାଟସମ୍ୟାନ ୨୩ ବଲରୁ ଅବିଭାଜିତ ଷଷ୍ଠ ଓ୍ଵିକେଟ୍‌ରେ ୬୦ ରନ ପୂରଣ କରିଥିଲେ। ଇଶାନ ୩୦ ବଲରୁ ୪ ଚୌକା ୩ ଛକା ସହ ୫୫ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୪ ବଲରୁ  ୫ ଛକା ସହ ୩୭ ରନ କରି ଅପରାଜିତ ଥିଲେ। ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୦ ରନ କରିଛି। ଶେଷ ୩ ଓଭରରେ ମୁମ୍ବାଇ ୫୫ ରନ କରିବାରୁ ଦଳ ୨୦୦ ରନ କରି ପାରିଛି।

ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ରବିଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୩ଟି ସଫଳତା ପାଇଥିଲେ। ଅନରିଚ ନୋର୍ତ୍ତଜେ ଓ ମାର୍କସ ଷ୍ଟୋଇନିସ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts