Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଆଜିଠୁ ଆଇପିଏଲର ଦ୍ବାଦଶ ସଂସ୍କରଣ ; ଉଦଘାଟନୀ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

23/03/2019 at 10:01 AM

ଚେନ୍ନାଇ ୨୩|୩ : ଆଇପିଏଲର ଦ୍ବାଦଶ ସଂସ୍କରଣ ଆଜିଠୁ ଆରମ୍ଭ ହେବ । ୫୧ ଦିନ ଧରି ଚାଲିବାକୁ ଥିବା କ୍ରିକେଟ୍ ଯୁଦ୍ଧରେ ଦେଶୀ ସହ ବିଦେଶୀ ଖେଳାଳିଙ୍କ ଯାଦୁ ଦେଖିବାକୁ ମିଳିବ। ପ୍ରଥମ ମ୍ୟାଚ୍ ରୁ ହିଁ ଜୋରଦାର ଲଢ଼େଇ ହେବ।

ଉଦଘାଟନୀ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଭାରତୀୟ କ୍ରିକେଟ୍ ରୁ ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି ମୁହାଁମୁହିଁ ହେବେ । ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ନିଜ ଘରୋଇ ପଡ଼ିଆ ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳିବ । ତେଣୁ ଘରୋଇ ଦର୍ଶକଙ୍କ ମିଳିବ ପୁରା ସମର୍ଥନ।

ସେପଟେ ଆରସିବି ତିନି ଥର ଫାଇନାଲ ଖେଳି ମଧ୍ୟ ଥରୁଟିଏ ଟାଇଟଲ ହାତେଇପାରିନି । ତେଣୁ ଏହି ସିଜନରେ ଦମଦାର ପ୍ରଦର୍ଶନ କରି ଟାଇଟଲ କବଜା କରିବାକୁ ଲକ୍ଷ୍ୟ ରଖିଛନ୍ତି କୋହଲି ଆଣ୍ଡ କୋ । ଉଭୟ ଦଳରେ ଅଛି ଫାୟାର ପାୱାର । ତେଣୁ ଆଉ ଆଜିର ମ୍ୟାଚରେ ଛକ୍କା ଚୌକାର ବର୍ଷାର ପୁରା ସମ୍ଭାବନା ରହିଛି । ଧୋନୀ ବାହିନୀ ଉପରେ ବିରାଟ ସେନା କେତେ ଭାରି ପଡିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର।

   Related Posts