ପ୍ୟାଣ୍ଟ୍ ପକେଟରେ ଫାଟିଲା ଆଇଫୋନ୍, ଅଧା ପୋଡିଗଲେ ଯୁବକ, ଘର ସାରା ଧୂଆଁ
3/08/2020 at 7:55 PM

ଲଣ୍ଡନ, ୦୩|୦୮: ହାତରେ ଧରିଥିବା ବେଳେ ଫୁଟିଗଲା ଆଇଫୋନ୍ । ଜଳିଗଳା ଜଣେ ୪୨ ବର୍ଷର ଜଣେ ବ୍ୟକ୍ତିଙ୍କ ହାତ । ଏପରି ଏକ ଅଘଟଣ ଘଟିଛି ଲଣ୍ଡନର ଲିଡସରେ ।
ସୂଚନାନୁସାରେ, ରବିବାର ଟୋନି ଆଣ୍ଡ୍ରିଉ ନାମକ ଜଣେ ବ୍ୟକ୍ତି ତାଙ୍କ ସନ୍ତାନଙ୍କ ପାଇଁ ଟୋଷ୍ଟ୍ କରୁଥିଲେ । ସେହି ସମୟରେ ତାଙ୍କ ପତ୍ନୀ ହଠାତ ରୋଷେଇ ଘରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ । ଏପରିକି ରୋଷେଇ ଘରେ ଧୂଆଁର ବାଦଲ ଖେଳିଯାଇଥିଲା । ପ୍ରଥମେ ପତ୍ନୀ ଟୋଷ୍ଟରକୁ ଦେଖିଥିଲେ । ଟୋନି ଯେଉଁଆଡେ ଯାଉଥିଲେ ଧୂଆଁ ମଧ୍ୟ ତାଙ୍କୁ ଅନୁସରଣ କରି ଚାଲିଥିଲା । ଏହା ଦେଖି ଟୋନି ଡରିଯାଇଥିଲେ । ପତ୍ନୀ ମଧ୍ୟ କଣ କରିବେ କିଛି ଚିନ୍ତା କରିପାରି ନଥିଲେ ।
ପରେ ସେ ଜାଣିଥିଲେ ଯେ, ଟୋନିଙ୍କ ଆଇଫୋନ୍ ୮ରୁ ଏହି ଧୂଆଁ ବାହାରିଥିଲା । ଟୋନି ପକେଟରୁ ଫୋନ୍ ବାହାର କରିଥିଲେ । ପ୍ରକୃତରେ ଫୋନଟି ବିସ୍ଫୋରଣ ହୋଇଥିଲା । ଫୋନଟି ଜଳନ୍ତା କୋଇଲା ପାଲଟି ଯାଇଥିଲା । ଏପରିକି ସମ୍ପୂର୍ଣ୍ଣ ଭାବେ ତରଳି ଯାଇଥିଲା ।
ଏହି ବିସ୍ଫୋରଣ ପରେ ଟୋନିଙ୍କ ହାତ ସମ୍ପୂର୍ଣ୍ଣ ଜଳି ଯାଇଛି । ଏପରିକି ଶରୀର ସାରା ମଧ୍ୟ କ୍ଷତ ସୃଷ୍ଟି ହୋଇଛି । ତାଙ୍କ ଗୋଡରେ ଗମ୍ଭୀର ଆଘାତ ଲାଗିଛି । ବିସ୍ଫୋରଣ ପରେ ଦିନସାରା ଘରେ ଧୂଆଁ ଜମି ରହିଥିଲା ଓ ଗନ୍ଧ ହେଉଥିବା ଟୋନିଙ୍କ ପତ୍ନୀ କହିଛନ୍ତି ।