IPL 2020 ଉଦ୍‌ଘାଟନୀ ମ୍ୟାଚ୍: ଚେନ୍ନାଇ ସୁପରକିଙ୍ଗ୍ସକୁ ୧୬୩ ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

Published By : Prameya-News7 Bureau | September 19, 2020 IST

ଆବୁଧାବି ୧୯।୦୯: ସବୁ କଳ୍ପନା  ଜଳ୍ପନାର ଅନ୍ତ ଘଟିଲା, ଆଉ ବାଜିଲା ଆଇପିଏଲର ୧୩ଶ ସଂସ୍କରଣ ବିଗୁଲ। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ଵାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍  ହରାଇ ୧୬୨ ରନ କରିଛି। ଆଇପିଏଲର ପ୍ରଥମ ମ୍ୟାଚ୍‌ ଜିତିବା ପାଇଁ ଚେନ୍ନାଇ ସୁପରକିଙ୍ଗ୍ସ ସାମ୍ନାରେ ୧୬୩ ରନର ବିଜୟ ଲକ୍ଷ୍ୟ ରହିଛି। ମୁମ୍ବାଇ ତରଫରୁ ସୌରଭ ତିଓ୍ଵାରୀ ସର୍ବାଧିକ ୪୨ ରନ କରିଥିବା ବେଳେ କ୍ଵିଣ୍ଟନ ଡିକକ୍‌ ୩୩ ରନ କରିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଲୁଙ୍ଗି ଏନଗିଡି ସର୍ବାଧିକ ୩ ସଫଳତା ପାଇଛନ୍ତି। ବିନା ଦର୍ଶକରେ ଚଳିତ ବର୍ଷ ଆଇପିଏଲ ଆୟୋଜନ ହେଉଛି।

{"id":332011,"sizeSlug":"large"}

ଟସ୍  ହାରି ପ୍ରଥମେ  ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଅଧିନାୟକ ରୋହିତ ଶର୍ମା ଓ କ୍ଵିଣ୍ଟନ ଡିକକ୍‌ ଭଲ ଆରମ୍ଭ ଦେଇଥିଲେ। ୪.୪ ଓଭରରେ ଦୁଇ ବ୍ୟାଟମସ୍ୟାନ ଦ୍ରୁତ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍  ପାଇଁ ୪୬ ରନ ଯୋଡିଥିଲେ। ରୋହିତ ଶର୍ମା(୧୨) ଚାଓ୍ଵାଲଙ୍କ ଶିକାର ହୋଇଥିଲେ। ରୋହିତଙ୍କ ପରେ ପରେ ଦ୍ରୁତ ବ୍ୟାଟିଂ କରୁଥିବା ଡିକକ୍‌ ସାମ କରନଙ୍କ ବଲରେ ଓ୍ଵାଟସନଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ। ଡିକକ୍‌ ୨୦ ବଲରୁ ୫ ଚୌକା ଜରିଆରେ ୩୩ ରନ କରିଥିଲେ।

୪୮ ରନରେ ଦୁଇ ଓପନରଙ୍କୁ ହରାଇବା ପରେ ସୂର୍ଯ୍ୟ କୁମାର ଯାଦବ ଓ ସୌରଭ ତିଓ୍ଵାରୀ ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ୯୨ ରନ ସ୍କୋରରେ ମୁମ୍ବାଇ ଯାଦବ(୧୭ ରନ)ଙ୍କ  ରୂପେ ତୃତୀୟ ଓ୍ଵିକେଟ୍ ହରାଇଥିଲା। ତିଓ୍ଵାରୀ ଓ ଯାଦବ ତୃତୀୟ ଓ୍ଵିକେଟ୍‌ରେ ୪୪ ରନ ଯୋଡିଥୀଲେ। ଦଳୀୟ ସ୍କୋର ୧୨୧ରେ ସ୍କୋରରେ ତିଓ୍ଵାରୀ ରବିନ୍ଦ୍ର ଜାଡେଙ୍କ ବଲରେ ଆଉଟ୍ ହୋଇଥିଲେ। ତିଓ୍ଵାରୀ ୩୧ ବଲରୁ ୩ ଚୌକା ଓ ୧ ଛକା ବଳରେ ୪୨ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

{"id":332010,"sizeSlug":"large"}

ଏହା ପରେ ମୁମ୍ବାଇ ଶୀଘ୍ର ଆଉ ୨ଟି ଓ୍ଵିକେଟ୍ ହରାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା(୧୪) ଜାଡେଜାଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଶେଷ ଆଡକୁ କିରଣ ପୋଲାର୍ଡ ୧୮ ରନ କରିବାକୁ ସକ୍ଷମ ହୋଇଥିଲେ। ଭଲ ଆରମ୍ଭ କରିଥିବା ମୁମ୍ବାଇ ନିମ୍ନ ଅର୍ଡରରେ ଆଶାନୁରୂପ ପ୍ରଦର୍ଶନ କରିନପାରି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୬୨ ରନରେ ସୀମିତ ରହିଛି।

ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଲୁଙ୍ଗି ଏନଗିଡି ୩ ସଫଳତା ମିଳିଥିବା ବେଳେ ରବିନ୍ଦ୍ର ଜାଡେଜା ଓ ଦୀପକ ଚହର ଦୁଇଟି ଓ୍ଵିକେଟ୍ ନେବାରେ ସଫଳ ହୋଇଛନ୍ତି। ସାମ କରନ, ପିୟୂଷ ଚାଓ୍ଵାଲା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.