ଦଫା ୩୦୩ : ଜାଣନ୍ତି କି କାହିଁକି ଲାଗେ ଓ କାହା ବିରୋଧରେ ? ଏହି ଦଫା ଲାଗିଲେ ମିଳିବ ଫାଶୀ ଦଣ୍ଡ…

Published By : Prameya-News7 Bureau | December 07, 2018 IST

ଦଫା ୩୦୩, କେଉଁ ଅପରାଧ ପାଇଁ ଏହି ଦଫା ଲାଗିଥାଏ। ୩୦୨ଦଫା ହତ୍ୟା ଅପରାଧ ପାଇଁ, ଏକଥା ସମସ୍ତେ ଜାଣନ୍ତି । ତେବେ ୩୦୨ ଦଫା ହତ୍ୟା ପାଇଁ ହୋଇଥିବାରୁ ୩୦୩ ବି ସେହି ହତ୍ୟା ଅପରାଧ ପାଇଁ ହୋଇଥିବ ବୋଲି ଜଣା ପଡିଯାଉଛି । ୩୦୩ ଦଫା ତ ହତ୍ୟା ପାଇଁ, ତେବେ କେଉଁ ପ୍ରକାର ହତ୍ୟା । ୩୦୨ ଦଫାରେ ଦଣ୍ଡ ଆଜୀବନ କାରାଦଣ୍ଡ ନଚେତ ଫାଶୀ ଦଣ୍ଡ ହୋଇଥାଏ । ତେବେ ୩୦୩ ଦଫାରେ କେବଳ ଫାଶୀ ଦଣ୍ଡ ହିଁ ମିଳିଥାଏ । ତେବେ ହତ୍ୟା ଅପରାଧ କେଉଁଭଳି ହୋଇଥିବ । ଏକଥା ଜାଣିବାକୁ ଆପଣଙ୍କ ମନରେ ଆଗ୍ରହ ନିଶ୍ଚୟ ବଢିଯାଉଥିବ । ହଁ, ୩୦୩ ଦଫା ସେତିକିବେଳେ ଲାଗିବ – ହତ୍ୟାକାରୀ ଜଣେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବ । ଅର୍ଥାଥ କୌଣସି ଅପରାଧରେ ଜଣେ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ପରେ ଯଦି କାହାକୁ ହତ୍ୟା କରେ, ସେତେବେଳେ ୩୦୩ ଦଫା ଲାଗିଥାଏ । ଆଉଏହି ଦଫାରେ ଦଣ୍ଡ ହେଉଛି ଫାଶୀ । ସାଧାରଣତଃ ଜେଲ ଭିତରେ ଆଜୀବନ ସଜା କାଟୁଥିବା କଏଦୀମାନେ ଯଦି କାହାକୁ ହତ୍ୟାକରନ୍ତି , ଏହି ୩୦୩ ଦଫା ସେହି ହତ୍ୟାକାଣ୍ଡ ପାଇଁ ଲାଗିଥାଏ । ସେହି ପରିଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା କଏଦୀ ଯଦି କାହାକୁ ହତ୍ୟାକରନ୍ତି , ସେମାନଙ୍କ ପାଇଁ ମଧ୍ୟ ଏହି ୩୦୩ଦଫା ଲାଗିବ। ବାଲେଶ୍ୱର ଜିଲ୍ଲା ଜେଲ ପରିସରରେ ଗତମାସରେ ଜଣେ କଏଦୀ ଆଉ ଜଣେ କଏଦୀକୁ ପଥରରେ ଛେଚି ହତ୍ୟା କରିଥିଲା । ହତ୍ୟାକାରୀ କଏଦୀ ଜଣକ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ସଜା ଭୋଗୁଥିଲା , ଫଳରେ ହତ୍ୟାକାରୀଙ୍କ ବିରୁଦ୍ଧରେ ୩୦୩ ଦଫାରେ ମାମଲା ରୁଜୁହୋଇଛି । ଏଭଳି ଅପରାଧବିରଳ ହୋଇଥିଲେ ମଧ୍ୟ, ଆମ ଦେଶରେ ଅନେକଏହି ଦଫାରେ ଦଣ୍ଡିତ ହୋଇ ଫାଶୀ ପାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.