IPL 2020: ଟସ୍ ଜିତି ମୁମ୍ଵାଇ ଇଣ୍ଡିଆନ୍ସର ବ୍ୟାଟିଂ ନିଷ୍ପତ୍ତି, ରାଜସ୍ଥାନରେ ୩ଟି ପରିବର୍ତ୍ତନ

Published By : Prameya-News7 Bureau | October 06, 2020 IST

ଆବୁଧାବି ୦୬।୧୦: ଆଜି ଆଇପିଏଲର ୨୦ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ପାଇଁ ଏହା ଷଷ୍ଠ ମ୍ୟାଚ୍‌ ଥିବା ବେଳେ ରାଜସ୍ଥାନ ପାଇଁ ଏହା ପଞ୍ଚମ ମ୍ୟାଚ୍‌। ରେକର୍ଡ ଉପରେ ନଜର ପକାଇଲେ ଦୁଇ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ୨୦ ଥର ମୁକାବିଲା ହୋଇଛି। ସେଥିରୁ ଉଭୟ ଦଳ ୧୦ଟିରେ ବିଜୟଲାଭ କରିଛନ୍ତି । ମୁମ୍ବାଇରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନାହିଁ।

ରାଜସ୍ଥାନ ରୟାଲ୍ସ ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ଆଜିର ମ୍ୟାଚ୍‌ରେ ଦଳରୁ ରବିନ ଉଥପ୍ପା, ଜୟଦେବ ଉନାଦକତ ଓ ରିୟାନ ପରାଗଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଯଶସ୍ଵୀ ଜୟସଓ୍ଵାଲ, ଅଙ୍କିତ ରାଜପୁତ ଓ  କାର୍ତ୍ତିକ ତ୍ୟାଗୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି। ମୁମ୍ବାଇରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନାହିଁ।

ଚଳିତ ଆଇପିଏଲରେ ମୁମ୍ବାଇ ଏବେ ଦମଦାର ଫର୍ମରେ ରହିଛି । ଦଳର ସମସ୍ତ ବ୍ୟାଟସମ୍ୟାନ୍ ଓ ବୋଲର ଫର୍ମରେ ଅଛନ୍ତି । ତେବେ ରାଜସ୍ଥାନ ମୁମ୍ବାଇର ମୁକାବିଲା ପାଇଁ ଦଳରେ ଅନେକ ପରିବର୍ତ୍ତନ କରିପାରେ ବୋଲି ସୂଚନା ମିଳିଛି ।ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।

ରାଜସ୍ଥାନ ସାରଜାରେ ଆକର୍ଷଣୀୟ ବ୍ୟାଟିଂ କରିଥିବା ବେଳେ ଦୁବାଇ ଓ ଆବୁଧାବିରେ ଦଳର ପ୍ରଦର୍ଶନ ଖରାପ ରହିଛି । ଜସ୍ ବଟଲର, ଜୟଦେବ ଉନାଦକତ ଭଲ ଫର୍ମରେ ନାହାଁନ୍ତି । ଯୁବ ଖେଳାଳି ଲରିୟାନ ପରାଗଙ୍କ ବ୍ୟାଟ୍ ମଧ୍ୟ ଚାଲୁନି । ଏହାକୁ ଦେଖି ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଚିରାଗଙ୍କ ବଦଳରେ ଯଶସ୍ୱୀ ଜୟଶ୍ୱାଲଙ୍କୁ ଖେଳାଇ ପାରନ୍ତି । ସେହିପରି ବୋଲର ଭାବେ ବରୁନ ଆରୋନ କିମ୍ବା କାର୍ତ୍ତିକ ତ୍ୟାଗିଙ୍କୁ ସୁଯୋଗ ମିଳିପାରେ ।

ତେବେ ମୁମ୍ବାଇ ଚମତ୍କାର ଫର୍ମରେ ରହିଛି । ସବୁଠାରୁ ବଡ କଥା ହେଉଛି ଯେ, ମୁମ୍ବାଇ କୌଣସି ଜଣେ ଖେଳାଳିଙ୍କ ଉପରେ ନିର୍ଭର କରୁନାହିଁ । ରୋହିତ ଶର୍ମା, କ୍ଲିମ୍ଟନ ଡି କକ୍, ଇସାନ କିଷାନ, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତେ ଫର୍ମରେ ଅଛନ୍ତି । ଦ୍ରୁତ ବୋଲର ଜେମ୍ସ ପାଟିନସନ, ଜସପ୍ରିତ ବୁମରାହ ଓ ଟ୍ରେଣ୍ଟ୍ ବୋଲ୍ଡ ଭଲ ପ୍ରଦର୍ଶନ କରୁଛନ୍ତି । ଆଜିର ମ୍ୟାଚ୍ ଜିତିବା ରାଜସ୍ଥାନ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ ।

ରାଜସ୍ଥାନ ରୟାଲ୍ସ

ଜୋସ ବଟଲର(ଓ୍ଵିକେଟ୍ ରକ୍ଷକ), ଯଶସ୍ଵୀ ଜୟସଓ୍ଵାଲ, ଷ୍ଟିଭ୍ ସ୍ମିଥ୍(ଅଧିନାୟକ), ସଞ୍ଜୁ ସାମସନ, ମହିପାଲ ଲମରୋର, ରାହୁଲ ତେଓ୍ଵତିଆ, ଜୋଫ୍ରା ଆର୍ଚର, ଟମ କରନ, ଶ୍ରେୟସ ଗୋପାଲ, ଅଙ୍କିତ ରାଜପୁତ, କାର୍ତ୍ତିକ ତ୍ୟାଗୀ।

ମୁମ୍ବାଇ ଇଣ୍ଡିଆନ୍ସ

କ୍ଵିଣ୍ଟନ ଡିକକ୍‌(ଓ୍ଵିକେଟ୍ ରକ୍ଷକ), ରୋହିତ ଶର୍ମା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କୃଣାଲ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ, ଜେମ୍ସ ପାଟିନସନ, ରାହୁଲ ଚହର ଓ ଯଶପ୍ରୀତ ବୁମରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.