Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

ବିବାଦରେ IPL, ଆରମ୍ଭ ନ ହେଉଣୁ ଭାଇରାଲ ହେଲାଣି ଆନ୍ଥେମ୍, ରାପର ଆଣିଲେ ଚୋରି ଅଭିଯୋଗ

10/09/2020 at 3:58 PM

ନୂଆଦିଲ୍ଲୀ ୧୦।୯: ଆରମ୍ଭ ହେବା ପୂର୍ବରୁ ବିବାଦରେ ଫଶିଗଲାଣି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ତ୍ରୟୋଦଶ ସଂସ୍କରଣ। ଏବେ ଏହି ସଂସ୍କରଣର ଆନ୍ଥେମକୁ ନେଇ ବିବାଦ ଉପୁଜିଛି। ଆଇପିଏଲ ୨୦୨୦ର ଆନ୍ଥେମକୁ ଦିଲ୍ଲୀର ଜନୈକ ରାପର କୃଷ୍ଣା ତାଙ୍କର ରାପ୍‌ ନମ୍ବର ବୋଲି ଦାବି କରୁଛନ୍ତି। ତାଙ୍କ ରାପ ନମ୍ବରରୁ ଚୋରି କରି ଆନ୍ଥେମ ପ୍ରସ୍ତୁତ କରାଯାଇଥିବାର ସେ ଅଭିଯୋଗ କରୁଛନ୍ତି।

ଆଇପିଏଲ ୨୦୨୦ ଲାଗି ପ୍ରଣବ ଅଜୟ ରାଓ ମାଲପେ ଆନ୍ଥେମ ପ୍ରସ୍ତୁତ କରିଛନ୍ତି। କିଛିବର୍ଷ ପୂର୍ବେ କୃଷ୍ଣାଙ୍କର ଆସିଥିବ ରାପ୍‌ ସଙ୍ଗୀତରୁ ସେ ଏହା ଚୋରି କରି ପ୍ରସ୍ତୁତ କରିଥିବାର ଏବେ କୃଷ୍ଣା କହୁଛନ୍ତି। ଚଳିତ ବର୍ଷ ଆଇପିଏଲ ଆନ୍ଥେମ ‘ଆୟେଙ୍ଗେ ହମ୍‌ ୱାପସ୍‌’ ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ‘ଦେଖ କୌନ ଆୟା ୱାପସ୍‌’ ଛାୟାରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରଣବ ଅଜୟ ରାଓ ପ୍ରସ୍ତୁତ କରିଥିବାର କୃଷ୍ଣା କହୁଛନ୍ତି।

ତେବେ ଏହାକୁ ନେଇ କୃଷ୍ଣା କୌଣସି ଆପତ୍ତି କରିନାହାନ୍ତି। ହେଲେ ତାଙ୍କ ନ ପଚାରି ଆଇପିଏଲ ଓ ହଟଷ୍ଟାର ଭଳି ବଡବଡ ସଂସ୍ଥା ତାଙ୍କ ଗୀତ ନକଲ କରୁଥିବାରୁ ଦୁଃଖ ବ୍ୟକ୍ତ କରିଛନ୍ତି। ତେବେ ଏଥର ହୁଏତ ସେ ତାଙ୍କର ନକଲକାରୀଙ୍କୁ ଏଥର କ୍ଷମା କରି ନପାରନ୍ତି। ଏଥିପାଇଁ ତାଙ୍କ ମ୍ୟାନେଜମେଣ୍ଟ ଟିମ୍‌ ଓ ଲିଗାଲ ଟିମ୍‌ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି କରୁଥିବାର କହିଛନ୍ତି।  

   Related Posts