ଆଇପିଏଲ-୨୦୨୦ : ଟସ୍ ଜିତିଲା ପଞ୍ଜାବ, ପ୍ରଥମେ କରିବ ଫିଲ୍ଡିଂ

Published By : Prameya-News7 Bureau | October 26, 2020 IST

ଦୁବାଇ, ୨୬।୧୦: ଆଜି ଆଇପିଏଲରେ ମୁହାଁମୁହିଁ ହେବେ କିଙ୍ଗସ୍ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ ରାଇଡର୍ସ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ପଞ୍ଜାବ । ଦଳର ଅଧିନାୟକ କେଏଲ ରାହୁଲ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ କେକେଆର ।

wp:html /wp:html

 ଲଗାତର ୪ଟି ବିଜୟ ପରେ କିଙ୍ଗସ ଏକାଦଶ ପଞ୍ଜାବର ମନୋବଳ ଦୃଢ ରହିଛି । ଦଳ ଏବେ ପ୍ଲେ ଅଫରେ ସ୍ଥାନ ପକ୍କା କରିବା ଦୌଡରେ ମଧ୍ୟ ରହିଛି । ଦଳ ଆଜି କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ପଞ୍ଜାବ ୧୧ଟି ମ୍ୟାଚ୍ ଖେଳି ୫ଟି ବିଜୟ ସହ ୧୦ ପଏଣ୍ଟ ପାଇଛି । ସେହିପରି କେକେଆର ୧୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ଆଜିର ମ୍ୟାଚ୍ ପଞ୍ଜାବ ଜିତିଲେ ଟପ୍ ୪କୁ ଆସିଯିବ । ସେହିପରି କେକେଆର ମ୍ୟାଚ୍ ଜିତିଲେ ୧୪ ପଏଣ୍ଟ ପାଇ ପ୍ଲେ ଅଫରେ ନିଜର ଦାବିକୁ ଅଧିକ ମଜବୁତ କରିବ ।

ଏବେ ପ୍ଲେ ଅଫ ମୁକାବିଲା ଅଧିକ ରୋମାଞ୍ଚକର ହୋଇପଡିଛି । ଉଭୟ ପଞ୍ଜାବ ଓ କୋଲକାତା ବିଜୟର ମହତ୍ତ୍ୱ ବୁଝନ୍ତି । ଏବେ ପଞ୍ଜାବ ଆକର୍ଷଣୀୟ ଫର୍ମରେ ଅଛି । ଲଗାତର ୫ଟି ମ୍ୟାଚ୍ ହାରିବା ପରେ ପଞ୍ଜାବ ୪ଟି ମ୍ୟାଚ୍ ଜିତିଛି ।

ପ୍ଲେ ଅଫରେ ପହଁଚିବାକୁ ପଞ୍ଜାବକୁ ଆହୁରି ୩ଟି ମ୍ୟାଚ୍ ଜିତିବାକୁ ହେବ । ପଞ୍ଜାବର ବୋଲିଂ ବିଭାଗ ଅପେକ୍ଷାକୃତ ଦୁର୍ବଳ ରହିଥିଲା । କିନ୍ତୁ ଶନିବାର ଦଳର ବ୍ୟାଟସମ୍ୟାନ୍ ବିଫଳ ହୋଇଥିଲେ ମଧ୍ୟ ବୋଲରମାନେ ନିଜର ପାରଦର୍ଶିତା ଦେଖାଇ ହାଇଦ୍ରାବାଦକୁ ୧୧୪ ରନରେ ଅଟକାଇଥିଲେ । ବ୍ୟାଟିଂରେ କ୍ରିସ ଗେଲଙ୍କ ଭଳି ଅଭିଜ୍ଞ ବ୍ୟାଟସମ୍ୟାନ୍ ଦଳରେ ରହିଛନ୍ତି ।

ଏତତ୍ ବ୍ୟତୀତ, କେକେଆରକୁ ଜିତିବାକୁ ହେଲେ ବ୍ୟାଟିଂ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ । କିନ୍ତୁ ଦଳର ବୋଲିଂ ମଜବୁତ ରହିଛି । ଲକି ଫର୍ଗ୍ୟୁସନ ଦଳରେ ସାମିଲ ହେବା ପରେ ବୋଲିଂ ବିଭାଗ ଶକ୍ତିଶାଳୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.