ଆଇପିଏଲ-୨୦୨୦ : ଟସ୍ ଜିତି ଚେନ୍ନାଇର ଫିଲ୍ଡିଂ ନିଷ୍ପତ୍ତି
22/09/2020 at 7:08 PM

ନୂଆଦିଲ୍ଲୀ, ୨୨ ।୦୯: ମଙ୍ଗଳବାର ଆଇପିଏଲର ଚତୁର୍ଥ ମ୍ୟାଚ୍ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍ ମଙ୍ଗଳବାର ରାଜସ୍ଥାନ ରୟାଲ୍ସକୁ ଭେଟିବ । ଚେନ୍ନାଇ ଓପନିଂ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ।
ରାଜସ୍ଥାନ ଆଜି ଚଳିତ ସିଜିନର ପ୍ରଥମ ମୁକାବିଲା ଖେଳିବ । ତେବେ ଚେନ୍ନାଇର ଅଧିନାୟକ ଧୋନୀ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବ ।