Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମୁମ୍ବାଇ ସମ୍ମୁଖରେ ଧୋନୀ ବାହିନୀର ଆତ୍ମସମର୍ପଣ, ୧୦ ଓ୍ଵିକେଟ୍‌ରେ ମ୍ୟାଚ୍ ହାରି ପ୍ଲେଅଫ ଦୌଡରୁ ବାଦ୍ ପଡିଲା ଚେନ୍ନାଇ ସୁପର କିଙ୍ଗ୍ସ

23/10/2020 at 10:28 PM

ଶାରଜା ୨୩।୧୦: ପ୍ରତ୍ୟେକ ବିଭାଗରେ ଦମଦାର ପ୍ରଦର୍ଶନ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ଚେନ୍ନାଇ ସୁପର କିଙ୍ଗ୍ସର ଆତ୍ମସମର୍ପଣ। ବୋଲରଙ୍କ ଶାଣିତ ବୋଲିଂ ପରେ ଇଶାନ କିଷନ ଓ ଡିକ୍‌ଙ୍କ ଦମଦାର ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୪୩ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ସହଜରେ ୧୦ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ଶୋଚନୀୟ ପରାଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ଇତିହାସରେ ପ୍ରଥମ ଥର ଲିଗ୍ ପର୍ଯ୍ୟାୟରୁ ବାଦ୍‌ ପଡିଛି। ଦଳ ୧୧ଟି ମ୍ୟାଚ୍‌ରୁ ୮ ପରାଜୟ ସହ ପ୍ଲେଅଫ୍ ଦୌଡରୁ ବାହାର ହୋଇ ଯାଇଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସାମ କରନଙ୍କ ୫୨ ରନ ବଳରେ ୮ ଓ୍ଵିକେଟ୍  ହରାଇ ୧୧୪ ରନ କରିଥିଲା। ଜବାବରେ ମୁମ୍ବାଇ ଇଶାନ କିଷନଙ୍କ ଅପରାଜିତ ୬୮ ଓ କ୍ଵିଣ୍ଟନ ଡିକକ୍‌ଙ୍କ ଅପରାଜିତ ୪୬ ରନ ବଳରେ ୧୨.୨ ଓଭରରେ ବିନା ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଏହି ବିଜୟ ସହିତ ମୁମ୍ବାଇ ଇଣ୍ଡିଆନ୍ସ ୧୦ଟି ମ୍ୟାଚ୍‌ରୁ ୭ ବିଜୟ ଓ ୧୪ ପଏଣ୍ଟ ସହ ନେଟ୍‌ ରନ ରେଟ୍ ଆଧାରରେ ଶୀର୍ଷରେ ପହଞ୍ଚିଛି।

୧୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପନର କ୍ଵିଣ୍ଟନ ଡିକକ୍‌ ଓ ଇଶାନ କିଷନ ଆରମ୍ଭରୁ ଚେନ୍ନାଇ ବୋଲର ଉପରେ ପ୍ରହାର କରିଥିଲେ। ଉଭୟ ବ୍ୟାଟସମ୍ୟାନ ହାତ ଖୋଲା ସଟ୍ ଖେଳିଥିଲେ। ବିଶେଷ କରି ଇଶାନ କିଷନ ବିସ୍ଫୋରକ ବ୍ୟାଟିଂ କରି ୨୯ ବଲରୁ ୬ ଚୌକା ଓ ୩ ଛକା ସହ ଅର୍ଦ୍ଧଶତକ ହାସଲ କରିଥିଲେ। ଆଇପିଏଲରେ ଏହା ହେଉଛି ତାଙ୍କର ପଞ୍ଚମ ଅର୍ଦ୍ଧଶତକ। ଦୁଇ ବ୍ୟାଟମସ୍ୟାନ ଚେନ୍ନାଇ ବୋଲରଙ୍କୁ ପ୍ରହାର କରି ଅବିଭାଜିତ ପ୍ରଥମ ଓ୍ଵିକେଟ୍‌ରେ ୧୧୬ ରନ ଯୋଡି ଦଳକୁ ସହଜ ବିଜୟ ଦେଇଥିଲେ। ଇଶାନ କିଷନ ଧୂଆଁଧାର ବ୍ୟାଟିଂ କରି ୩୭ ବଲରୁ ୬ ଚୌକା ଓ ୫ ଛକା ସହ ଅପରାଜିତ ୬୮ ରନ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ। କ୍ଵିଣ୍ଟନ ଡିକକ୍‌ ୩୭ ବଲରୁ ୫ ଚୌକା ଓ ୨ ଛକା ସହ ୪୬ ରନ କରି ଅପରାଜିତ ଥିଲେ।

