Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଆଇପିଏଲ ୨୦୨୦: ୧୮ ରନ୍‌ରେ ହାରିଲା କୋଲକାତା

3/10/2020 at 11:40 PM

ଦୁବାଇ, ୦୩ ।୧୦:  ଦୁବାଇର ଶାରଜାହ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ୧୮ ରନରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୪ ଓ୍ୱିକେଟ୍ ହରାଇ ୨୨୮ ରନ୍‌ର ବିଶାଳ ସ୍କୋର କରିଥିଲା । ତେବେ କୋଲକାତା ଲକ୍ଷ୍ୟକୁ ପିଛା କରୁଥିବା ବେଳେ ୨୧୦ ରନରେ ଅଟକି ଯାଇଥିଲା ।

ଟସ୍ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଥିବା କୋଲକାତାକୁ ମହଙ୍ଗା ପଡିଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ପକ୍ଷରୁ ଓପନିଂରେ ଓହ୍ଲାଇଥିଲେ ପୃଥ୍ୱୀ ଶ ଓ ଶିଖର ଧାଓ୍ୱର । ଶିଖର ୧୬ ବଲରୁ ୨୬ ରନ୍ କରି ପ୍ୟାଭିଲିଅନ ଫେରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୃଥ୍ୱୀଙ୍କ ବିସ୍ଫୋକ ଇନିଂସ । ସେ ଷ୍ଟାଡିୟମର ଚାରି ଦିଗକୁ ସଟ୍ ଖେଳିଥିଲେ । ତେବେ ପୃଥ୍ୱୀ ବିସ୍ପୋରକ ଇନିଂସ ଖେଳିବା ସହ ୪୧ ବଲରୁ ୬୬ ରନ୍ କରି ଆଉଟ ହୋଇଥିଲେ । ଏହି ପାଳିରେ ୪ ଚୌକା ଓ ୪  ଛକା ରହିଥିଲା । ସେହିପରି ଶ୍ରେୟସ ଆୟାର ମଧ୍ୟ ଦ୍ରୁତ ପାଳି ଖେଳି ଅର୍ଧଶତକ ହାସଲ କରିଥିଲେ । ସେ ମାତ୍ର ୩୮ ବଲରୁ ୮୮ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ତ ୧୭ ବଲରୁ ୩୮ ରନ୍ କରିଥିଲେ ।

କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ଆଣ୍ଡ୍ର୍ୟୁ ରସେଲ ଦୁଇଟି ଓ କମଲେଶ ନାଗରକୋଟି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

ତେବେ କୋଲକାତା ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା । ତେବେ ଶୁଭମନ୍ ଗିଲ୍ ଓ ନୀତିଶ ରାଣା ପାର୍ଟନରସିପ୍ କରି ଦଳକୁ ବିଜୟ ଆଡେ ମୁହାଁଇଥିଲେ । କିନ୍ତୁ ପ୍ରଥମେ ଶୁଭମନ ଗିଲ୍ ୨୮ ରନ୍ ଓ ଆଣ୍ଡ୍ର୍ୟୁ ରସେଲ ୧୩ ରନ୍ କରି ଆଉଟ ହେବା ପରେ ବିଜୟ ଆଶା ମଉଳି ଯାଇଥିଲା । ଶେଷରେ ନୀତିଶ ରାଣା ୩୫ ବଲରୁ ୫୮ ରନ୍ କରି ଲଢିଥିଲେ ମଧ୍ୟ ସେ ହରଶଲ୍ ପଟେଲଙ୍କ ଶିକାର ହୋଇଥିଲେ । ଦିନେଶ କାର୍ତ୍ତିକ ୬ ରନ୍ କରିଥିଲେ ।ଶେଷ ଆଡକୁ ଇଆନ ମୋର୍ଗାନ ସଙ୍ଘର୍ଷ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇପାରି ନଥିଲେ । ସେ ୪୪ ରନ୍ କରି ଆଉଟ୍ ହୋଇଥିଲେ । ଫଳରେ ଦଳ ୨୦ ଓଭରରେ ୮ ଓ୍ୱିକେଟ୍ ହରାଇ ୨୧୦ ରନରେ ଅଟକିଯାଇଥିଲା ।

ସେହିପରି ଦିଲ୍ଲୀ ପକ୍ଷରୁ ଆନରିଚ୍ ନୋରଟଜେ ତିନୋଟି, ହର୍ଶଲ ପଟେଲ ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ କାଗିସୋ ରାବାଡା, ମାର୍କସ ଷ୍ଟୋଏନ୍ସ ଓ ଅମିତ ମିଶ୍ର ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

   Related Posts