Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ପାଟ୍ କମିନ୍ସଙ୍କ ଘାତକ ବୋଲିଂ, କୋଲକାତାଠୁ ହାରି ଆଇପିଏଲରୁ ବିଦା ହେଲା ରାଜସ୍ଥାନ ରୟାଲ୍ସ

2/11/2020 at 12:04 AM

ଦୁବାଇ ୦୧।୧୧: ଅଧିନାୟକ ଇଆନ ମୋର୍ଗାନଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପାଟ କମିନ୍ସଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୬୦ ରନରେ ପରାସ୍ତ କରିଛି। ପରାଜୟ ସହିତ ରାଜସ୍ଥାନ ରୟାଲ୍ସ ଟୂର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିବା ବେଳେ କୋଲକାତାର ପ୍ଲେଅଫ୍ ଖେଳିବା ଆଶା ଉଜ୍ଜୀବିତ ରହିଛି। ପ୍ରଥମେ ବ୍ୟାଟିଂ କରି କୋଲାକାତା ନାଇଟ୍ ରାଇଡର୍ସ ଅଧିନାୟକ ଇଅନ ମୋର୍ଗାନଙ୍କ ଅପରାଜିତ ୬୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍  ହରାଇ ୧୯୧ ରନ କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ପାଟ୍ କମିନ୍ସ, ଶିବମ ମାଭିଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍  ହରାଇ ୧୩୧ ରନରେ ସୀମିତ ରହିଥିଲା। ପାଟ କମିନ୍ସ ୪ ଓ୍ଵିକେଟ୍ ନେଇ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୁମିକା ଗ୍ରହଣ କରିଛନ୍ତି। ଏବେ କୋଲକାତାକୁ ମୁମ୍ବାଇ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ମୁମ୍ବାଇ ଜିତିଲେ କୋଲକାତାର ପ୍ଲେଅଫ୍‌ରେ ଜିତିବାର ସମ୍ଭାବନା ରହିବ।

୧୯୨ ରନର  ବିଜୟ  ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରାଜସ୍ଥାନ ରୟାଲ୍ସ ନିୟମିତ ବ୍ୟବଧାନରେ ଓ୍ଵିକେଟ୍  ହରାଇ ଚାଲିଥିଲା। ବିଶେଷ କରି ପାଟ୍ କମିନ୍ସ ରାଜସ୍ଥାନର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିବା ବେଳେ ଶିବମ ମାଭି ରନଗତି ଉପରେ ଅଙ୍କୁଶ ଲଗାଇଥିଲେ। କୋଲକାତା ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିନପାରି ରାଜସ୍ଥାନ ୯ ଓ୍ଵିକେଟ୍ ହରାଇ ୧୩୧ ରନରେ ସୀମିର ରହିଥିଲା। ଦଳ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ ୩୫ ରନ କରିଥିବା ବେଳେ ରାହୁଲ ତେଓ୍ଵତିଆ ୩୧ ରନ ଏବଂ ଶ୍ରେୟସ ଗୋପାଲ ଅପରାଜିତ ୨୩ ରନ କରିଥିଲେ। କୋଲକାତା ପକ୍ଷରୁ ପାଟ୍ କମିନ୍ସ ସର୍ବାଧିକ ୪ ଓ୍ଵିକେଟ୍ ନେଇଥିବା ବେଳେ ଶିବମ ମାଭି ଓ ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ନୀତିଶ ରାଣା(୦ ରନ) ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଏହା ପରେ ଶୁଭମାନ ଗିଲ୍ ଓ ରାହୁଲ ତ୍ରିପାଠୀ ଦଳର ଇନିଂସ ସମ୍ଭାଳିଥିଲେ। ଦ୍ରୁତ ବ୍ୟାଟିଂ କରି ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡିଥିଲେ। ଏହା ପରେ ଦଳକୁ ଲାଗ ଲାଗ ୩ ଝଟକା ଲାଗିଥିଲା। ଶୁଭମାନ ଗିଲ୍ ୨୪ ବଲରୁ ୬ ଚୌକା ସହ ୩୬ ରନ କରିଥିଲେ। ଏହା ପରେ ରାହୁଲ ତ୍ରିପାଠୀ ଭଲ ବ୍ୟାଟିଂ କରି ୩୯ ରନ କରି ଆଉଟ୍ ହୋଇଥିଲେ। ସୁନିଲ ନାରିନେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ।

