Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

IPL 2020: ସନରାଇଜର୍ସ ହାଇଦ୍ରାବାଦକୁ ୧୬୮ ରନର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ ସୁପରକିଙ୍ଗ୍ସ

13/10/2020 at 9:18 PM

ଦୁବାଇ ୧୩।୧୦: ଦୁବାଇରେ ଖେଳାଯାଉଥିବା ଆଇପିଏଲର ୨୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୬୮ରନର ବିଜୟ ଲକ୍ଷ୍ୟ ରଖିଛି। ସେନ ଓ୍ଵାଟସନ ୪୨ ଓ ଅମ୍ବତି ରାୟୁଡୁ ୪୧ ରନ ଇନିଂସ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୭ ରନ କରିଛି। ଜାଡେଜା ୨୫ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ପ୍ଲେଅଫ ଦୌଡରେ ରହିବାକୁ ହେଲେ ଏହି ମ୍ୟାଚ୍‌ ଜିତିବା ଚେନ୍ନାଇ ପାଇଁ ଜରୁରୀ ଅଟେ। ହାଇଦ୍ରାବାଦ ପାଇଁ ମଧ୍ୟ ଏହି ମ୍ୟାଚ୍‌ ଗୁରୁତ୍ଵପୂର୍ଣ୍ଣ ଅଟେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଚେନ୍ନାଇ ସୁପରକିଙ୍ଗ୍ସର ଆରମ୍ଭ ନିରାଶଜନକ ଥିଲା। ଦଳ ୧୦ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଡୁପ୍ଲେସିସ୍‌ ଖାତା ଖୋଲିବା ପୂର୍ବରୁ ସନ୍ଦୀପ ଶର୍ମାଙ୍କ ବଲରେ ଆଉଟ୍ ହୋଇଥିଲେ। ଆଜି ଓପନିଂ ବ୍ୟାଟିଂ କରିଥିବା ସାମ କୁରନ ୨୧ ବଲରୁ ୩ ଚୌକା ଓ ୨ ଛକା ସହ ୩୧ ରନ ସନ୍ଦୀପ ଶର୍ମାଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ୩୫ ରନରେ ଦୁଇ ଓପନରଙ୍କୁ ହରାଇବା ପରେ ସେନ୍ ଓ୍ଵାଟସନ ଓ ଅମ୍ବତି ରାୟୁଡୁ ଦଳର ଇନିଂସ ସମ୍ଭାଳିଥିଲେ।

ଉଭୟ ବ୍ୟାଟସମାନ ସତର୍କତାର ସହ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୮୧ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ୧୧୬ ରନ ସ୍କୋରରେ ରାୟୁଡୁଙ୍କୁ ଆଉଟ୍ କରି ଖଲିଲ ଅହମ୍ମଦ ଦଳକୁ ତୃତୀୟ ସଫଳତା ଦେଇଥିଲେ। ରାୟୁଡୁ ୩୪ ବଲରୁ ୩ ଚୌକା ଓ ୨ ଛକା ସହ ୪୧ ରନ କରିଥିଲେ। ପରେ ସେନ ଓ୍ଵାଟସନ ୪୨ ରନ କରି ପାଭିଲିୟନ ଫେରିଥିଲେ। ଧୋନୀ ୧୩ ବଲରୁ ୨ ଚୌକା ଓ ୧ ଛକା ସହ ୨୧ ରନ କରି ଟି ନଟରାଜନଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଶେଷ ଆଡକୁ ରବିନ୍ଦ୍ର ଜାଡେଜା ୧୦ ବଲରୁ ୩ ଚୌକା ଓ ୧ ଛକା ସହ ଦ୍ରୁତ ୨୫ ରନ କରିଥିଲେ। ଫଳରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୭ ରନ କରିଛି।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା ୨, ଖଲିଲ ଅହମ୍ମଦ ୨ ଓ ଟି ନଟରାଜନ ୨ଟି ଓ୍ଵିକେଟ୍ ନେଇଥିଲେ।

   Related Posts