ଆଇପିଏଲ-୨୦୨୦ : ଟସ୍ ଜିତିଲା ଚେନ୍ନାଇ, ପ୍ରଥମେ କରିବ ବ୍ୟାଟିଂ

Published By : Prameya-News7 Bureau | October 19, 2020 IST

ଦୁବାଇ, ୧୯|୧୦: ଆଜି ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଚେନ୍ନାଇ । ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ଫିଲ୍ଡିଂ କରିବ ରାଜସ୍ଥାନ ।

wp:html /wp:html

ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ଏବେ ଦୁଇ ଦଳ କର ବା ମର ସ୍ଥିତିରେ ରହିଛନ୍ତି । ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ମ୍ୟାଚ୍‌ ବିଜୟୀ ହେବା ଜରୁରୀ ହୋଇପଡ଼ିଛି । ତେଣୁ ଆଜିର ମ୍ୟାଚରେ କୌଣସି ତ୍ରୁଟି ଦୋହରାଇବାକୁ ଚାହିଁବେନି ଉଭୟ ଦଳ ।

ସୁପର କିଙ୍ଗ୍‌ସ ଓ ରୟାଲ୍ସ ୯ଟି ଲେଖାଏଁ ମ୍ୟାଚ୍‌ ଖେଳି ପ୍ରତ୍ୟେକ ୬ପଏଣ୍ଟ ସହ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ୍‌କୁ ମିଶାଇ ଆଉ ମାତ୍ର ୫ଟି ମ୍ୟାଚ୍‌ ବାକି ରହିଛି। ପ୍ଲେ-ଅଫ୍‌ ଯୋଗ୍ୟତା ହାସଲ କରିବା ସେତେଟା ସହଜ ହେବନି। ଉଭୟ ଦଳ ନିଜ ନିଜର ପୂର୍ବ ମ୍ୟାଚ୍‌ରେ ପରାଜିତ ହୋଇଥିଲେ । ତେଣୁ ତ୍ରୁଟି ସୁଧାରି ପ୍ରତ୍ୟାବର୍ତ୍ତନ କରିବା ମୁଖ୍ୟ ଲକ୍ଷ୍ୟ ହେବ ।

ପ୍ରଥମ ପର୍ଯ୍ୟାୟରେ ରୟାଲ୍ସ ୧୬ରନ୍‌ରେ ସୁପର କିଙ୍ଗ୍‌ସକୁ ପରାସ୍ତ କରିଥିଲା । ସାରଜାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରୟାଲ୍ସ ୭/୨୧୬ରନ୍‌ କରିଥିବାବେଳେ ସୁପର କିଙ୍ଗ୍‌ସ ୬/୨୦୦ରନ୍‌ କରିବାକୁ ସକ୍ଷମ ହୋଇଥିଲା । ରୟାଲ୍ସ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ (୬୯) ଓ ସାମସନ୍‌ (୭୪) ଅର୍ଦ୍ଧଶତକ ହାସଲ କରିଥିଲେ । ସୁପର କିଙ୍ଗ୍‌ସ ପକ୍ଷରୁ ଡୁ’ପ୍ଲେସି (୭୭) ଅର୍ଦ୍ଧଶତକ ହାସଲ କରିଥିଲେ ।

ରୟାଲ୍ସ ଦଳ ପୂର୍ବ ୨ଟି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (୧୩ରନ୍‌ରେ) ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୭ ୱିକେଟ୍‌ରେ) ପରାଜିତ ହୋଇଥିଲା । ସ୍ମିଥ୍‌ ରୟାଲ୍‌ ଚ୍ୟାଲେଞ୍ଜର୍ସ ମୁକାବିଲାରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିଥିଲେ। କିନ୍ତୁ ଓପନିଂ ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସଂଘର୍ଷ କରୁଛନ୍ତି । ଷ୍ଟାର୍‌ ଓପନର ଜୋସ ବଟଲର ଓ ବେନ୍‌ ଷ୍ଟୋକ୍ସ ଏପର୍ଯ୍ୟନ୍ତ ନିଜ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ ଦେଇପାରିନାହାନ୍ତି । ଜୋଫ୍ରା ଆର୍ଚରଙ୍କ ନେତୃତ୍ୱରେ ବୋଲିଂ ବିଭାଗ ଆଶାନୁଯାୟୀ ପ୍ରଦର୍ଶନ ଦେବାରେ ବିଫଳ ରହିଛି । ଆଜି ଦଳର ଟ୍ରମ୍ପ କାର୍ଡ଼ ରାହୁଲ ତେୱାତିଆଙ୍କ ଉପରେ ସମସ୍ତଙ୍କ ନଜର ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.