Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

କିଏ ପିନ୍ଧିବ IPL-2020ର ବିଜୟ ମୁକୁଟ ? ପ୍ରଥମ ଥର ଫାଇନାଲକୁ ଯାଇଥିବା ଦିଲ୍ଲୀ ନା ପଞ୍ଚମ ଥର ପାଇଁ ଚାମ୍ପିଅନ ହେବ ମୁମ୍ବାଇ…

10/11/2020 at 8:06 AM

ଦୁବାଇ ୧୦।୧୧: ଆଇପିଏଲ୍‌ ୧୩ତମ ସିଜିନରେ ଶେଷ ମ୍ୟାଚ୍‌ ଆସି ପହଞ୍ଚିଛି । ୟୁଏଇରେ ଖେଳାଯାଉଥିବା ଟି-୧୦ ଲିଗ୍‌ର ଫାଇନାଲ ମ୍ୟାଚ୍‌ ଆଜି ଖେଳାଯିବ । ଦୁବାଇର ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍‌ । ଫାଇନାଲ ମୁକାବିଲା ନେଇ ଦିଲ୍ଲୀ କ୍ୟାପିଟାଲ-ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଦିଲ୍ଲୀ ଟିମ୍‌ ତାର ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଛି । ଯାହାର ମୁକାବିଲା ମୁମ୍ବାଇ ସହିତ ହେବ ।

ଗୋଟିଏ ପଟେ ମୁମ୍ବାଇ ପଞ୍ଚମ ଥର ପାଇଁ ଫାଇନାଲ ମୁକାବିଲା ଲକ୍ଷ୍ୟ ରହିଥିବା ବେଳେ ଦିଲ୍ଲୀ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଦେଖିବାକୁ ଗଲେ ମୁମ୍ବାଇ ଆଇପିଏଲର ସବୁଠୁ ସଫଳ ଦଳ । ଟିମ୍‌ ୨୦୧୩,୨୦୧୫, ୨୦୧୭, ୨୦୧୯ରେ ଚମ୍ପିଆନ୍‌ ହୋଇଥିବା ବେଳେ ୨୦୧୦ରେ ରନର୍ସ ଅପ୍ ହୋଇଥିଲା । ତେବେ ଚଳିତ ସିଜିନରେ ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀକୁ ୫୭ରନ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ସେହିପରି ଅନ୍ୟପଟେ ଦୀର୍ଘ ୧୨ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି । ଦିଲ୍ଲୀ ଦ୍ୱିତୀୟ କ୍ୱାଲିଫାୟରରେ ହାଇଦ୍ରାବାଦକୁ ୧୭ରନ୍‌ରେ ପରାଜିତ କରିଥିଲା । ଯାହାଫଳରେ କି ୨ୟ ଦଳ ଭାବେ ଦିଲ୍ଲୀ ଫାଇନାଲରେ ପ୍ରବେଶ କରିଛି । ଦିଲ୍ଲୀ ଚାମ୍ପିଅନ୍‌ ହେବାର ସୁଯୋଗ ରହିଛି । ଯାହାକୁ ଦିଲ୍ଲୀ ହାତଛଡା କରିବନାହିଁ ।

