Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଆଇପିଏଲ-୨୦୨୦ : ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ରଥମେ କରିବ ଫିଲ୍ଡିଂ

27/10/2020 at 7:02 PM

ଦୁବାଇ, ୨୭୧୦ ଆଜି ଆଇପିଏଲର ୪୭ ତମ ମୁକାବିଲାରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟାର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ ।  

ଦିଲ୍ଲୀ ଏହି ମୁକାବିଲା ଜିତି ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ।କାରଣ ଦଳ ଗତ ୨ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି । ଏହି ମୁକାବିଲା ଭାରତୀୟ ସମୟାନୁସାରେ ୭ଟା ୩୦ ରେ ଖେଳାଯିବ । ଦିଲ୍ଲୀକୁ ପ୍ଲେ ଅଫରେ ପହଁଚିବା ପାଇଁ ୧୬ ପଏଣ୍ଟ ଆବଶ୍ୟକ । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି । ୧୬ ଅଙ୍କ ପାଇଲେ ଦିଲ୍ଲୀ ପଏଣ୍ଟ ତାଲିକାର ଶୀର୍ଷରେ ପହଁଚିଯିବ ।

ଆଇପିଏଲର ରେକର୍ଡ ଉପରେ ନଜର ପକାଇଲେ ଦିଲ୍ଲୀ ଓ ହାଇଦ୍ରାବାଦ ଏବେସୁଦ୍ଧା ୧୬ ଥର ସାମ୍ନାସାମ୍ନି ହୋଇଛନ୍ତି । ଏହାମଧ୍ୟରୁ ଦିଲ୍ଲୀ ୬ଟିରେ ବିଜୟ ଲାଭ କରିଥିବା ବେଳେ ହାଇଦ୍ରାବାଦ ୧୦ଟି ମ୍ୟାଚ୍ ଜିତିଛି ।

ସେହିପରି ଆଜିର ମ୍ୟାଚ୍ ହାଇଦ୍ରାବାଦ ପାଇଁ କର ବା ମର ରହିବ । କାରଣ ଦଳ ଏବେ ୧୧ଟି ମ୍ୟାଚରୁ ୮ ପଏଣ୍ଟ ପାଇଛି । ଏହାସହ ୭ ନମ୍ବର ସ୍ଥାନରେ ରହିଛି । ପ୍ଲେ ଅଫରେ ଖେଳିବାକୁ ହେଲେ ହାଇଦ୍ରାବାଦକୁ ନିଜର ସବୁ ମ୍ୟାଚ୍ ଭଲ ରନ ରେଟରେ ଜିତିବାକୁ ହେବ ।

ଦିଲ୍ଲୀ ପାଖରେ ଭଲ ବୋଲର ସହ ଆକ୍ରମଣାତ୍ମକ ବ୍ୟାଟସମ୍ୟାନ୍ ମଧ୍ୟ ରହିଛନ୍ତି । ଦଳ କୌଣସି ଜଣେ ଖେଳାଳିଙ୍କ ଉପରେ ନିର୍ଭର କରୁନାହିଁ । ଆଜିର ମ୍ୟାଚ୍ ଜିତି ଦଳ ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ତେବେ ହାଇଦ୍ରାବାଦ ଶେଷ ମ୍ୟାଚରେ ପଞ୍ଜାବଠୁ ପରାସ୍ତ ହୋଇଥିଲା । ଦଳ ୧୨୭ ରନର ବିଜୟ ଲକ୍ଷ୍ୟକୁ ମଧ୍ୟ ହାସଲ କରିପାରି ନଥିଲା । ଡେଭିଡ୍ ଓ୍ୱାର୍ଣ୍ଣର ଓ ଜନି ବେୟରେଷ୍ଟୋଙ୍କ ଆଉଟ ପରେ ମ୍ୟାଚର ମୋଡ ବଦଳି ଯାଇଥିଲା । ଆଜିର ମ୍ୟାଚରେ ଦଳ ପୂର୍ବ ଭୁଲ ସୁଧାରିବାକୁ ଚେଷ୍ଟା କରିବ । ଏହାସହ ବିଜୟ ଲକ୍ଷ୍ୟ ନେଇ ଦଳ ପଡିଆକୁ ଓହ୍ଲାଇବ ।  

   Related Posts