Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିଜୟ ସହ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପର୍ କିଙ୍ଗସ୍, ୫ ଓ୍ୱିକେଟରେ ମାତ୍ ଖାଇଲା ମୁମ୍ବାଇ

19/09/2020 at 11:22 PM

ନୂଆଦିଲ୍ଲୀ, ୧୯ ।୦୯: ଆଇପିଏଲର ଉଦଘାଟନୀ ମ୍ୟାଚରେ ଗତ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟ ବରଣ କରିଛି । ଆଜିର ହାଇ ଭୋଲଟେଜ୍ ମୁକାବିଲାରେ ରୋହିତ ଶର୍ମାଙ୍କ ମୁମ୍ବାଇକୁ ଏମଏସ ଧୋନୀଙ୍କ ଚେନ୍ନାଇ ସୁପର୍ କିଙ୍ଗସ ୫ ଓ୍ୱିକେଟରେ ପରାସ୍ତ କରିଛି । ରୋମାଞ୍ଚପୂର୍ଣ୍ଣ ଏହି ମ୍ୟାଚ୍ ଜିତି ଚେନ୍ନାଇ ବିଜୟରୁ ନିଜର ଆଇପିଏଲ ଅଭିଯାନ ଆରମ୍ଭ କରିଛି ।

ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ଵାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍  ହରାଇ ୧୬୨ ରନ କରିଥିଲା। ଆଇପିଏଲର ପ୍ରଥମ ମ୍ୟାଚ୍‌ ଜିତିବା ପାଇଁ ଚେନ୍ନାଇ ସୁପରକିଙ୍ଗ୍ସ ସାମ୍ନାରେ ୧୬୩ ରନର ବିଜୟ ଲକ୍ଷ୍ୟ ରଖିଥିଲା। ମୁମ୍ବାଇ ତରଫରୁ ସୌରଭ ତିଓ୍ଵାରୀ ସର୍ବାଧିକ ୪୨ ରନ କରିଥିବା ବେଳେ କ୍ଵିଣ୍ଟନ ଡିକକ୍‌ ୩୩ ରନ କରିଥିଲେ।

ଟସ୍  ହାରି ପ୍ରଥମେ  ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଅଧିନାୟକ ରୋହିତ ଶର୍ମା ଓ କ୍ଵିଣ୍ଟନ ଡିକକ୍‌ ଭଲ ଆରମ୍ଭ ଦେଇଥିଲେ। ୪.୪ ଓଭରରେ ଦୁଇ ବ୍ୟାଟମସ୍ୟାନ ଦ୍ରୁତ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍  ପାଇଁ ୪୬ ରନ ଯୋଡିଥିଲେ। ରୋହିତ ଶର୍ମା(୧୨) ଚାଓ୍ଵାଲଙ୍କ ଶିକାର ହୋଇଥିଲେ। ରୋହିତଙ୍କ ପରେ ପରେ ଦ୍ରୁତ ବ୍ୟାଟିଂ କରୁଥିବା ଡିକକ୍‌ ସାମ କରନଙ୍କ ବଲରେ ଓ୍ଵାଟସନଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ। ଡିକକ୍‌ ୨୦ ବଲରୁ ୫ ଚୌକା ଜରିଆରେ ୩୩ ରନ କରିଥିଲେ। ସୌରଭ ତିଓ୍ଵାରୀ ୩୧ ବଲରୁ ୩ ଚୌକା ଓ ୧ ଛକା ବଳରେ ୪୨ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଲୁଙ୍ଗି ଏନଗିଡି ୩ ସଫଳତା ମିଳିଥିବା ବେଳେ ରବିନ୍ଦ୍ର ଜାଡେଜା ଓ ଦୀପକ ଚହର ଦୁଇଟି ଓ୍ଵିକେଟ୍ ନେବାରେ ସଫଳ ହୋଇଛନ୍ତି। ସାମ କରନ, ପିୟୂଷ ଚାଓ୍ଵାଲା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

୧୬୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇ ୧୯.୨ ଓଭରରେ ୧୬୬ ରନ୍ କରିବା ସହ ବିଜୟ ହାସଲ କରିଥିଲା । ଚେନ୍ନାଇ ସଅଳ ଦୁଇଟି ଓ୍ୱିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । କିନ୍ତୁ ଫାପ୍ ଡୁପ୍ଲେସିସ୍ ଓ ଅମ୍ବତି ରାୟଡୁ ମଙ୍ଗ ସମ୍ଭାଳି ଥିଲେ । ଚେନ୍ନାଇ ପକ୍ଷରୁ ସର୍ବାଧିକ ଅମ୍ବତି ରାୟଡୁ ଦ୍ରୁତ ୭୧ ରନ୍ କରି ଆଉଟ ହୋଇଥିବା ବେଳେ ଫାଫ୍ ଡୁପ୍ଲେସି ୫୮ ରନ୍ କରିଥିଲେ ।

ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଟ, କୃଣାଲ ପାଣ୍ଡ୍ୟା, ରାହୁଲ ଚହର, ଜସପ୍ରିତ ବୁମରାହ ଓ ଜେମ୍ସ୍ ପାଟିନସନ୍ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

   Related Posts