ଆଇପିଏଲ ୨୦୨୦ : ଚେନ୍ନାଇକୁ ୧୬୫ ରନ୍‌ର ଟାର୍ଗେଟ୍ ଦେଲା ହାଇଦ୍ରାବାଦ

Published By : Prameya-News7 Bureau | October 02, 2020 IST

ଦୁବାଇ, ୦୨ ।୧୦:  ଆଇପିଏଲରେ ଶୁକ୍ରବାର ଖେଳାଯାଇଥିବା  ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ହାଇଦ୍ରାବାଦ୍  ପ୍ରତମେ ବ୍ୟାଟିଂ ୫  ଓ୍ୱିକେଟ୍ ହରାଇ ୧୬୪ ରନ୍ କରିଛି । ଏହାସହ ଚେନ୍ନାଇକୁ ୧୬୫ ରନ୍‌ର ଟାର୍ଗେଟ୍ ଦେଇଛି ।

ଆଜିର ମ୍ୟାଚରେ ଟସ୍ ଜିତିଥିଲା ହାଇଦ୍ରାବାଦ । ଏହାସହ ପ୍ରଥମେ ବ୍ୟାଚିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଓପନିଂରେ ଓହ୍ଲାଇଥିଲେ ଡେଭିଡ୍ ଓ୍ୱାର୍ଣ୍ଣର ଓ ଜନି ବେୟରେଷ୍ଟୋ । ତେବେ ବେୟରୋଷ୍ଟୋ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଥିଲେ । ପରେ ବ୍ୟାଟିଂ କରିବାକୁ ଆସି ମନିଷ ପାଣ୍ଡେ ମଧ୍ୟ ସଅଳ ଆଉଟ ହୋଇଥିଲେ । ସେ ୨୯ ରନ୍ କରିଥିଲେ । ତେବେ ଶେଷ ଆଡକୁ ପ୍ରିତମ ଗର୍ଗ ୨୬ ବଲ୍‌ରୁ ଦ୍ରୁତ ୫୧ ରନ୍ ଓ ଅଭିଷେକ ଶର୍ମା ୨୪ ବଲରୁ ଦ୍ରୁତ ୩୧ ରନ୍ ସଂଗ୍ରହ କରିଥିଲେ । ଫଳରେ ସ୍କୋର ୧୬୪ ଯାଏଁ ପହଁଚିଥିଲା ।

ସେହିପରି ଚେନ୍ନାଇ ପକ୍ଷରୁ ଦୀପକ ଚହର ଓ ସର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ପିୟୁଷ ଚାଓ୍ୱଲା ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.