ଚମକିଲେ ସୂର୍ଯ୍ୟକୁମାର, ବେଙ୍ଗାଲୁରୁକୁ ୫ ଓ୍ଵିକେଟ୍‌ରେ ମାତ୍ ଦେଲା ମୁମ୍ଵାଇ ଇଣ୍ଡିଆନ୍ସ, IPLରେ ପ୍ରଥମ ଦଳ ଭାବେ ପ୍ଲେଅଫ୍‌ରେ ପ୍ରବେଶ କଲା ଡିଫେଣ୍ଡିଂ ଚାମ୍ପିଅନ

Published By : Prameya-News7 Bureau | October 28, 2020 IST

ଆବୁଧାବି ୨୮।୧୦: ପ୍ରଥମେ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ଏବଂ ପରେ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଅପରାଜିତ ଅର୍ଦ୍ଧଶତକ ବଳରେ ଆଇପିଏଲର ୪୮ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୫ ଓ୍ଵିକେଟ୍‌ରେ ପରାସ୍ତ କରି ମୁମ୍ବାଇ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେଅଫ୍‌ରେ ପ୍ରବେଶ  କରିଛି। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଦେବଦତ୍ତ ପାଡିକଲଙ୍କ ଅପରାଜିତ ୭୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୪ ରନ କରିଥିଲା। ଜବାବରେ ମୁମ୍ଵାଇ ଇଣ୍ଡିଆନ୍ସ ସୁର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ୭୯ ରନ ବଳରେ ୧୯.୧ ଓଭରରେ ୫ ଓ୍ଵିକେଟ୍  ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ମୁମ୍ବାଇ ୧୨ଟି ମ୍ୟାଚ୍‌ରୁ ୮ ବିଜୟ ଓ ୧୬ ପଏଣ୍ଟ ସହ ପ୍ରଥମ ଦଳ ଭାବେ ପ୍ଲେଅଫ୍‌ରେ ପ୍ରବେଶ କରିଛି।

୧୬୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇକୁ ଦୁଇ ଓପନର କ୍ଵିଣ୍ଟନ ଡିକକ୍‌ ଓ ଇଶାନ କିଷନ ପ୍ରଥମ ଓ୍ଵିକେଟ୍‌ରେ ୩୭ ରନ ଯୋଡିଥିଲେ। ଡିକକ୍‌ ୧୮ ରନ କରି ମହମ୍ମଦ ସିରାଜଙ୍କ ବଲରେ ଆଉଟ୍  ହୋଇଥିଲେ। ଏହା ପରେ ୫୨ ରନ ସ୍କୋରରେ ଇଶାନ କିଷନ ୧୯ ବଲରୁ ୩ ଚୌକା ଓ ୧ ଛକା ସହ ୨୫ ରନରେ ଚହଲଙ୍କ ଶିକାର ହୋଇଥିଲେ।

wp:html /wp:html

ସୌରଭ ତିଓ୍ଵାରୀ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଏବଂ ୫ ରନ କରି ସିରାଜଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଦମଦାର ବ୍ୟାଟିଂ କରି ଆଇପିଏଲରେ ନବମ ଅର୍ଦ୍ଧଶତକ ହାସଲ କରି ମୁମ୍ଵାଇର ଇନିଂସକୁ ସମ୍ଭାଳିଥିଲେ। ସେ ଚତୁର୍ଥ ଓ୍ଵିକେଟ୍‌ରେ କୃଣାଲ ପାଣ୍ଡ୍ୟାଙ୍କ ସହ ୩୫ ରନ ଯୋଡି ଦଳର ସ୍କୋରକୁ ୧୦୭ରେ ପହଞ୍ଚାଇଥିଲେ। କୃଣାଲ ୧୦ ରନ କରି ଚହଲଙ୍କ ବଲରେ ଆଉଟ୍ ହୋଇଥିଲେ।

ଏହା ପରେ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବ୍ୟାଟିଂ କରି ଦଳକୁ ବିଜୟର ନିକଟତର କରାଇଥିଲେ। ଉଭୟ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟ୍‌ ପାଇଁ ୫୧ ରନ ଯୋଡିଥିଲେ। ଦଳର ବିଜୟରେ ବାକି ଔପଚାରିକତା ପୂରଣ କରିଥିଲେ ସୂର୍ଯ୍ୟକୁମାର ଯାଦବ ଓ ଅଧିନାୟକ କିରଣ ପୋଲାର୍ଡ। ମୁମ୍ବାଇ ୧୯.୧ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବ ୪୩ ବଲରୁ ୧୦ ଚୌକା ଓ ୩୪ ଛକା ସହ ଅପରାଜିତ ୭୯ ରନର ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ବିଜୟ ସୂଚକ ଚୌକା ମାରି ପୋଲାର୍ଡ ୪ ରନରେ ଅପରାଜିତ ଥିଲେ।

