Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଆଇପିଏଲ-୨୦୨୦ : ଟସ୍ ଜିତିଲା ପଞ୍ଜାବ, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

1/10/2020 at 7:02 PM

ଦୁବାଇ, ୦୧ ।୧୦: ଆଇପିଏଲ-୨୦୨୦ରେ ଗୁରୁବାର ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ । ତେବେ ଆଜିର ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଦଳର ଅଧିନାୟକ କେଏଲ ରାହୁଲ ଟସ୍ ଜିତି ମୁମ୍ବାଇକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

ଗତ ମ୍ୟାଚରେ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ଭଲ ପ୍ରଦର୍ଶନ ସତ୍ୱେ ମ୍ୟାଚ୍ ହାରିଥିଲେ । ଗୁରୁବାର ଉଭୟ ଦଳ ଆଇପିଏଲ-୨୦୨୦ରେ ମୁହାଁମୁହିଁ ହେବେ । ଉଭୟ ଦଳ ପୂର୍ବରୁ କରିଥିବା ଛୋଟଛୋଟ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ । କିଙ୍ଗସ୍ ଏକାଦଶ ପଞ୍ଜାବ ରବିବାର ରାଜସ୍ଥାନ ରୟାଲ୍ସକୁ ୨୨୪ ରନ୍‌ର ଟାର୍ଗେଟ୍ ଦେଇଥିଲା । ବିଶାଳ ସ୍କୋର ସତ୍ୱେ ପଞ୍ଜାବ ହାରିଯାଇଥିଲା । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ କିରନ ପୋଲାର୍ଡ ଓ ଇଶାନ କିଷାନଙ୍କ ବିସ୍ଫୋରକ ଇନିଂସ ବଳରେ ବାଙ୍ଗାଲୋର ବିପକ୍ଷରେ ୨୦୨ ରନ୍‌ର ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ କରିଥିଲେ । ଏହି ମ୍ୟାଚ୍ ସୁପର ଓଭର ଯାଏଁ ଯାଇଥିଲା । ତେବେ ସୁପର ଓଭରରେ ମମ୍ବାଇ ପରାସ୍ତ ହୋଇଥିଲା ।

ତେବେ ସବୁଠାରୁ ବଡ କଥା ହେଲା ଯେ ଉଭୟ ଦଳର ପ୍ରାୟ ସମସ୍ତ ବ୍ୟାଟସମ୍ୟାନ ଭଲ ଫର୍ମରେ ଅଛନ୍ତି । ତେବେ ପଞ୍ଜାବର ବୋଲରମାନେ ଏବେସୁଦ୍ଧା ଲୟକୁ ଫେରି ନାହାଁନ୍ତି । ସେଲ୍ଡନ କାଟରଲଙ୍କ ଗୋଟିଏ ଓଭରରେ ରାହୁଲ ତାଓ୍ୱତିଆ ୫ଟି ଛକା ଲଗାଇବା ସହ ପଞ୍ଜାବ ହାତରୁ ମ୍ୟାଚ୍ ଛଡାଇ ନେଇଥିଲେ । ଏପରିକି ଭଲ ଫର୍ମରେ ଥିବା ମହମ୍ମଦ ଶାମି ମଧ୍ୟ ୫୩ ରନ୍ ବ୍ୟୟ କରିଥିଲେ । ତେବେ ସେ ତିନୋଟି ଓ୍ୱିକେଟ୍ ନେଇଥିଲେ । ରେଗ ସ୍ପିନର ରବି ବିଶ୍ରାଇଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିଲେ ।

ତେବେ ପଞ୍ଜାବର ଶକ୍ତି ହେଉଛନ୍ତି ବ୍ୟାଟସମ୍ୟାନ୍ । ଦଳର ସବୁ ବ୍ୟାଟସମ୍ୟାନ୍ ଭଲ ଫର୍ମରେ ଅଛନ୍ତି । ଓପନିଂ ଓ ମିଡିଲ ଅର୍ଡର ଦଳର ଶକ୍ତିଶାଳୀ ରହିଛି । ସେହିପରି ମୁମ୍ବାଇର ମଧ୍ୟ ବ୍ୟାଟିଂ ଭଲ ରହିଛି । ଦଳର ଓପନର ଫେଲ୍ ହେଲେ ବି ଅନ୍ୟ ବ୍ୟାଟସମ୍ୟାନମାନେ ସ୍କୋରକୁ ଆଗକୁ ବଢାଉଛନ୍ତି । ତେବେ ଆଜିର ମ୍ୟାଚରେ ଉଭୟ ଦଳର ବ୍ୟାଟିଂ ମଧ୍ୟରେ ମୁକାବିଲା ହେବ ବୋଲି କ୍ରିକେଟ ସମୀକ୍ଷକମାନେ କହୁଛନ୍ତି ।

   Related Posts