Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ

29/10/2020 at 9:10 PM

ଦୁବାଇ ୨୯।୧୦: ଦୁବାଇର ଖେଳାଯାଉଥିବା ଆଇପିଏଲର ୪୯ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ନୀତିଶ ରାଣାଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଇଛି। ନିଜର ଏହି ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନୀତିଶ ରାଣାଙ୍କ ୮୭ ରନର ଚମତ୍କାର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୭୨ ରନ କରିଛି। ଏହି ମ୍ୟାଚ୍‌ ଜିତିଲେ କୋଲକାତାର ପ୍ଲେଅଫ୍‌ ଆଶା ବଳବତ୍ତର ରହିବ, ହାରିଲେ ଦଳ ସଙ୍କଟରେ ପଡିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଦମଦାର ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଶୁଭମାନ ଗିଲ୍ ଓ ନୀତିଶ ରାଣା ଦ୍ରୁତ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍‌ରେ ୭.୨ ଓଭରରେ ୫୩ ରନ ଯୋଡିଥିଲେ। ଶୁଭମାନ ଗିଲ୍‌ଙ୍କୁ ନିଜ ଓଭର ପ୍ରଥମ ବଲରେ ଆଉଟ୍ କରି କର୍ଣ୍ଣ ଶର୍ମା ଚେନ୍ନାଇକୁ ପ୍ରଥମ ସଫଳତା ଦେଇଥିଲେ। ଗିଲ୍ ୨୬ ରନ କରି ବିଦାୟ ନେଇଥିଲେ। ସୁନିଲ ନାରିନେ ବିଫଳ ହୋଇ ୭ ରନ କରି ଆଉଟ୍ ହୋଇଥିଲେ।

ଅନ୍ୟପଟେ ଦଳର ଇନିଂସ ସମ୍ଭାଳିଥିବା ନୀତିଶ ରାଣା ରିଙ୍କୁ ସିଂହଙ୍କ ସହ ତୃତୀୟ ଓ୍ଵିକେଟ୍‌ରେ ୩୩ ରନ ଯୋଡିଥିଲେ। ୯୩ ରନ ସ୍କୋରରେ ରିଙ୍କୁ ସିଂହ(୧୧ ରନ) ବିଦାୟ ନେଇଥିଲେ। ଅନ୍ୟପଟେ ନୀତିଶ ରାଣା ଦମଦାର ବ୍ୟାଟିଂ କରି ଆଇପିଏଲରେ ୧୦ମ ଅର୍ଦ୍ଧଶତକ ହାସଲ କରିଥିଲେ। ନୀତିଶ ରାଣା ଓ ଅଧିନାୟକ ଇଅନ ମୋର୍ଗାନ ଚତୁର୍ଥ ଓ୍ଵିକେଟ୍‌ରେ ୪୪ ରନ ଯୋଡି ଦଳର ସ୍କୋରକୁ ୧୫୦ ନିକଟତର କରାଇଥିଲେ।  ୧୩୭ ରନ ସ୍କୋରରେ ରାଣା ଭୁଲ ସମୟରେ ଆଉଟ୍ ହୋଇଥିଲେ। ସେ ୬୧ ବଲରୁ ୧୦ ଚୌକା ଓ ୪ ଛକା ସହ ୮୭ ରନ କରି ପାଭିଲିୟନ ଫେରିଥିଲେ। ଇଅନ ମୋର୍ଗାନ ଶେଷ ଓଭରର ପ୍ରଥମ ବଲରେ ୧୫ ରନରେ ଆଉଟ୍ ହୋଇଥିଲେ। ଦିନେଶ କାର୍ତ୍ତିକ ଦ୍ରୁତ ବ୍ୟାଟିଂ କରି ୧୦ ବଲରୁ ୩ ଚୌକା ସହ ୨୧ ରନ କରିଥିଲେ। ନିର୍ଦ୍ଧାରିତ ଓଭରରେ କୋଲକାତା ୫ ଓ୍ଵିକେଟ୍ ହରାଇ ୧୭୨ ରନ କରିଛି।

ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନଗିଡି ୨ଟି ସଫଳତା ପାଇଥିବା ବେଳେ କର୍ଣ୍ଣ ଶର୍ମା, ରବିନ୍ଦ୍ର ଜାଡେଜା ଓ ମିଚେଲ ସାଣ୍ଟନର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts