ଆଇପିଏଲ-୨୦୨୦, ଟସ୍ ଜିତିଲା ହାଇଦ୍ରାବାଦ, ପ୍ରଥମେ କରିବ ବ୍ୟାଟିଂ

Published By : Prameya-News7 Bureau | October 02, 2020 IST

ଦୁବାଇ, ୦୨ ।୧୦: ଆଇପିଏଲ ୨୦୨୦ରେ ଶୁକ୍ରବାର ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ । ଆଜିର ମ୍ୟାଚରେ ଟସ୍ ଜିତିଛି ହାଇଦ୍ରାବାଦ । ହାଇଦ୍ରାବାଦର ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଚେନ୍ନାଇ ପ୍ରଥମେ ବୋଲିଂ କରିବ ।

ବ୍ୟାଟିଂ ବିପଳତା ହେତୁ ଗତ ମ୍ୟାଚରେ ପରାସ୍ତ ହୋଇଥିବା ଚେନ୍ନାଇ ଆଜି ଅମ୍ବତି ରାୟଡୁ ଓ ଡ୍ରେନ୍ ବ୍ରାଭୋଙ୍କୁ ଓହ୍ଲାଇବ । ଏବେ ଉଭୟ ବ୍ରାଭୋ ଓ ରାୟଡୁ ଫିଟ୍ ହୋଇସାରିଛନ୍ତି । ଦୁବାଇରେ ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ।

wp:html /wp:html

ଚେନ୍ନାଇ ଆଇପିଏଲର ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା । ଏହି ମ୍ୟାଚରେ ଚେନ୍ନାଇ ବିଜୟ ହେବା ସହ ନିଜର ଅଭିଯାନ ଆରମ୍ଭ କରିଥିଲା । କିନ୍ତୁ ଏହି ମ୍ୟାଚରେ ଅମ୍ବତି ରାୟଡୁ ଆହତ ହୋଇ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦଳରୁ ବାଦ୍ ପଡିଥିଲେ । ସେହିପରି ବ୍ରାଭୋ ମଧ୍ୟ କାରବିଆନ ପ୍ରିମିୟର ଲିଗରେ ଆହତ ହୋଇଥିଲେ । ଏବେ ଉଭୟ ଖେଳାଳି ଫିଟ୍ ଅଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ରେକର୍ଡକୁ ଲକ୍ଷ୍ୟ କଲେ ଉଭୟ ଚେନ୍ନାଇ ଓ ହାଇଦ୍ରାବାଦ ୧୨ ଥର ମୁହାଁମୁହିଁ ହୋଇଛନ୍ତି । ତେବେ ଚେନ୍ନାଇ ୯ ଓ ହାଇଦ୍ରାବାଦ ୩ଟି ମ୍ୟାଚ୍ ଜିତିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.