Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

IPL ୨୦୨୦ରେ ଚାମ୍ପିଅନ୍‌ ଟିମ୍‌ ପାଇବେ କେତେ ଟଙ୍କା ? ରନର୍ସ ଅପ୍‌ଙ୍କୁ କେତେ ?

10/11/2020 at 7:38 PM

ନୂଆଦିଲ୍ଲୀ ୧୦/୧୧: ବହୁ ଆଶା ଓ ଆଶଙ୍କା ଭିତରେ ଆଇପିଏଲ୍‌ -୨୦୨୦ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଅନୁଷ୍ଠିତ ହୋଇଛି ଫାଇନାଲ୍‌ ମ୍ୟାଚ୍‌। ୫୯ ମ୍ୟାଚ୍‌ ପରେ ଶେଷରେ ମହାମୁକାବିଲାରେ ମୁହାଁମୁହଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଫାଇନାଲ୍‌ ମ୍ୟାଚ୍‌ ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିବା ବେଳେ ଏଥର ପୁରସ୍କାର ରାଶି ଉପରେ ସମସ୍ତଙ୍କ ନଜର ରହିବ।

୪ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ପୁଣିଥରେ ଟ୍ରଫି ହାସଲ କରିବା ଲକ୍ଷ୍ୟରେ ରହିବ। ଗତ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରି ମୁମ୍ବାଇ ୨୦ କୋଟି ଟଙ୍କା ପୁରସ୍କାର ରାଶି ପାଇଥିବା ବେଳେ ରନର୍ସ ଅପ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ୧୨.୫ କୋଟି ଟଙ୍କା ପାଇଥିଲା।

ତେବେ ୨୦୨୦ରେ କରୋନା ମହାମାରୀ ପାଇଁ ସବୁ କିଛି ଫିକା ପଡ଼ିଛି। ସାଧରଣ ଜୀବନଠୁ ଆରମ୍ଭ କରି ସମସ୍ତ କ୍ରୀଡ଼ା ସହ ଅନ୍ୟ କ୍ଷେତ୍ର ଉପରେ କରୋନା ମାଡ଼ ପଡ଼ିଥିଲା। ଧିରେ ଧିରେ ସ୍ଥିତି ସୁଧୁରୁଥିଲେ ହେଁ କରୋନା କବଳରୁ ବିଶ୍ବ ମୁକୁଳି ପାରିନାହିଁ। ଏପରିକି କରୋନା ମହମାରୀ ପାଇଁ ସାରା ବିଶ୍ବରେ ଆର୍ଥିକ କାର୍ଯ୍ୟକଳାପ ଧିମା ହୋଇଛି।

କରୋନା କାଳରେ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିବା ବେଳେ ଫାଇନାଲ୍‌ ମ୍ୟାଚ୍‌ରେ ବିଜୟ ଲାଭ କରିବାକୁ ଥିବା ଟିମ୍‌କୁ କେତେ ଟଙ୍କା ମିଳିବ ସେନେଇ ଜାଣିବାକୁ ଦର୍ଶକ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ କରୋନା ପାଇଁ ଗତ ବର୍ଷ ଅପେକ୍ଷା ଏଥର କମ୍‌ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ବିଜୟୀ ଟିମ୍‌ ଓ ରନର୍ସ ଅପ୍‌ ପୂର୍ବ ବର୍ଷ ତୁଳନାରେ ଅଧା ଟଙ୍କା ପାଇବେ ବୋଲି ଜଣାପଡ଼ିଛି।

ଆଇପିଏଲ୍‌-୨୦୨୦ ଓ୍ବିନ୍‌ର ଟିମ୍‌ ୧୦ କୋଟି ଟଙ୍କା ପାଇବାକୁ ଥିବା ବେଳେ ରନର୍ସ ଅପ୍‌ ଟିମ୍‌ ୬.୫ କୋଟି ଟାଙ୍କର ପୁରସ୍କାର ରାଶି ପାଇବ। ଏନେଇ ବିସିସିଆଇ ପକ୍ଷରୁ ବିଜ୍ଞପ୍ତିରେ ଦର୍ଶାଯାଇଛି। ଏହାସହ କରୋନା କାଳରେ ସ୍ପନ୍ସରର ସୋର୍ସକୁ ନେଇ ମଧ୍ୟ ପ୍ରାଇଜ୍‌ ମନି ଧାର୍ଯ୍ୟ କରାଯାଏ। ତେବେ ଆଇପିଏଲ୍‌ ସ୍ପନ୍ସର ଭିଭୋକୁ ହଟାଇଦିଆଯିବା ପରେ ଆଇପିଏଲ୍‌-୨୦୨୦ର ପ୍ରାୟୋଜକ ରହିଛି ଡ୍ରିମ୍‌-୧୧।  

   Related Posts