ଆଇପିଏଲ ସିଜିନ-୧୨ : ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଫାଇନାଲ୍ ଟକ୍କର

Published By : Prameya-News7 Bureau | May 12, 2019 IST

ଆଇପିଏଲ ସିଜିନ-୧୨ର ଫାଇନାଲ ଟକ୍କର । ଆଜି ଚେନ୍ନାଇ ସୁପରକିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମହା ମୁକାବିଲା । ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲର ୧୦ଟି ସିଜିନରେ ଖେଳିଥିବା ବେଳେ ୮ ଥର ଫାଇନାଲ ଖେଳି ରେକର୍ଡ କରିଛି । ଏହି ୮ଥରରୁ ତିନୋଟି ସିଜିନରେ ଟ୍ରଫି ହାତେଇବାରେ ସଫଳ ହୋଇଛି ସିଏସକେ । ଏହା ସହିତ ଚେନ୍ନାଇ ଖେଳିଥିବା ସବୁ ସିଜିନରେ ପ୍ଲେ ଅଫ୍ ଖେଳିବାର ରେକର୍ଡ ମଧ୍ୟ କରିଛି ।

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ସୁଦ୍ଧା ପଞ୍ଚମଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ୩ ଥର ଚାମ୍ପିୟନ ହୋଇସାରିଛି । ଆଇପିଏଲରେ ଚତୁର୍ଥ ଥର ପାଇଁ ମୁମ୍ବାଇ ଓ ଚେନ୍ନାଇ ଆଇପିଏଲ ଫାଇନାଲ ଖେଳିବେ । କେବେ ପୁରା ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇର ପଲ୍ଲା ଚେନ୍ନାଇ ଉପରେ ଭାରି ରହିଛି ।

୩ଟି ଆଇପିଏଲ ଫାଇନାଲ୍ ମୁକାବିଲା ମଧ୍ୟରୁ ମୁମ୍ବାଇ ୨ଥର ଚେନ୍ନାଇକୁ ପରାସ୍ତ କରିଥିବା ବେଳେ ଚେନ୍ନାଇ ଗୋଟିଏ ଥର ମୁମ୍ବାଇକୁ ହରାଇଛି । ଚଳିତ ସିଜିନରେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ତିନୋଟି ମ୍ୟାଚ୍ ହୋଇସାରିଥିବା ବେଳେ ତିନୋଟି ଯାକ ମ୍ୟାଚରେ ଚେନ୍ନାଇକୁ ମାତ୍ ଦେଇଛି ମୁମ୍ବାଇ । ତେବେ ଫାଇନାଲ ଲଢେଇରେ ମୁମ୍ବାଇ ଟାଇଟଲ ହାସଲ କରିବା ନେଇ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.