IPL 2020: ଦେବଦତ୍ତ ପଡିକ୍କଲଙ୍କ ସଟସ୍‌ ଦେଖିଲେ ଯୁବାରାଜ ସିଂଙ୍କ କଥା ମ​‌ନେପଡ଼ୁଛି- ଭେଙ୍କଟେଶ ପ୍ରସାଦ​‌

Published By : Prameya-News7 Bureau | November 01, 2020 IST

ଦୁବାଇ ୦୧/୧୧: ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ବହୁ ଯୁବ ପ୍ରତିଭାଙ୍କୁ ସଫଳତା ପାଇଁ ପ୍ରେରିତ କରୁଛି। ଆଇପିଏଲ୍‌ରୁ ହିଁ ବହୁ ନୂଆ ମୁହଁ ଜାତୀୟ ଦଳରେ ସ୍ଥାନ ପାଉଛନ୍ତି। ସେହିଭଳି ପ୍ରଥମ ଥର ଆଇପିଏଲ ମ୍ୟାଚ୍‌ ଖେଳୁଥିବା ଦେବଦତ୍ତ ପଡିକ୍କଲ ଏବେ ସମସ୍ତଙ୍କ ନଜରରେ ରହିଛନ୍ତି। ଅକ୍ଟୋବର ୨୯ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ପଡିକ୍କଲଙ୍କ ବ୍ୟାଟିଂ ଅନେକ ସଫଳତମ କ୍ରିକେଟରଙ୍କୁ ଆକୃଷ୍ଟ କରିଛି।

{"id":354365,"sizeSlug":"large"}

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିବା ପଡିକ୍କଲ ଆଇପିଏଲ୍‌ ୨୦୨୦ରେ ୧୩ ମ୍ୟାଚ୍‌ରୁ ୪୨୨ ରନ୍‌ କରିଥିବା ବେଳେ ଅରେଞ୍ଜ କ୍ୟାପ୍‌ ଦୌଡ଼ରେ ଅଛନ୍ତି। ଏପରିକି ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲିଙ୍କ ପଛକୁ ରହିଛନ୍ତି ପଡିକ୍କଲ। ତେବେ ପଡିକ୍କଲଙ୍କ ପ୍ରଦର୍ଶନରେ ବେଶ ଖୁସି ଅଛନ୍ତି ଭାରତୀୟ ଟିମର‌ ପୂର୍ବତନ ବୋଲର ତଥା ଅଣ୍ଡର-୧୯ ଜାତୀୟ ଚୟନ କମିଟିର ଅଧ୍ୟକ୍ଷ ଭେଙ୍କଟେଶ ପ୍ରସାଦ। ପଡିକ୍କଲଙ୍କ ଫର୍ମକୁ ନେଇ ସେ ପ୍ରଶଂସା କରିଥିବା ବେଳେ ତାଙ୍କର ଭବିଷ୍ୟତ ଉଜ୍ବଳ ବୋଲି କହିଛନ୍ତି ପ୍ରସାଦ।

କର୍ଣ୍ଣାଟକର ୨୦ ବର୍ଷୀୟ ବାମହାତି ବ୍ୟାଟ୍ସମ୍ୟାନ୍‌ ପଡିକ୍କଲଙ୍କ ଖେଳ ଏବେ ବିଶ୍ବ ଦେଖୁଛି। ବଡ଼ ମ୍ୟାଚ୍‌ ଖେଳିବା ସହ ଚାପ ସମୟରେ ବୁଝିସୁଝି ବ୍ୟାଟିଂ କରିବାକୁ ଦେଖି ଜଣେ ବ୍ୟାଟ୍ସମ୍ୟାନଙ୍କୁ ପରଖିବାକୁ ପଡ଼େ। ଏ ସମସ୍ତ କ୍ଷେତ୍ରରେ ପଡିକ୍କଲ ଭଲ ସନ୍ତୁଳନ ରଖୁଥିବା ପ୍ରସାଦ କହିଛନ୍ତି। ଏବେ ପଡିକ୍କଲଙ୍କ ନିଆରା ଫ୍ୟାନ୍‌ ବେସ୍‌ ତିଆରି ହୋଇଛନ୍ତି। ବିଶ୍ବର ନଜର ଏବେ ପଡିକ୍କଲଙ୍କ ଉପରେ ଥିବା ମଧ୍ୟ କହିଛନ୍ତି ଭେଙ୍କଟେଶ।

{"id":354366,"sizeSlug":"large"}

ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ପଡିକ୍କଲଙ୍କୁ ନେଇ ଏକ ସୁନ୍ଦର ତଥ୍ୟ ଦେଇଥିଲେ। କିମ୍ବଦନ୍ତୀ ପ୍ଲେୟର ଗୁଣ୍ଡାପା ବିଶ୍ବନାଥ ମଧ୍ୟ ପଡିକ୍କଲଙ୍କୁ ଯୁବ ଖେଳାଳି ଭାବେ ପସନ୍ଦ କରିଥିବା କହିଥିଲେ। ତେବେ ପଡିକ୍କଲଙ୍କୁ ବିଶ୍ବନାଥ ପସନ୍ଦ କରୁଥିବା ଅର୍ଥ ସେ ହେଉଛନ୍ତି ‘ମହାନତାର ଠିକଣା’ ବୋଲି ସୁନିଲ କହିଥିଲେ। ତେବେ ସୁନିଲଙ୍କ ଏହି କଥାକୁ ସମର୍ଥନ କରିଛନ୍ତି ପ୍ରସାଦ। ତାଙ୍କ ମତରେ ବିଶ୍ବନାଥ ସମର୍ଥନ କରିଛନ୍ତି ଅର୍ଥ ପଡିକ୍କଲ ଜଣେ ଦକ୍ଷ ଖେଳାଳି।

