IPL-2020 ସୂଚୀ ଜାରି କଲା BCCI : ମାର୍ଚ୍ଚ ୨୯ରେ ଉଦ୍‌ଘାଟନୀ ମ୍ୟାଚ୍‌, ମେ ୨୪ରେ ଫାଇନାଲ୍‌

Published By : Prameya-News7 Bureau | February 18, 2020 IST

ମୁମ୍ବାଇ ୧୮।୦୨ : ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍‌ ପାଇଁ ତାରିଖ ଘୋଷଣା ।  ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (IPL) ସିଜନ ୧୩ ପାଇଁ ମଙ୍ଗଳବାର ଦିନ ଆଧିକାରୀକ ସ୍ତରରେ ତାରିଖ ଘୋଷଣା କରାଯାଇଛି । ବିସିସିଆଇ ସଚିବ ଜୟ ଶାହା IPLର ତାରିଖ ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୯ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ୍‌ । BCCI ପକ୍ଷରୁ ଚଳିତ ସିଜିନ୍‌ର (IPL-୨୦୨୦)ପୂର ସୂଚୀ ଜାରି କରାଯାଇଛି । ସିଜିନ୍ ୧୩ର ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଓ୍ବାନ୍‌ଖେଡେ ଷ୍ଟାଡିୟମରେ ଖେଳାଯିବ । ଉଦ୍‌ଘାଟନୀ ମ୍ୟାଚ୍‌ ଗତ ସିଜିନ୍‌ର ଚମ୍ପିଆନ୍‌ ମୁମ୍ବାଇ ଇଣ୍ଡାଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ଖେଳାଯିବ । ରାତି ୮ଟାରେ ଖେଳାଯିବ ସିଜିନ୍‌ର ପ୍ରଥମ ମ୍ୟାଚ୍‌।

{"id":225973,"sizeSlug":"large"}

ଆଇପିଏଲ୍‌ର ଚଳିତ ସିଜିନ୍‌ରେ କେବଳ ରବିବାର ଦିନ ଦୁଇଟି ମ୍ୟାଚ୍‌ ଖେଳାଯିବ । ଲିଗ୍‌ରେ ରାତି ୮ଟା ସମୟରେ ମ୍ୟାଚ୍‌ ହେବ । ତେବେ ରବିବାର ଦିନ ରଖାଯାଇଥିବା ଡବଲ ହେଡର ମ୍ୟାଚ୍‌ ପାଇଁ ସନ୍ଧ୍ୟା ୪ ଓ ରାତି ୮ଟାରେ ସମୟ ଧାର୍ଯ୍ୟ କରାଯାଇଛି ।

{"id":225984,"sizeSlug":"large"}
sources-www.ipl.com
{"id":225986,"sizeSlug":"large"}
sources-www.ipl.com

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.