Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

IPL 2020: ଆସିଗଲା ପୁରା ସିଡ୍ୟୁଲ, ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଧୋନୀ ଓ ରୋହିତ

15/02/2020 at 5:31 PM

ମୁମ୍ବାଇ ୧୫।୨: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ  ବିଶ୍ୱର ସର୍ବ ବୃହତ୍ତ ଟି-୨୦ ଲିଗ୍ ଅର୍ଥାତ ଆଇପିଏଲ ଅପେକ୍ଷା ଏବେ ଅନ୍ତ ହେବାକୁ ଯାଉଛି। ଆଇପିଏଲର ଦ୍ୱାଦଶ ସଂସ୍କରଣ ସଫଳତାର ସହ ଶେଷ ହୋଇଥିବା ବେଳେ ଏବେ ତ୍ରୟୋଦଶ ସଂସ୍କରଣକୁ ସମସ୍ତଙ୍କର ଅପେକ୍ଷା। ଏହି ଲିଗ୍ ଆସନ୍ତା ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁ ଯାଉଛି ଯାହା ମେ ମାସ ପର୍ଯ୍ୟନ୍ତ ଚାଲିବ। 

ମିଳିଥିବା ସୂଚନା ଅନୁସାରେ ଆଗାମୀ ଆଇପିଏଲର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୯ ତାରିଖରେ ଖେଳାଯିବ। ସେହପିର ମେ ୧୭ ତାରିଖରେ ଉଦଯାପନୀ ମ୍ୟାଚ୍ ହେବ। ତେବେ କାର୍ଯ୍ୟ ସୂଚୀରେ ଆୟୋଜକ ପରିବର୍ତ୍ତନ ବି କରିପାରନ୍ତି। ତ୍ରୟୋଦଶ ସଂସ୍କରଣର ପ୍ରଥମ ମ୍ୟାଚ୍ ଗତ ସଂସ୍କରଣର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ମୁମ୍ବାଇ ୱାଂଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଏଥର ଆଇପିଏଲରେ ମୋଟ ୬୨ଟି ମ୍ୟାଚ୍ ହେବ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ୪ ଥର ଟାଇଟଲ ବିଜେତା ମୁମ୍ବାଇ ର ଟକ୍କର ଧୋନୀଙ୍କ ନେତୃତ୍ୱାଧୀନ ୩ ଥର ଟାଇଟଲ ବିଜେତା ଚେନ୍ନାଇ ସହ ହେବ। ସେହପରି ଦ୍ୱିତୀୟ ମ୍ୟାଚ୍‌ଟି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ସିଜନରେ ପ୍ରଥମ ମ୍ୟାଚ୍‌ ୨୯ ମାର୍ଚ୍ଚ ହେବାକୁ ଥିବା ବେଳେ ଦ୍ୱିତୀୟ ଓ ପରବର୍ତ୍ତି ମ୍ୟାଚ୍ ଗୁଡିକ ଯଥାକ୍ରମେ ୪,୫, ୧୧, ୧୨,୧୮, ୧୯, ୨୫ ଓ ୨୬ ଏପ୍ରିଲରେ ଖେଳାଯିବ। ପରବର୍ତ୍ତି ମ୍ୟାଚ୍ ଗୁଡିକ ୨,୩,୯ ଓ ୧୦ ମେରେ ଖେଳାଯିବ। ଏହି ସବୁଦିନ ଦୁଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହେବ।

ପୁରା ସିଜିନରେ ପ୍ରତିଦିନ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଶନିବାର ଓ ରବିବାର ୨ଟି ଲେଖାଏଁ ମ୍ୟାଚ୍ ହେବ। ଆଇପିଏଲ ସମୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ଯେଉଁ ଦିନ ୨ଟି ମ୍ୟାଚ୍ ଖେଳାଯିବ ସେଦିନ ପ୍ରଥମ ମ୍ୟାଚ୍ ପୂର୍ବ ବର୍ଷ ମାନଙ୍କ ଭଳି ଅପରାହ୍ଣ ୪ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ରାତି ୮ଟାରେ ଆରମ୍ଭ ହେବ।

   Related Posts