ପଡିକ୍କଲ କେବଳ ଆଇପିଏଲ୍‌ରେ ନୁହେଁ ବିଜୟ ହଜାରେ ଟ୍ରଫି,ମୁସ୍ତାଫା ଅଲି ଟ୍ରଫିରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ଆଇପିଏଲ ସିଜ୍‌ନରେ ୪ଟି ଅର୍ଦ୍ଧଶତକ ମାରିଥିବା ପଡିକ୍କଲ ନିଜ ଦକ୍ଷତାର ପରିଚୟ ଦେଉଛନ୍ତି। କେବଳ ବ୍ୟାଟିଂ ନୁହେଁ ଫିଲ୍ଡିଂରେ ବି ଫିଟ୍‌ ପଡିକ୍କଲ ବୋଲି କହିଛନ୍ତି ଭେଙ୍କଟେଶ ପ୍ରସାଦ।

ଦ୍ରାବିଡ଼ ଯେଉଁଠି ପଢ଼ୁଥିଲେ ପଡିକଲ ବି ସେଠାରେ ପଢ଼ୁଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ପୂର୍ବତନ ଅଧିନାୟକଙ୍କ ଭଳି ଆଉ ଜଣେ ପ୍ରତିଭା ସେଠାରୁ ହିଁ ଆସିଛନ୍ତି। ପଡିକଲ ପ୍ରଥମେ ସମସ୍ତଙ୍କ ନଜରରେ ଆସିଥିଲେ ଯେତେବେଳେ କର୍ଣ୍ଣାଟକ ପ୍ରିମିୟର ଲିଗ୍‌ରେ ସେ ବେଷ୍ଟ ବ୍ୟାଟ୍ସମ୍ୟାନ ଆଓ୍ବାର୍ଡ ପାଇଥିଲେ। କୋଚ୍‌ ବେହାର ଟ୍ରଫି, ବିଜୟ ହଜାରେ ଟ୍ରଫି ଆଦିରେ ସର୍ବାଧିକ ରନ୍‌ ସ୍କୋର କରିଥିବା ପଡିକ୍କଲଙ୍କ ବ୍ୟାଟିଂ ଷ୍ଟାଇଲ ବିରେନ୍ଦ୍ର ସେଓ୍ବାଗ ଓ ଯବୁରାଜ ସିଂହଙ୍କ ପରି ବୋଲି ପ୍ରସାଦ ବିଶ୍ବାସ କରୁଛନ୍ତି।

{"id":354367,"sizeSlug":"large"}

ପ୍ରଥମ ଥର ପାଇଁ ବାମହାତୀ ବ୍ୟାଟ୍ସମ୍ୟାନ୍‌ କମାଲ କରୁଥିବା ଦେଖିବାକୁ ମିଳୁଛି। ଏହା ପୂର୍ବରୁ କେବଳ ସୌରଭ ଗାଙ୍ଗୁଲୀ ଓ ଯୁବରାଜ ସିଂ ହିଁ ଥିଲେ। ତେଣୁ ବାମହାତୀ ବ୍ୟାଟ୍ସମ୍ୟାନ ହୋଇଥିବାରୁ ପଡିକ୍କଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବିଶେଷ କରି ପଡିକ୍କଲଙ୍କ ଫିଲ୍ଡିଂ ଷ୍ଟାଇଲ ବେଶି ଆକୃଷ୍ଟ କରୁଥିବା ପ୍ରସାଦ କହିଛନ୍ତି। ଦୁଇଟି ତ୍ରିଶତକ ହାସଲ କରିଥିବା ସେଓ୍ବାଗଙ୍କ ଆକ୍ରମଣ ଭଙ୍ଗି ପଡିକ୍କଲଙ୍କ ପାଖରେ ରହିଛି। ବିଶେଷ କରି ଦଳ ପ୍ରେସରରେ ଥିବା ବେଳେ ଯୁବରାଜଙ୍କ ଭଳି ଦ୍ରୁତ ବଲ୍‌ର ବି ନିର୍ଭୟର ସହ ସାମ୍ନା କରୁଛନ୍ତି ପଡିକ୍କଲ। ବହୁ ଭଲ ବ୍ୟାଟ୍ସମ୍ୟାନ ଆସିଛନ୍ତି କିନ୍ତୁ ପଡିକ୍କଲ ସମସ୍ତଙ୍କ ଆଗରେ ରହିଛନ୍ତି ବୋଲି ଭେଙ୍କଟେଶ ପ୍ରସାଦ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.