ଚେନ୍ନାଇ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଋତୁରାଜ  ଗାଏକୋଓ୍ଵାଡଙ୍କୁ ଆଉଟ୍ କରି ଟ୍ରେଣ୍ଟ ବୋଲ୍ଡ ମୁମ୍ବାଇକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଦଳ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ  ଆକ୍ରମଣର ସମ୍ମୁଖୀନ ହୋଇନପାରି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ୩ ରନ ସ୍କୋରରେ ଲଗାତାର ୩ ଓ୍ଵିକେଟ୍ ହରାଇଥିଲା। ଅମ୍ଵିତ ରାୟୁଡୁ(୨)ଙ୍କୁ ବୁମରା ଆଉଟ୍ କରି ଚେନ୍ନାଇକୁ ଦ୍ଵିତୀୟ ଝଟକା ଦେଇଥିଲେ। ପ୍ରଥମ ସୁଯୋଗ ପାଇଥିବା ଏନ ଜଗଦିଶନ(୦)ଙ୍କୁ ବୁମରା ନିଜର ଦ୍ଵିତୀୟ ଶିକାର କରିଥିଲେ। ସେହି ୩ ରନ ସ୍କୋରେ ଫାଫ ଡୁପ୍ଲେସି୍‌ ଟ୍ରେଣ୍ଟ ବୋଲ୍ଡଙ୍କ ଦ୍ଵିତୀୟ ଶିକାର ହୋଇଥିଲେ।

୩ ରନରେ ୪ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଚେନ୍ନାଇ ଇନିଂସକୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ରବିନ୍ଦ୍ରା ଜାଜେଡା ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ମୁମ୍ବାଇ ବୋଲରଙ୍କ ଆଗରତେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଦୁଇ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟ୍‌ରେ ୧୮ ରନ ଯୋଡିବାକୁ ସକ୍ଷମ ହୋଇଥିଲେ। ୨୧ ରନରେ ରବିନ୍ଦ୍ର ଜାଡେଜା(୭ରନ)  ବୋଲ୍ଟଙ୍କ ତୃତୀୟ ଶିକାର ହୋଇଥିଲେ। ଧୋନୀ ୧୬ ରନ କରି ରାହୁଲ ଚହରଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ୪୩ ତମ ସ୍କୋରରେ ଦୀପକ ଚହର(୦) ରାହୁଲ ବଲରେ ଆଉଟ୍ ହୋଇଥିଲେ।

 ୭୧ ରନରେ ୮ ଓ୍ଵିକେଟ୍ ହରାଇବା ପରେ ଲାଗୁଥିଲା ଚେନ୍ନାଇ ୧୦୦ ଭିତରେ ସୀମିତ ରହିବ। ହେଲେ ସାମ କରନଙ୍କ ସଂଘର୍ଷମୟ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୧୪ ରନର ସମ୍ମାନଜନକ ସ୍କୋର କରି ପାରିଛି। ସାମ କରନ ଏକାକୀ ମୁମ୍ବାଇ ବୋଲରଙ୍କ ଉଚିତ୍ ମୁକାବିଲା କରିଥିଲେ। ସେ ଇନିଂସର ଶେଷ ବଲରେ ଟ୍ରେଣ୍ଟ ବୋଲ୍ଡଙ୍କ ଚତୁର୍ଥ ଶିକାର ହୋଇଥିଲେ। ସାମ କରନ ୪୭ ବଲରୁ ୪ ଚୌକା ଓ ୨ ଛକା ସହ ୫୨ ରନର ଲଢୁଆ ଇନିଂସ ଖେଳିଥିଲେ।

ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୧୮ ରନ ୪ ଓ୍ଵିକେଟ୍ ନେଇଥିଲେ। ଯଶପ୍ରୀତ ବୁମରା ଓ ରାହୁଲ ଚହର ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ନାନଥ କୁଲଟର ନାଇଲ୍ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

   Related Posts