ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍‌କା ! ଅଭ୍ୟାସ ସମୟରେ ଆହତ ହେଲେ ଇଶାନ୍ତ ଶର୍ମା, ଖେଳିବେନି ଆଜିର ମ୍ୟାଚ୍

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ ୨୦/୦୯ : ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିଡ଼୍ ବୋଲର ଇଶାନ୍ତ ଶର୍ମା ଅଭ୍ୟାସ ସମୟରେ ଆହତ ହୋଇଛନ୍ତି । ସେ ଆଜିର ମ୍ୟାଚ୍ ଖେଳି ପାରିବେ ନାହିଁ । ଆହତ ହୋଇଥିବାରୁ ସେ ଆଇପିଏଲର ଆଗାମୀ କିଛି ମ୍ୟାଚ ମଧ୍ୟ ଖେଳି ନ ପାରନ୍ତି ବୋଲି କୁହାଯାଉଛି । ରବିବାର ରାତିରେ ଆଇପିଏଲର ଦ୍ୱିତୀୟ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯିବ । କ୍ରିକ୍‌ବଜ୍ ୱେବସାଇଟ୍ ଅନୁଯାୟୀ, ଇଶାନ୍ତ ଶର୍ମାଙ୍କର ବ୍ୟାକ ଈଂଜୁରୀ ହୋଇଛି । ତେବେ ଟିମ ତରଫରୁ କୌଣସି ବୟାନ ଜାରି କରାଯାଇନାହିଁ ।

ଟିମ ଇଣ୍ଡିଆ ପାଇଁ ୯୭ ଟେଷ୍ଟ ମ୍ୟାଚ ଓ ୮୦ ଏକ ଦିବସୀୟ ମ୍ୟାଚ ଖେଳିଥିବା ଇଶାନ୍ତ ଶର୍ମା ଲଗାତାର ଆହତ ହେଉଥିବାରୁ ଅଧିକାଂଶ ମ୍ୟାଚରୁ ବାହାରି ଯାଇଥାନ୍ତି । ଆହତ ହେବାରେ ତାଙ୍କର ପୁରୁଣା ଇତିହାସ ରହିଛି । ୩୨ ବର୍ଷ ବୟସ୍କ ଇଶାନ୍ତ ଶର୍ମାଙ୍କ ଅନ୍ତରାଷ୍ଟ୍ରୀୟ ମ୍ୟାଚର ଭବିଷ୍ୟତକୁ ନେଇ ସବୁବେଳେ ପ୍ରଶ୍ନ ଉଠିଥାଏ । ଇଶାନ୍ତଙ୍କ ବଦଳରେ ଟିମରେ ହର୍ସଲ ପଟେଲ, ମୋହିତ ଶର୍ମା ଓ ଆବେଶ ଖାନଙ୍କ ଭଳି ବୋଲରଙ୍କୁ ଖେଳିବାକୁ ମଉକା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.