ଦିନେଶ କାର୍ତ୍ତିକ ମଧ୍ୟ ଦଳକୁ ନିରାଶ କରି ୦ ରନରେ ପାଭିଲିୟନ ଫେରିଥିଲେ। ୯୯ ରନରେ ୫ ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ଇଅନ ମୋର୍ଗାନ ଦଳର ବ୍ୟାଟିଂ ସମ୍ଭାଳିଥିଲେ। ସେ ଆନ୍ଦ୍ରେ ରସେଲଙ୍କ ସହ ଷଷ୍ଠ ଓ୍ଵିକେଟ୍‌ରେ ୪୫ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ରସେଲ ବିସ୍ଫୋରକ ବ୍ୟାଟିଂ କରି ୧୧ ବଲରୁ ୧ ଚୌକା ଓ ୩ ଛକା ସହ ୨୫ ରନ କରି ପାଭିଲିୟନ ଫେରିଥିଲେ। ଏହି କ୍ରମରେ ଇଅନ ମୋର୍ଗାନ ଆଇପିଏଲରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ପର୍ଯ୍ୟନ୍ତ ରହି ସେ ୩୫ ବଲରୁ ୫ ଚୌକା ଓ ୬ ଛକା ସହ ୬୮ ରନ କରିଥିଲେ। କୋଲକାତା ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୧ ରନ କରିଥିଲ

ରାଜସ୍ଥାନ ରୟାଲ୍ସ ପକ୍ଷରୁ ରାହୁଲ ତେଓ୍ଵତିଆ ୩ ସଫଳତା ପାଇଥିବା ବେଳେ କାର୍ତ୍ତିକ ତ୍ୟାଗୀ ୨, ଜୋଫ୍ରା ଆର୍ଚର ଏବଂ ଶ୍ରେୟସ ଗୋପାଲ ଗୋଟିଏ ଓ୍ଵିକେଟ୍ ନେଇଥିଲା।

କୋଲକାତା ବ୍ୟାଟିଂ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ନୀତିଶ ରାଣା(୦ ରନ) ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଏହା ପରେ ଶୁଭମାନ ଗିଲ୍ ଓ ରାହୁଲ ତ୍ରିପାଠୀ ଦଳର ଇନିଂସ ସମ୍ଭାଳିଥିଲେ। ଦ୍ରୁତ ବ୍ୟାଟିଂ କରି ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡିଥିଲେ। ଏହା ପରେ ଦଳକୁ ଲାଗ ଲାଗ ୩ ଝଟକା ଲାଗିଥିଲା। ଶୁଭମାନ ଗିଲ୍ ୨୪ ବଲରୁ ୬ ଚୌକା ସହ ୩୬ ରନ କରିଥିଲେ। ଏହା ପରେ ରାହୁଲ ତ୍ରିପାଠୀ ଭଲ ବ୍ୟାଟିଂ କରି ୩୯ ରନ କରି ଆଉଟ୍ ହୋଇଥିଲେ। ସୁନିଲ ନାରିନେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ।

ଦିନେଶ କାର୍ତ୍ତିକ ମଧ୍ୟ ଦଳକୁ ନିରାଶ କରି ୦ ରନରେ ପାଭିଲିୟନ ଫେରିଥିଲେ। ୯୯ ରନରେ ୫ ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ଇଅନ ମୋର୍ଗାନ ଦଳର ବ୍ୟାଟିଂ ସମ୍ଭାଳିଥିଲେ। ସେ ଆନ୍ଦ୍ରେ ରସେଲଙ୍କ ସହ ଷଷ୍ଠ ଓ୍ଵିକେଟ୍‌ରେ ୪୫ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ରସେଲ ବିସ୍ଫୋରକ ବ୍ୟାଟିଂ କରି ୧୧ ବଲରୁ ୧ ଚୌକା ଓ ୩ ଛକା ସହ ୨୫ ରନ କରି ପାଭିଲିୟନ ଫେରିଥିଲେ। ଏହି କ୍ରମରେ ଇଅନ ମୋର୍ଗାନ ଆଇପିଏଲରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ପର୍ଯ୍ୟନ୍ତ ରହି ସେ ୩୫ ବଲରୁ ୫ ଚୌକା ଓ ୬ ଛକା ସହ ୬୮ ରନ କରିଥିଲେ। କୋଲକାତା ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୧ ରନ କରିଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ରାହୁଲ ତେଓ୍ଵତିଆ ୩ ସଫଳତା ପାଇଥିବା ବେଳେ କାର୍ତ୍ତିକ ତ୍ୟାଗୀ ୨, ଜୋଫ୍ରା ଆର୍ଚର ଏବଂ ଶ୍ରେୟସ ଗୋପାଲ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

   Related Posts