Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆଇପିଏଲ-୨୦୨୦ : ଦିଲ୍ଲୀର ବିଜୟରେ ଲାଗିଲା ବ୍ରେକ୍, ୧୫ ରନରେ ଜିତିଲା ହାଇଦ୍ରାବାଦ

29/09/2020 at 11:30 PM

ଆବୁଧାବି, ୨୯|୦୯: ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ଏକାଦଶ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି । ଏହାସହ ଦିଲ୍ଲୀ ଚଳିତ ଆଇପିଏଲରେ ହ୍ୟାଟ୍ରିକ ବିଜୟ ଲାଭରୁ ବଞ୍ଚିତ ହୋଇଛି । ୧୬୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ୨୦ ଓଭରରେ ୧୪୭ ରନରେ ଅଟକି ଯାଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଦଲ୍ଲୀ ସମ୍ମୁଖରେ ଚ୍ୟାଲେଞ୍ଜିଂ ଲକ୍ଷ୍ୟ ନିର୍ଦ୍ଧାରିତ କରିଥିଲା। ଜୋନି ବେୟାରଷ୍ଟୋଙ୍କ ୫୩, ଡେଭିଡ ଓ୍ଵାର୍ଣ୍ଣରଙ୍କ ୪୫ ଓ କେନ ଓ୍ଵିଲିୟମସନଙ୍କ ଦ୍ରୁତ ୪୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୨ ରନ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାକୁ ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ଜୋନି ବେୟାରଷ୍ଟୋ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ୯.୩ ଓଭରରେ ପ୍ରଥମ ଓ୍ଵିକେଟ୍‌ରେ ୭୭ ରନ ଯୋଡି ଦଳ ପାଇଁ ମୂଳଦୁଆ ପକାଇଥିଲେ। ଅଧିନାୟକ ଡେବିଡ୍ ଓ୍ଵାର୍ଣ୍ଣର ୩୩ ବଲରୁ ୩ ଚୌକା ଓ ୨ ଛକା ବଳରେ ୪୫ ରନ କରି ଅମିତ୍ ମିଶ୍ରାଙ୍କ ଶିକାର ହୋଇଥିଲେ। ମନିଷ ପାଣ୍ଡେ କିଛି ଖାସ୍ କରିନପାରି ୩ ରନରେ ପାଭିଲିୟନ ଫେରିଥିଲେ।

ପ୍ରଥମ ଥର ଚଳିତ ସିଜିନରେ ଖେଳୁଥିବା କେନ ଓ୍ଵିଲିୟମସନ କ୍ରିଜକୁ ଆସିବା ମାତ୍ରେ ଦ୍ରୁତ ବ୍ୟାଟିଂ କରିଥିଲେ। କ୍ରିଜରେ ଜମି ରହିଥିବା ବେୟାରଷ୍ଟୋ ଆଇପିଏଲରେ ନିଜର ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ ବଡ ସଟ୍ ଖେଳିବାକୁ ଯାଇ ରାବଡାଙ୍କ ବଲରେ କ୍ୟାଚ୍‌ ଆଉଟ୍ ହୋଇଥିଲେ। ସେ ୪୮ ବଲରୁ ୨ ଚୌକା ଓ ୧ ଛକା ବଳରେ ୫୩ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଆଉଟ୍ ହେବା ପୂର୍ବରୁ ସେ ଓ୍ଵିଲିୟମସନଙ୍କ ସହିତ ତୃତୀୟ ଓ୍ଵିକେଟ୍‌ରେ ୫୨ ରନ ଯୋଡିଥିଲେ।କେନ ଓ୍ଵିଲିୟମସନ ୨୬ ବଲରୁ ୫ ଚୌକା ଜରିଆରେ ୪୧ ରନ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ଶେଷରେ ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୨ ରନ କରିବାକୁ ସକ୍ଷମ ହୋଇଛି। ଅବଦୁଲ ସମାଦ ୧୨ ରନ କରି ଅପରାଜିତ କରି ଅପରାଜିତ ଥିଲେ।

ଦିଲ୍ଲୀ ପକ୍ଷର ସଫଳ ବୋଲର ଭାବେ କାଗିସୋ ରାବଡା ୨୧ ରନ ଦେଇ ୨ ଓ୍ଵିକେଟ୍ ଏବଂ ଅମିତ୍ ମିଶ୍ର ୩୫ ରନ ଦେଇ ୨ ଓ୍ଵିକେଟ୍ ନେଇଥିଲେ।

୧୬୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ୨୦ଓଭରରେ ୭ ଓ୍ୱିକେଟ୍ ହରାଇ ୧୪୭ ରନ କରିବାରେ ସକ୍ଷମ ହୋଇଥିଲା। ଫଳରେ ହାଇଦ୍ରାବାଦ ୧୫ ରନରେ ବିଜୟ ହାସଲ କରିନେଇଛି । ଦିଲ୍ଲୀ ପକ୍ଷରୁ ଶିଖର ଧାଓ୍ୱନ ସର୍ବାଧିକ ୩୪ ରନ୍ କରିଥିବା ବେଳେ ରିଶଭ ପନ୍ତ ୨୮ ରନ୍ କରିଥିଲେ ।
ହାଇଦ୍ରାବାଦ ପକ୍ଷରୁ ରଶିଦ ଖାନ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ୨ଟି ଓ୍ୱିକେଟ୍ ନେଇଥିଲେ ।

   Related Posts