Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସୁପର ସଣ୍ଡେ ମୁକାବିଲା: ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ନିଷ୍ପତ୍ତି

4/10/2020 at 3:17 PM

ସାରଜା ୦୪।୧୦: ସୁପର  ସଣ୍ଡେରେ ଆଜି ଆଇପିଏଲର ଦୁଇଟି ମୁକାବିଲା ହେବାକୁ ଯାଉଛି। ସାରଜା କ୍ରିକେଟ୍ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ  ହାଇଦ୍ରାବାଦ। ଆଇପିଏଲର ୧୭ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଟସ୍‌  ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଉଭୟ ଦଳ ପାଇଁ ଏହା ହେଉଛି ପଞ୍ଚମ ମ୍ୟାଚ୍। ପ୍ରଥମ ୪ଟି ମ୍ୟାଚ୍‌ରୁ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି। ତେଣୁ  ଦୁଇ ଦଳ ବିଜୟ ଅବ୍ୟାହତ ରଖିବାକୁ ଚାହିଁବେ।

ଉଭୟ ଟିମ୍‌ ନିଜ ନିଜ ୪ଟି ମୁକାବିଲା ଖେଳି ୨ଟି ମ୍ୟାଚ୍‌ରେ ବିଜୟୀ ହୋଇ ଅଙ୍କ ତାଲିକାରେ କ୍ରମଶଃ- ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ତେବେ ବିସ୍ଫୋରକ ବ୍ୟାଟିଂ କ୍ରମ ଓ ଶେଷ ଓଭରରେ ଭଲ ବୋଲିଂ କରୁଥିବାରୁ ସନରାଇଜର୍ସ ହାଇଦ୍ରାବାଦ ବିରୋଧରେ ମୁମ୍ବାଇ ଇଣ୍ଡିଆନ୍ସ ଭାରି ପଡୁଥିବା ଅନୁମାନ କରାଯାଉଛି । ସେହିପରି ହାଇଦ୍ରାବାଦ ଟିମ୍‌ ମୁଖ୍ୟ ବୋଲର ଭୁବନେଶ୍ୱର କୁମାରଙ୍କ ଆଘାତ ଲାଗିଛି । ଆଗାମୀ ମ୍ୟାଚ୍‌ ଖେଳିବା ନେଇ ସନ୍ଦେହ ରହିଛି । ଭୁବନେଶ୍ୱର କୁମାର ଚେନ୍ନାଇ ସୁପର କିଙ୍ଗସ ବିରୋଧରେ ଶୁକ୍ରବାର ଦିନ ଖେଳାଯାଉଥିବା ମ୍ୟାଚ୍‌ର ୧୯ତମ ଓଭର ବୋଲି କରିବା ସମୟରେ ଆଘାତ ଲାଗିଥିଲା । ଭୁବନେଶ୍ୱରଙ୍କ ମାଂସପେଶୀଙ୍କ କିଛି ସମସ୍ୟା ରହିଥିଲା, ଯାହାପରେ କି ସେ ବୋଲିଂ କରିପାରିନଥିଲେ । ଶେଷରେ ତାଙ୍କୁ ପଡିଆ ବାହାରକୁ ଯିବାକୁ ପଡିଥିଲା ।

ତେବେ ଚାରୋଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍‌ ଜିତିଛି ମୁମ୍ବାଇ ଇଣ୍ଡିଆନ୍ସ । ହାଇଦ୍ରାବାଦର ଅନୁଭବି ବୋଲରଙ୍କ ଅନୁପସ୍ଥିତିକୁ ନଜର ରଖି , ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିବ ମୁମ୍ବାଇ ଟିମ୍‌ । ସାର୍‌ଜାହାର ଷ୍ଟାଡିୟମ ଛୋଟ ହୋଇଥିବାରୁ ଆଜିର ମ୍ୟାଚ୍‌ରେ ବଡ଼଼ ବଡ଼ ସଟ୍‌ ଦେଖିବାକୁ ମିଳିବ ।ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ୪ଟି ମ୍ୟାଚ୍‌ରେ ୧୭୦ରନ୍‌ ସଂଗ୍ରହ କରିଛନ୍ତି । ରୋହିତ ଭଲ୍‌ ଫର୍ମରେ ଥିବା ଦେଖାଯାଇଛି । ତେଣୁ ଆଜିର ମ୍ୟାଚ୍‌ରେ ରୋହିତ ବଡ଼ ସ୍କୋର କରିବା ପାଇଁ କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ଟିମ୍‌ର ସଦସ୍ୟ ଇଷାନ୍‌ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା ଓ କିରନ ପୋଲାର୍ଡ ମଧ୍ୟ ଭଲ ଫର୍ମରେ ଅଛନ୍ତି ।

ସେହିପରି ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ଟି ମୁକାବିଲା (୨୦୧୩-୨୦୧୯) ହୋଇଛି । ମୁମ୍ବାଇ ୬ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ସନ୍‌ରାଇଜର୍ସ ୭ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ୨୦୧୯ରେ ଗୋଟିଏ ମ୍ୟାଚ୍‌ ଟାଇ ହୋଇଥିଲା, ଏହାପରେ ସୁପର ଓଭରରେ ମୁମ୍ବାଇ ବିଜୟୀ ହୋଇଥିଲା । କହିବାକୁ ଗଲେ ୨ଟି ଟିମ୍‌ଙ୍କ ମଧ୍ୟରେ ବିଜୟୀ ୭-୭ରେ ରହିଛି ।

ସନରାଇଜର୍ସ ହାଇଦ୍ରାବାଦ

ଡେଭିଡ୍ ଓ୍ଵାର୍ଣ୍ଣର(ଅଧିନାୟକ), ଜୋନି ବେୟାରଷ୍ଟୋ(ଓ୍ଵିକେଟ୍ ରକ୍ଷକ), ମନିଷ ପାଣ୍ଡେ, କେନ୍ ଓ୍ଵିଲିୟମସନ, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଅବଦୁଲ ସମାଦ, ରସିଦ ଖାନ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ, ଟି ନଟରାଜନ।

ମୁମ୍ଵାଇ ଇଣ୍ଡିଆନ୍ସ

କ୍ଵିଣ୍ଟନ ଡିକକ୍‌(ଓ୍ଵିକେଟ୍), ରୋହିତ ଶର୍ମା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, କିରଣ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ଜେମ୍ସ ପାଟିନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା।

   Related Posts