ଆଇପିଏଲ-୨୦୨୦ : ଟସ୍ ଜିତିଲା ଚେନ୍ନାଇ, ପ୍ରଥମେ କରିବ ବ୍ୟାଟିଂ

Published By : Prameya-News7 Bureau | October 13, 2020 IST

ଦୁବାଇ, ୧୩ ।୧୦:  ଆଇପିଏଲ୍‌ ୨୦୨୦ରେ ଆଜି ଚେନ୍ନାଇ ସୁପରକିଙ୍ଗସ୍‌ ଓ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ହେବ ମୁକାବିଲା । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ଫିଲ୍ଡିଂ କରିବ ହାଇଦ୍ରାବାଦ ।

wp:html /wp:html

ଉଭୟ ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ମ୍ୟାଚ୍‌ରେ ଯଦି ହାଇଦ୍ରାବାଦ ବିଜୟୀ ହୁଏ, ତେବେ ଶ୍ରେଷ୍ଠ ୪ଟିମ୍‌ଙ୍କ ମଧ୍ୟରେ ପହଞ୍ଚିବ । ସେପଟେ ଯଦି ଚେନ୍ନାଇ ଆଜିର ମ୍ୟାଚ୍ ବିଜୟୀ ହୁଏ, ତେବେ ପ୍ଲେ-ଅପ୍‌ରେ ନିଜର ସ୍ଥାନ ବଜାୟ ରଖିପାରିବ । ଆଉ ଯଦି ଆଜିର ମ୍ୟାଚ୍‌ରେ ପରାଜୟ ବରଣ କରେ, ତେବେ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅପ୍‌ ଦୌଡ଼ରୁ ବାଦ୍‌ ପଡିଯିବାର ସମ୍ଭାବନା ମଧ୍ୟ ରହିଛି ।

ଚଳିତ ସିଜନରେ ସୁପର କିଙ୍ଗ୍‌ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ବ୍ୟାଟିଂ ବିଭାଗର ଦୁର୍ବଳ ପ୍ରଦର୍ଶନ ଦଳ ବିଫଳତାର କାରଣ ହୋଇଛି। ଶେଷ ୨ଟି ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ (୧୦ରନ୍‌ରେ) ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୩୭ରନ୍‌ରେ) ନିକଟରୁ ହାରିଯାଇଥିଲା। ବ୍ୟାଟିଂ ବିଭାଗ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। କୌଣସି ବ୍ୟାଟ୍‌ସମ୍ୟାନ୍‌ ନିୟମିତ ଭାବେ ଭଲ୍‌ ପ୍ରଦର୍ଶନ ଦେଇ ପାରିନାହାନ୍ତି । ଦଳ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପରିବର୍ତ୍ତେ ଭେଟେରାନଙ୍କୁ ନେଇ ଖେଳୁଛି । ପୂର୍ବ ମ୍ୟାଚ୍‌ରେ ଯୁବ ବ୍ୟାଟ୍ସମ୍ୟାନ୍‌ ଏନ୍‌ ଜଗଦୀଶନଙ୍କୁ ସୁଯୋଗ ମିଳିଥିଲା । ସେ ୩୩ରନ୍‌ କରିଥିଲେ । ବୋଲିଂ ବିଭାଗରେ ଦଳ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି । ତେବେ ଆଜିର ମ୍ୟାଚ୍‌ରେ ଦୁଇ ଓପନର ସେନ୍‌ ୱାଟସନ୍‌ ଓ ଫାଫ୍‌ ଡୁ’ପ୍ଲେସିଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ସେହିପରି ସନ୍‌ରାଇଜର୍ସ ଦଳ ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସଠୁ ୫ ୱିକେଟ୍‌ରେ ପରାଜିତ ହୋଇଥିଲା । ଦଳ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି । ସୁପର କିଙ୍ଗ୍‌ସ ବିପକ୍ଷ ବିଜୟରେ ହୀରୋ ସାଜିଥିବା ଦୁଇ ଯୁବ ବ୍ୟାଟ୍ସମ୍ୟାନ୍‌ ପ୍ରିୟମ ଗର୍ଗ (ଅପରାଜିତ ୫୧) ଓ ଅଭିଷେକ ଶର୍ମା (୩୧)ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଓ ମନୀଷ ପାଣ୍ଡେ ଫର୍ମକୁ ଫେରିଛନ୍ତି । ସେହିପରି ଜନି ବେୟାରଷ୍ଟୋ ଓ କେନ୍‌ ୱିଲାମସନ୍‌ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ବୋଲିଂ ବିଭାଗ ମଧ୍ୟ ଦୃଢ଼ ରହିଛି । ସ୍ପିନର ରସିଦ୍‌ ଖାନ୍‌, ପେସ୍‌ ବୋଲର ଖଲିଲ ଅହମ୍ମଦ ଓ ଟି. ନଟରାଜନ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.