Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସୁପର ଓଭର ସୁପର ମୁକାବିଲା: ଲକି ଫର୍ଗ୍ୟୁସନଙ୍କ ଶାଣିତ ବୋଲିଂ, ହାଇଦ୍ରାବାଦକୁ ମାତ୍ ଦେଲା କୋଲକାତା ନାଇଟ୍ ରାଇଡର୍ସ

18/10/2020 at 7:54 PM

ଆବୁଧାବି ୧୮।୧୦: ଚଳିତ ଆଇପିଏଲରେ ତୃତୀୟ ଥର ମ୍ୟାଚ୍‌ର ଫଇସଲା ସୁପର ଓଭର ଜରିଆରେ ହୋଇଛି। ଲକି ଫର୍ଗ୍ୟୁସନଙ୍କ ଶାଣିତ ବୋଲିଂ ବଳରେ ଆଇପିଏଲର ୩୫ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ସୁପର ଓଭରରେ ପରାସ୍ତ କରିଛି। ଏହି ବିଜୟ ସହିତ କୋଲକାତାର ପ୍ଲେଅଫ୍ ଦୌଡ ଆଶା ଉଜ୍ଜୀବିତ ରହିଛି। ସୁପର ଓଭରରେ ହାଇଦ୍ରାବାଦ  ମାତ୍ର ୨ ରନ କରି ବାକୁ ସକ୍ଷମ ହୋଇଥିଲା। ଲକି ଫର୍ଗ୍ୟୁସେନ ସୁପର ଓଭର ବୋଲିଂ କରି ମାତ୍ର ୨ ରନ ଦେଇ ଡେଭିଡ୍ ଓ୍ଵାର୍ଣ୍ଣର ଓ ସାମଦଙ୍କୁ ବୋଲ୍ଡ କରିଥିଲେ। ଏହି ଲକ୍ଷ୍ୟକୁ ହାସଲ କରି କୋଲକାତା ଆଇପିଏଲରେ ନବମ ମ୍ୟାଚ୍‌ରୁ ପଞ୍ଚମ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି କୋଲକାତା ବ୍ୟାଟସମ୍ୟାନଙ୍କ ମିଳିତ ପ୍ରଦର୍ଶନ ଜରିଆରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୬୩ ରନ କରିଥିଲା। ଜବାବରେ ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଅପରାଜିତ ୪୭ ରନ ବଳରେ ୬ ଓ୍ଵିକେଟ୍ ହରାଇ ସମାନ ୧୬୩ ରନ  କରିଥିଲା।

୧୬୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ସନ ରାଇଜର୍ସ ହାଇଦ୍ରାବାଦକୁ ଦୁଇ ଓପନର ଜୋନି ବେୟାରଷ୍ଟୋ ଓ କେନ୍ ଓ୍ଵିଲିୟମସନ ମଜବୁତ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ବ୍ୟାଟିଂ କରି ୬.୧ ଓଭରରେ ୫୭ ରନ ଯୋଡିଥିଲେ। ଚଳିତ ସଂସ୍କରଣରେ ପ୍ରଥମ ଥର ଓପନିଂ କରିଥିବା କେନ୍ ଓ୍ଵିଲିୟମସନ ୧୯ ବଲରୁ ୪ ଚୌକା ଓ  ୧ ଛକା ସହ ଦ୍ରୁତ ୨୯ ରନ କରିଥିଲେ।  ହେଲେ ୭୦ ରନ ସ୍କୋରରେ ଦଳ ଲଗାତାର ଦୁଇଟି ଓ୍ଵିକେଟ୍ ହରାଇଥିଲା। ଉପର ଅର୍ଡରରେ ବ୍ୟାଟିଂ କରିବାକୁ ଆସିଥିବା ଯୁବ ବ୍ୟାଟସମ୍ୟାନ ପ୍ରିୟମ ଗର୍ଗ ୪ ରନ କରି ବିଫଳ ହୋଇଥିଲେ। ପରେ ପରେ ବେୟାରଷ୍ଟୋ ଆଉଟ୍ ହେବା ଦଳକୁ ବଡ ଝଟକା ଲାଗିଥିଲା। ସେ ୨୮ ଲବରୁ ୭ ଚୌକା ସହ ୩୬ ରନ କରିଥିଲେ।

ମନିଷ ପାଣ୍ଡେ ମଧ୍ୟ କିଛି ଖାସ୍ କରିପାରିନଥିଲେ। ସେ ୬ ରନ କରି ବିଦାୟ ନେଇଥିଲେ। ୮୨ ରନରେ ୪ ଓ୍ଵିକେଟ୍ ହରାଇଥିବା ସନରାଇଜର୍ସ ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୧୦୯ ରନରେ ଅଧା ଓ୍ଵିକେଟ୍ ହରାଇଥିଲା। ବିଜୟ ଶଙ୍କର ମଧ୍ୟ ଦଳକୁ ନିରାଶ କରିଥିଲେ।

ଅନ୍ୟପଟେ କ୍ରିଜରେ ଇନିଂସ ସମ୍ଭାଳିଥିବା ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ଅବଦୁଲ ସାମଦଙ୍କ ସହ ମିଶି ଦଳକୁ ବିଜୟ ଦେବାକୁ ଉଦ୍ୟମ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଷଷ୍ଠ ଓ୍ଵିକେଟ୍‌ରେ ୩୭ ରନ ଯୋଡି ଦଳର ସ୍କୋରକୁ ୧୪୬ରେ ପହଞ୍ଚାଇଥିଲେ। ଶେଷ ଓଭରରେ ୧୮ ରନ ଦରକାର ଥିବା  ବେଳେ ହାଇଦ୍ରାବାଦ ୧୭ ରନ ସଂଗ୍ରହ କରିଥିଲା। ସ୍କୋର ସମାନ ହେବାରୁ ସୁପର ଓଭରରେ ମ୍ୟାଚ୍‌ର ଫଇସଲା ହୋଇଥିଲା। ଲକି ଫର୍ଗ୍ୟୁସନ ୧୫ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସଦ ଶୁଭମାନ ଗିଲ୍‌ଙ୍କ ୩୬ ରନ, ଅଧିନାୟକ ଇଅନ ମୋର୍ଗାନଙ୍କ ୩୪ ଓ ଦିନେଶ କାର୍ତ୍ତିକଙ୍କ ଦ୍ରୁତ ୨୯ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍  ହରାଇ ୧୬୩ ରନ କରିଥିଲା।

   Related Posts