Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆଇପିଏଲ-୨୦୨୦ : ଟସ୍ ଜିତି କୋଲକାତାର ଫିଲ୍ଡିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

23/09/2020 at 7:08 PM

ଆବୁଧାବି, ୨୩ ।୦୯:  ଆଇପିଏଲ-୨୦୨୦ର ପଞ୍ଚମ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । ଆବୁଧାବିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ କେକେଆରର ପ୍ରଥମ ମ୍ୟାଚ୍ ହେବ । ତେବେ ମୁମ୍ବାଇ ନିଜର  ପ୍ରଥମ ମ୍ୟାଚରେ ଚେନ୍ନାଇଠୁ ପରାସ୍ତ ହୋଇଛି । ଏହି ମ୍ୟାଚ୍ ମୁମ୍ବାଇ ଜିତିବା ପାଇଁ ଲକ୍ଷ୍ୟ ରଖିଛି । ସେପଟେ କୋଲକାତା ମଧ୍ୟ ବିଜୟୀ ହୋଇ ଆଇପିଏଲ ଅଭିଯାନ ଆରମ୍ଭ କରିବା ନେଇ ପ୍ରୟାସ କରିବ ।

ଆଜିର ମ୍ୟାଚରେ ଟସ୍ ଜିତିଛି କୋଲକାତା । ଦଳର ଅଧିନାୟକ ଦିନେଶ କାର୍ତ୍ତିକ ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । କୋଲକାତା ପ୍ରଥମେ ଫିଲ୍ଡିଂ କରିବ ।

ଏହି ମ୍ୟାଚରେ ମୁମ୍ବାଇକୁ ନିଜ ରଣନୀତି ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ । ଗତ ମ୍ୟାଚରେ ଦଳ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିପାରି ନଥିଲା । ଓ୍ୱିକେଟ୍ ପଡିବା ପରେ ଦଳ ସଠିକ୍ ଢଙ୍ଗରେ ଖେଳିପାରି ନଥିଲା । ତେବେ କୋଲକାତା ବିରୋଧରେ ମୁମ୍ବାଇର ଭଲ ରେକର୍ଡ ରହିଛି । ମୁମ୍ବାଇ କୋଲକାତା ମଧ୍ୟରେ ଖେଳାଯାଇଥିବା ୨୫ଟି ମ୍ୟାଚରୁ ମୁମ୍ବାଇ ୧୯ଟି ମ୍ୟାଚ୍ ଜିତିଛି ।

   Related Posts