ବେଙ୍ଗାଲୁରୁ ତରଫରୁ ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। କ୍ରିସ ମୋରିସ ୧ ଓ୍ଵିକେଟ୍ ପାଇଥିଲେ।  

ମୁମ୍ବାଇ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା  ବେଙ୍ଗାଲୁରୁର ଦୁଇ ଓପନର ଦେବଦତ୍ତ ପାଡିକଲ ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ଆରମ୍ଭରୁ ମୁମ୍ବାଇ ବୋଲରଙ୍କ ଉପରେ ପ୍ରହା କରି ୭.୫ ଓଭରରେ ପ୍ରଥମ ଓ୍ଵିକେଟ୍ ପାଇଁ ୭୧ ରନ ଯୋଡିଥିଲେ। ହେଲେ ରାହୁଲ ଚହର ଜୋସ ଫିଲିପଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗିବା ସହିତ ମୁମ୍ବାଇକୁ ପ୍ରଥମ ସଫଳତା ଦେଇଥିଲେ। ଫିଲିପ ୨୪ ବଲରୁ ୪ ଚୌକା ଓ ୧ ଛକା ସହ ୩୩ ରନ କରିଥିଲେ। ଏହାପରେ ବିରାଟ କୋହଲି(୯ ରନ)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମରା ବେଙ୍ଗାଲୁରୁକୁ ଦ୍ଵିତୀୟ ଝଟକା ଦେଇଥିଲେ।

{"id":352507,"sizeSlug":"large"}

ଅନ୍ୟପଟେ ଦେବଦତ୍ତ ପାଡିକଲ ଦମଦାର ବ୍ୟାଟିଂ କରି ଆଇପିଏଲରେ ତୃତୀୟ ଅର୍ଦ୍ଧଶତକ ହାସଲ କରିଥଲେ। ଏବି ଡିଭିଲିୟର୍ସ ମଧ୍ୟ ଆଜିର ମ୍ୟାଚ୍‌ରେ ଖାସ୍ କରିନପାରିନଥିଲେ। ସେ ୧୫ ରନ କରି କିରଣ ପୋଲାର୍ଡଙ୍କ ଶିକାର ହୋଇଥିଲେ। ଏହା ପରେ ଦଳ ନିୟମିତ ଓ୍ଵିକେଟ୍ ହରାଇ ଚାଲିଥିଲା। ଶିବମ ଦୁବେ(୨ ରନ) ବୁମରାଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଦଳର ଇନିଂସ ସମ୍ଭାଳିଥିବା ଦେବଦତ୍ତ ପାଡିକଲ ପଞ୍ଚମ ବ୍ୟାଟମସ୍ୟାନ ଭାବେ ଆଉଟ୍ ହୋଇଥିଲେ। ତାଙ୍କୁ ବୁମରା ଆଉଟ୍ କରି ପାଭିଲିୟନର ରାସ୍ତା ଦେଖାଇଥିଲେ। ପାଡିକଲ ୪୫ ବଲରୁ ୧୨ ଚୌକା ଓ ୧ ଛକା ସହ ୭୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୪ ରନ କରିବାକୁ ସକ୍ଷମ ହୋଇଛି। ଏକଦା ଦଳ ୧୧.୨ ଓଭରରେ ୨ ଓ୍ଵିକେଟ୍  ହରାଇ ୯୫ ରନ କରିଥିଲା। କିନ୍ତୁ ପରେ ମୁମ୍ବାଇ  ବୋଲର ପ୍ରତ୍ୟାବର୍ତ୍ତନ କରି ବେଙ୍ଗାଲୁରୁକୁ ବଡ ସ୍କୋର କରିବାକୁ ରୋକିଥିଲେ।

ମୁମ୍ବାଇ ତରଫରୁ ଯଶପ୍ରୀତ ବୁମରା ମାତ୍ର ୧୪ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। କିରଣ ପୋଲାର୍ଡ, ରାହୁଲ ଚହର ଓ ଟ୍ରେଣ୍ଟ ବୋଲ୍ଡ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.