Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||
  • ଜୟପୁର : ବୋର୍ଡର ଏକ ତରଫା ନିଷ୍ପତ୍ତିକୁ ବିରୋଧ, ୨୦ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଲେ ଶିକ୍ଷକ
  • ||
  • କଟକ : ରାଜଧାନୀ ଏକ୍ସପ୍ରେସ୍‌ରୁ ମିଳିଲା ୨୦ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍, କଟକ ଷ୍ଟେସନ୍‌ରୁ ଜବତ କଲା ଆରପିଏଫ୍
  • ||
  • ଭୁବନେଶ୍ବର : STF ପଞ୍ଝାରେ ହାତୀ ଦାନ୍ତ ଚାଲାଣକାରୀ : ଗୋଟିଏ ଦାନ୍ତ ଜବତ, ଜଣେ ଅଟକ
  • ||
  • ପାଟନା : ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ, ଗୁରୁବାର ଦିଲ୍ଲୀରେ ନିର୍ବନ୍ଧ
  • ||
  • ଭଦ୍ରକ : ଚୋର ବୋହିନେଉଥିଲା ଲୁହା ଖୁଣ୍ଟ, ସିସିଟିଭି ଫୁଟେଜ ଦେଖି ବାନ୍ଧି ପକାଇଲେ ସ୍ଥାନୀୟ ଲୋକେ
  • ||
  • ଭୁବନେଶ୍ବର : ଆଟ୍ ରିସ୍କ ଦେଶରୁ ଆସିଥିବା ୯୮୨ ଜଣଙ୍କ ମଧ୍ୟରୁ ୪ ପଜିଟିଭ୍ ଚିହ୍ନଟ, ଜେନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଗଲା ନମୂନା
  • ||
  • ବାଲିଗୁଡା : ଅପରେସନ୍ ନୀଳ ଜହର : ୪କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||

ଆଇପିଏଲ-୨୦୨୦ : ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ

1/10/2020 at 3:36 PM

ଦୁବାଇ, ୦୧|୧୦: ଗତ ମ୍ୟାଚରେ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ଭଲ ପ୍ରଦର୍ଶନ ସତ୍ୱେ ମ୍ୟାଚ୍ ହାରିଥିଲେ । ଗୁରୁବାର ଉଭୟ ଦଳ ଆଇପିଏଲ-୨୦୨୦ରେ ମୁହାଁମୁହିଁ ହେବେ । ଉଭୟ ଦଳ ପୂର୍ବରୁ କରିଥିବା ଛୋଟଛୋଟ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ ।

କିଙ୍ଗସ୍ ଏକାଦଶ ପଞ୍ଜାବ ରବିବାର ରାଜସ୍ଥାନ ରୟାଲ୍ସକୁ ୨୨୪ ରନ୍‌ର ଟାର୍ଗେଟ୍ ଦେଇଥିଲା । ବିଶାଳ ସ୍କୋର ସତ୍ୱେ ପଞ୍ଜାବ ହାରିଯାଇଥିଲା । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ କିରନ ପୋଲାର୍ଡ ଓ ଇଶାନ କିଷାନଙ୍କ ବିସ୍ଫୋରକ ଇନିଂସ ବଳରେ ବାଙ୍ଗାଲୋର ବିପକ୍ଷରେ ୨୦୨ ରନ୍‌ର ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ କରିଥିଲେ । ଏହି ମ୍ୟାଚ୍ ସୁପର ଓଭର ଯାଏଁ ଯାଇଥିଲା । ତେବେ ସୁପର ଓଭରରେ ମମ୍ବାଇ ପରାସ୍ତ ହୋଇଥିଲା ।

ତେବେ ସବୁଠାରୁ ବଡ କଥା ହେଲା ଯେ ଉଭୟ ଦଳର ପ୍ରାୟ ସମସ୍ତ ବ୍ୟାଟସମ୍ୟାନ ଭଲ ଫର୍ମରେ ଅଛନ୍ତି । ତେବେ ପଞ୍ଜାବର ବୋଲରମାନେ ଏବେସୁଦ୍ଧା ଲୟକୁ ଫେରି ନାହାଁନ୍ତି । ସେଲ୍ଡନ କାଟରଲଙ୍କ ଗୋଟିଏ ଓଭରରେ ରାହୁଲ ତାଓ୍ୱତିଆ ୫ଟି ଛକା ଲଗାଇବା ସହ ପଞ୍ଜାବ ହାତରୁ ମ୍ୟାଚ୍ ଛଡାଇ ନେଇଥିଲେ । ଏପରିକି ଭଲ ଫର୍ମରେ ଥିବା ମହମ୍ମଦ ଶାମି ମଧ୍ୟ ୫୩ ରନ୍ ବ୍ୟୟ କରିଥିଲେ । ତେବେ ସେ ତିନୋଟି ଓ୍ୱିକେଟ୍ ନେଇଥିଲେ । ରେଗ ସ୍ପିନର ରବି ବିଶ୍ରାଇଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିଲେ ।

ତେବେ ପଞ୍ଜାବର ଶକ୍ତି ହେଉଛନ୍ତି ବ୍ୟାଟସମ୍ୟାନ୍ । ଦଳର ସବୁ ବ୍ୟାଟସମ୍ୟାନ୍ ଭଲ ଫର୍ମରେ ଅଛନ୍ତି । ଓପନିଂ ଓ ମିଡିଲ ଅର୍ଡର ଦଳର ଶକ୍ତିଶାଳୀ ରହିଛି । ସେହିପରି ମୁମ୍ବାଇର ମଧ୍ୟ ବ୍ୟାଟିଂ ଭଲ ରହିଛି । ଦଳର ଓପନର ଫେଲ୍ ହେଲେ ବି ଅନ୍ୟ ବ୍ୟାଟସମ୍ୟାନମାନେ ସ୍କୋରକୁ ଆଗକୁ ବଢାଉଛନ୍ତି । ତେବେ ଆଜିର ମ୍ୟାଚରେ ଉଭୟ ଦଳର ବ୍ୟାଟିଂ ମଧ୍ୟରେ ମୁକାବିଲା ହେବ ବୋଲି କ୍ରିକେଟ ସମୀକ୍ଷକମାନେ କହୁଛନ୍ତି ।

   Related Posts