ଚଳିତ ସିଜିନରେ ମୁମ୍ବାଇ ୧୪ଟି ମ୍ୟାଚ୍‌ ଖେଳି ୯ଟି ବିଜୟୀ ହୋଇ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଥିଲା । ଆଇପିଏଲ୍‌ର ୧୩ତମ ସିଜିନରେ ମୁମ୍ବାଇ ନିଜର ଆଧିପତ୍ୟ ଦେଖାଇଥିଲା ।  ଦଳ ସବୁ ବିଭାଗରେ ଦୃଢ଼ ରହିଛି । ଯାହାକି ଦଳ ପାଇଁ ଲାଭଦାୟକ ହେଉଛି ।  ବ୍ୟାଟିଂ ବିଭାଗରେ ସସସ୍ତ ବ୍ୟାଟ୍ସମ୍ୟାନ୍‌ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ।  ସବୁଠାରୁ ଦଳ ପାଇଁ ଭଲ କଥା ହେଲା ଅଧିନାୟକ ରୋହିତ ଶର୍ମା ସୁସ୍ଥ ହୋଇ ଫେରିଛନ୍ତି । ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ଇଶାନ୍‌ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରେନ୍‌ ପୋଲାର୍ଡ଼ ଚମତ୍କାର ବ୍ୟାଟିଂ କରୁଛନ୍ତି । ବୋଲିଂ ବିଭାଗ ମଧ୍ୟ ସବୁଠୁ ଶକ୍ତିଶାଳୀ । ବୋଲର ଜଶପ୍ରୀତ୍‌ ବୁମ୍‌ରା (୨୭) ଓ ଟ୍ରେଣ୍ଟ ବୋଲ୍ଟ (୨୨)ଙ୍କ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ କୌଣସି ବ୍ୟାଟିଂ ବିଭାଗକୁ ଧ୍ୱଂସ କରିବାର କ୍ଷମତା ରଖିଛନ୍ତି । ତେବେ ଆଜିର ମ୍ୟାଚ୍‌ରେ ପର୍ପଲ କ୍ୟାପ୍‌ ପାଇଁ ବୁମ୍‌ରା ଓ ଦିଲ୍ଲୀ ପେସ୍‌ ବୋଲର ରାବାଡ଼ା (୨୯)ଙ୍କ ମଧ୍ୟରେ କଡ଼ା ଟକ୍କର ହେବ ।

ସେହିପରି ଦିଲ୍ଲୀ ଲିଗ୍ ପର୍ଯ୍ୟାୟରେ ମଧ୍ୟ ଦମ୍‌ଦାର ପ୍ରଦର୍ଶନ କରିଥିଲା । କିନ୍ତୁ ଲିଗ୍‌ର ମଧ୍ୟଭାଗରେ ଟିମ୍‌ର ପ୍ରଦର୍ଶନରେ ଅତିକ୍ରମ ହୋଇଥିଲା । ତେବେ ଦିଲ୍ଲୀ ଲିଗ୍‌ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍‌ରୁ ୮ଟିରେ ବିଜୟ ହୋଇ ୧୬ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା  । ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇଠୁ ପରାସ୍ତ ହେବା ପରେ ଦଳ ଦ୍ୱିତୀୟ ସୁଯୋଗ ପାଇଥିଲା। କ୍ୱାଲିଫାୟର ମ୍ୟାଚ୍‌ରେ ହାଇଦ୍ରାବାଦୁ ହରାଇ ଦଳ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ମାର୍କସ ଷ୍ଟଇନିସ୍‌ଙ୍କୁ ଓପନ କରାଇବା ଦଳ ପାଇଁ ସଫଳ ସାବ୍ୟସ୍ତ ହୋଇଥିଲା । ଧାୱନ (୬୦୩ରନ୍‌) ଅରେଞ୍ଜ କ୍ୟାପ୍‌ ପାଇଁ ଆଉ ୬୭ରନ୍‌ ଆବଶ୍ୟକ କରୁଛନ୍ତି । ତେବେ ଦିଲ୍ଲାକୁ ମୁମ୍ବାଇକୁ ହରାଇବାକୁ ହେଲେ ବ୍ୟାଟିଂରେ ସୁଧାର ଆଣିବା ଜରୁରୀ ।

ମୁମ୍ବାଇ ଇଣ୍ଡିଆନ୍ସ: – କ୍ୱିଣ୍ଟନ ଡି’କକ୍‌, ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଇଶାନ୍‌ କିଷନ, କିରେନ୍‌ ପୋଲାର୍ଡ଼, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍‌ ପାଣ୍ଡ୍ୟା, ନାଥାନ କଲ୍ଟର ନିଲ୍‌, ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର, ଜଶପ୍ରୀତ୍‌ ବୁମ୍‌ରା ।

ଦିଲ୍ଲୀ କ୍ୟାପିଟାଲ୍ସ :- ମାର୍କସ ଷ୍ଟଇନିସ୍‌, ଶିଖର ଧାୱନ, ଶ୍ରେୟାସ୍‌ ଆୟର (ଅଧିନାୟକ), ସିମରନ ହେତମେୟର, ରିଶଭ ପନ୍ତ, ଅଜିଙ୍କ୍ୟ ରାହାଣେ, ପ୍ରବୀଣ ଦୁବେ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, କାଗିସୋ ରାବାଡ଼ା, ଆନରିଚ୍‌ ନର୍ଜ ।

   Related Posts