Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଫେକ୍ ଆପ୍ ଡାଉନଲୋଡ୍ କରିବା ପଡିଲା ମହଙ୍ଗା: ହାତରୁ ଚାଲିଗଲା ସାରା ଜୀବନର ଅର୍ଜିତ ଧନ, ୪ କୋଟି ଟଙ୍କା

4/04/2021 at 12:19 PM

ନୂଆଦିଲ୍ଲୀ ୦୪/୦୪ : ମୋବାଇଲରେ ଅନେକ ଆପ୍ ଡାଉନଲୋଡ୍ ପାଇଁ ମେସେଜ୍ ଆସିଥାଏ। ବେଳେବେଳେ ଅସଲି ଭଳି ଦେଖାଯାଉଥିବା ଆପ୍ ନକଲି ହୋଇଥାଏ। ଆପ୍ ଡାଉନଲୋଡ୍ କରିବା ଚକ୍କରରେ ବେଳେବେଳେ ୟୁଜର୍ସ ନକଲି ଆପ୍ ଡାଉନଲୋଡ୍ କରିଦେଇଥାନ୍ତି। ନିକଟରେ ଗୁଗଲ୍ ଓ ଆପଲ୍ ପ୍ଳେଷ୍ଟୋରକୁ ଅପଡେଟ୍ କରିଛି ଯାହାଦ୍ୱାରା ୟୁଜର୍ସ କୌଣସି ଆପରେ ନିଜର ସମସ୍ତ ତଥ୍ୟ ସେୟାର କରିପାରିବେ ନାହିଁ। ନକଲି ଆପ୍ ଚକ୍କରରେ ଆମେରିକାର ଜଣେ ବ୍ୟକ୍ତି ନିଜ ଜୀବନର ସବୁ ଧନ ହାରିଦେଲେ। ବ୍ୟକ୍ତି ଜଣକ ବିଟକଏନ୍ (bitcoin) ର ବାଲାନ୍ସ ଓ ଟ୍ରାଞ୍ଜାକ୍ସନ ସମ୍ପର୍କରେ ସୂଚନା ଦେଉଥିବା ଆପ୍ Trezor ଆପ୍ ଡାଉନଲୋଡ୍ କରିଥିଲେ ଓ ସାରା ଜୀବନର ଆୟ ହାରିଦେଲେ। ଏହି ଆପ୍ ସ୍କାମରୁ କିଭଳି ବଞ୍ଚିବେ ଜାଣନ୍ତୁ …

ୱାସିଂଟନ ପୋଷ୍ଟ ଅନୁସାରେ Phillipe Christodoulou ବିଟକଏନ୍ ବାଲାନ୍ସ ଚେକ୍ କରିବାକୁ ଆପ୍ ଷ୍ଟୋରରୁ Trezor ଭଳି ଏକ ଫେକ୍ ଆପ୍ ଡାଉନଲୋଡ୍ କରିଥିଲେ। ନିଜର ସମସ୍ତ ତଥ୍ୟ ଦେଇ ଲଗ୍ ଇନ୍ କରିଥିଲେ। ସେ କିଛି କରିବା ପୂର୍ବରୁ ତାଙ୍କ ଆକାଉଣ୍ଟରୁ ପାଖାପାଖି ୪.୩ କୋଟି ଶେଭିଂ ତାଙ୍କ ହାତରୁ ଚାଲିଗଲା।

ଆପଲ ଅନୁସାରେ, ଏହା କ୍ରିପ୍ଟୋକରେନ୍ସି ଆପ୍ ନୁହେଁ ବରଂ ଫଟୋଗ୍ରାଫି ଆପ ଯାହା ଫାଇଲ୍ ଏନକ୍ରିପ୍ଟ କରିଥାଏ ଓ ପାସୱାର୍ଡ଼ ଷ୍ଟୋର କରିଥାଏ। ସବମିଟ କରିବା ପରେ ଏହା ଏକ କ୍ରିପ୍ଟୋକରେନ୍ସି ଆପରେ ବଦଳି ଯାଇଥିଲା। ଆପଲ ଏ ସମ୍ପର୍କରେ ପତା ଲଗାଇବାରେ ବିଫଳ ହୋଇଛି। ଏପଟେ Phillipe କହିଛନ୍ତି ଯେ ଏଥିପାଇଁ ଆପଲ୍ ହିଁ ଦାୟୀ। ସେ କହିଛନ୍ତି ଯେ ଆପଲ୍ ନିଜ ଷ୍ଟୋରରେ ଏହିଭଳି ଫେକ୍ ଆପ୍ ଲିଷ୍ଟ କରିବାକୁ କାହିଁକି ଦେଲା।

ନିକଟରେ ଆପଲ୍ ଓ ଗୁଗଲ୍ ଏହିଭଳି ଫେକ୍ ଆପ୍ ହଟାଇବାକୁ ନିଜ ପଲିସୀ ବଦଳାଇଛି। କୌଣସି ଅନାବଶ୍ୟକ ଆପକୁ ୟୁଜର୍ସଙ୍କ ଫୋନରୁ ତଥ୍ୟ ନେବାକୁ ଅନୁମତି ନେବାକୁ ରୋକିବାକୁ ଅପଡେଟ୍ କରିଛି। ଆପଣ ମଧ୍ୟ ନିଜ ବ୍ୟାଙ୍କିଙ୍ଗ ଓ ଫଣ୍ଡ ସମ୍ପର୍କିତ ତଥ୍ୟ ଯାଞ୍ଚ କରିବା ପୂର୍ବରୁ ଗୁଗଲ ଓ ଆପଲ ପ୍ଲେ ଷ୍ଟୋରରୁ ଆପ ଡାଉନଲୋଡ୍ କରିବା ପୂର୍ବରୁ ରିଭ୍ୟୁ ଓ ଆପ୍ ଡେଭେଲପ୍ କରିଥିବା କମ୍ପାନୀ ସମ୍ପର୍କରେ ଯାଞ୍ଚ କରନ୍ତୁ। ଏହାପରେ ଆପଣ ସେହି ଆପ ଡାଉନଲୋଡ଼ କରି ବ୍ୟବହାର କରନ୍ତୁ।

   Related Posts