ଆଇପିଏଲ ୨୦୨୦ : କ୍ୱାଲିଫାୟାର-୧ରେ ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

Published By : Prameya-News7 Bureau | November 05, 2020 IST

ଦୁବାଇ, ୦୫।୧୧:  ଆଜି ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚ୍। ଏହି ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳର ଅଧିନାୟକ ଶ୍ରେୟସ ଆୟାର ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଅର୍ଥାତ ପ୍ରଥମେ ଫିଲ୍ଡିଂ କରିବ ଦିଲ୍ଲୀ ।

wp:html /wp:html

 ଉଭୟ ଦଳ ବିଜୟ ସହ ସିଧାସଳଖ ଫାଇନାଲକୁ ଉନ୍ନୀତ ହେବା ଲକ୍ଷ୍ୟ ରଖିଛନ୍ତି। ପଏଣ୍ଟ ଟେବୁଲର ପ୍ରଥମ ୨ଟି ସ୍ଥାନରେ ଥିବା ଏହି ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ ରୋମାଞ୍ଚକର ହେବା ନେଇ ଅନୁମାନ କରାଯାଉଛି।

wp:html /wp:html

ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବାଇ ଇଣ୍ଡିଆନ୍ ସ ୧୪ଟି ଲିଗ୍  ମ୍ୟାଚରୁ ୯ଟି ବିଜୟ ଓ ୫ଟି ପରାଜୟ ସହ ୧୮ ପଏଣ୍ଟ ପାଇ ଶୀର୍ଷରେ ରହିଛି। ତେବେ ଶେଷ ମ୍ୟାଚ୍ ରେ ସନ୍ ରାଇଜର୍ସ ନିକଟରୁ ଚଳିତ ସିଜିନ୍ ରେ ମୁମ୍ବଇ ତା’ର ସବୁଠାରୁ ବଡ଼ ପରାଜୟ ଭୋଗିଛି।  ଚଳିତ ସଂସ୍କରଣରେ ଉଭୟ ଦଳ ଲିଗ୍  ପର୍ଯ୍ୟାୟରେ ଦୁଇଥର ମୁହାଁମୁହିଁ ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ ସ ୨ଟି ଯାକ ମ୍ୟାଚ୍ ଜିତିଥିଲା। ତେଣୁ ଆଜିର ମ୍ୟାଚ୍ ରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।

ଉଭୟ ଦଳ ପାଇଁ ଆଉ ଏକ ସୁଯୋଗ ରହିଛି। ତଥାପି ଏତେ ସଂଘର୍ଷ ନକରି ସିଧା ଫାଇନାଲ୍‌ରେ ପହଞ୍ଚିବା ପାଇଁ ଉଭୟ ଦଳ ଗୁରୁତ୍ୱ ଦେବେ। ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ। ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ଲିଗ୍‌ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଥିଲା। ସନରାଇଜର୍ସ ୧୦ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପ୍ଲେ ଅଫ୍‌ରେ ପ୍ରବେଶ କରିଥିଲା।

ଅବଶ୍ୟ ଏହି ମ୍ୟାଚ୍‌ରେ ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିନଥିଲେ। ପ୍ଲେ ଅଫ୍‌ ମୁକାବିଲା ପାଇଁ ସେମାନଙ୍କୁ ବିଶ୍ରାମ ଦିଆଯାଇଥିଲା। ଆଜି ସେମାନେ ଏକାଦଶକୁ ଫେରିବେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବଭଳି ସନ୍ତୁଳିତ ଓ ଶକ୍ତିଶାଳୀ ବିବେଚିତ ହେବ । ରୋହିତ ଶର୍ମା ଫିଟ୍‌ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ତାଙ୍କୁ ନେଇ ବିବାଦ ଲାଗି ରହିଛି। ସନରାଇଜର୍ସ ବିପକ୍ଷରେ ସେ ୪ରନ୍‌ କରିଥିଲେ। ହେଲେ ବାଉଣ୍ଡାରୀ ଅଞ୍ଚଳରେ ଫିଲ୍ଡିଂ କରି ସେ ସମ୍ପୂର୍ଣ୍ଣ ଫିଟ୍‌ ଥିବା ପ୍ରମାଣିତ କରିଥିଲେ। ରୋହିତଙ୍କ ଉପସ୍ଥିତି ଦଳର ମନୋବଳ ଦ୍ୱିଗୁଣିତ କରିଛି।

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଲିଗ୍‌ ପର୍ଯ୍ୟାୟ ବେଶ୍‌ ନାଟକୀୟ ଥିଲା । ପ୍ରଥମ ୯ଟି ମ୍ୟାଚ୍‌ରୁ ଦିଲ୍ଲୀ କ୍ୟାପିଟାଲ୍ସ ୭ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। ଏହାପରେ ଦଳ କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ ପରାଜିତ ହୋଇଥିଲା। ଏପରିକି ପ୍ଲେ ଅଫ୍‌ରେ ପ୍ରବେଶ କରିବା ନେଇ ଆଶଙ୍ଗା ଦେଖା ଦେଇଥିଲା। ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ବିଜୟ ହାସଲ କରି ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.