Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଟ୍ରାଭେଲ୍ସ ବିଲ୍ ମାମଲାରେ ପାଠକ ବାପା-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଚଣ୍ଡିଖୋଲ : ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ
  • ||
  • ଚଣ୍ଡିଖୋଲ : ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ବର : ବିଧାନସଭା ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା
  • ||
  • କଟକ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ
  • ||
  • ବଲାଙ୍ଗୀର : ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ
  • ||
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

କେବଳ ୨୨ଟି ଛକାର ଅପେକ୍ଷା, IPL-୨୦୨୦ରେ ଗେଲ୍‌ ରଚିବେ ବିଶାଳ ରେକର୍ଡ !

10/09/2020 at 4:00 PM

ନୂଆଦିଲ୍ଲୀ ୧୦/୦୯: ଓ୍ବେଷ୍ଟଇଣ୍ଡିଜ୍ ପ୍ଲେୟର ତଥା ଆଇପିଏଲ୍‌ରେ କିଙ୍ଗସ୍ 11 ପଞ୍ଜାବ ପକ୍ଷରୁ ଖେଳୁଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ରଚି ପାରନ୍ତି ଏକ ନିଆରା ବିଶ୍ବ ରେକର୍ଡ । କ୍ରିସ୍ ଗେଲ୍‌ ଟି-୨୦ ମ୍ୟାଚ୍‌ରେ ସବୁଠୁ ଅଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ହୋଇଥିବା ବେଳେ ଏଥର ଆଇପିଏଲ୍‌ରେ ଏକ ବିଶାଳ ରେକର୍ଡ କରିପାରନ୍ତି । ଏବେସୁଦ୍ଧା ୯୭୮ ଟି-୨୦ ଛକା ମାରିସାରିଥିବା କ୍ରିସ୍ ଗେଲ୍‌ଙ୍କ ପାଖରେ ରହିଛି ମଉକା । ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଆଇପିଏଲ୍‌-୨୦୨୦ରେ ୧୦୦୦ ଛକା ପୂରା କରିପାରନ୍ତି ଗେଲ୍‌ ।

ମାତ୍ର ୨୨ଟି ଛକା ମାରିପାରିଲେ ଗେଲ୍‌ ରଚି ପାରିବେ ଏହି ନିଆରା ରେକର୍ଡ । ୧୧ଟି ଆଇପିଏଲ୍‌ ସିଜନ୍‌ ଖେଳିସାରିଥିବା କ୍ରିସ୍‌ ଗେଲ୍‌ ୬ଥର ୨୨ରୁ ଅଧିକ ଛକା ମାରିସାରିଛନ୍ତି । ଆଇପିଏଲ୍‌ର ଗତ ସିଜ୍‌ନରେ ଗେଲ୍‌ ୩୪ଟି ଛକା ମାରିଥିଲେ ।

କିଙ୍ଗସ୍ 11 ପଞ୍ଜାବ ପକ୍ଷରୁ ଓପନିଂ କରୁଥିବା କ୍ରିସ୍‌ ଗେଲ୍‌ ୟୁଏଇରେ ଜୋରଦାର ଅଭ୍ୟାସ କରୁଛନ୍ତି । ଗେଲ୍‌ ଭଲ ଫର୍ମରେ ଥିବା ମଧ୍ୟ ଜଣାପଡ଼ିଛି । ଚଳିତ ଆଇପିଏଲ୍‌ ସିଜ୍‌ନରେ ଗେଲ୍‌ ୧୦୦୦ ଛକା ପୂର୍ଣ୍ଣ କରିପାରୁଛନ୍ତି ନା ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ସେନେଇ ଟୁର୍ଣ୍ଣାମେଣ୍ଟରେ ହିଁ ଜଣାପଡ଼ିବ ।

   Related Posts